ପଦ୍ମପୁର/ଶିବାଶିଷ ପଟ୍ଟନାୟକ (୧୬/୦୨):- ସ୍ଥାନୀୟ ରାଜବୋଡାସମ୍ବର ଉଚ୍ଚ ବିଦ୍ୟାଳୟ ପଡ଼ିଆ ଠାରେ ପଦ୍ମପୁର ସ୍ପୋର୍ଟସ ଆସୋସିଏସନ ତରଫରୁ ଚାରି ଦିବସୀୟ ପଦ୍ମପୁର କପ ଫୁଟବଲ ଟୁର୍ଣ୍ଣାମେଣ୍ଟ ସମାପନ ହୋଇଯାଇଛି l ରବିବାର ଦିନ ପଦ୍ମପୁର ଓ କୁଚିଣ୍ଡା ମଧ୍ୟରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା l ପଦ୍ମପୁର ଦଳ ୧-୦ ଗୋଲ ରେ ବିଜୟୀ ହୋଇଥିଲା l ସମାପନ ଦିବସ ରେ ମୁଖ୍ୟ ଅତିଥି ଭାବେ ଓଡିଶା ସରକାରଙ୍କ ମାନ୍ୟବର ସ୍ୱାସ୍ଥ୍ୟ ମନ୍ତ୍ରୀ ଡକ୍ଟର ମୁକେଶ ମହାଳିଙ୍ଗ, ସମ୍ମାନିତ ଅତିଥି ଭାବେ ଭାରତୀୟ ଜନତା ପାର୍ଟି ବରଗଡ଼ ଜିଲ୍ଲା ର ସଭାପତି ଡକ୍ଟର ଅରୁପାନନ୍ଦ ସାହୁ ଯୋଗଦାନ କରିଥିଲେ l ସ୍ପୋର୍ଟ୍ସ ଆସୋସିଏସନ ର ସଭାପତି ଡକ୍ଟର ପ୍ରଭାତ ନାରାୟଣ ତ୍ରିପାଠୀ ଙ୍କ ତତ୍ୱାବଧାନ ରେ ପୂର୍ବତନ ଖେଳାଲୀ ନନ୍ଦ କିଶୋର ମାଝୀ, ନନ୍ଦ କିଶୋର ଧରୁଆ, ନବୀନ ଚନ୍ଦ୍ର ସାହୁ, ନିରଞ୍ଜନ ବହିଦାର, ନୀଳମଣି ସାହୁ, ନୀଳମାଧଵ ଦୋରା, ବାସୁଦେବ ଦାଶ, କୁସୁମ ରାଓ, ଗଣେଶ ବହିଦାର, ବାୟାନିଧି ସାହୁ, ନରେନ୍ଦ୍ର ସାହୁ, ଦେବାର୍ଚ୍ଚନ ଭୋଇ, ସଚ୍ଚିଦାନନ୍ଦ ବହିଦାର ଙ୍କୁ ମାନପତ୍ର ପ୍ରଦାନ କରିବା ସହ ସମର୍ଦ୍ଧିତ କରାଯାଇଥିଲା ।ଫାଇନାଲ ମ୍ୟାଚ ରେ ବିଜେତା ଦଳ କୁ ନଗଦ ୬୦୦୦୦ ଟଙ୍କା ସହିତ ଏକ ଟ୍ରଫି ଏବଂ ଉପ ବିଜେତା ଦଳ କୁ ନଗଦ ୪୦୦୦୦ ଟଙ୍କା ପ୍ରଦାନ କରାଯାଇଥିଲା l ଟୁର୍ନାମେଣ୍ଟ ର ଶ୍ରେଷ୍ଠ ଖେଳାଲୀ ଭାବେ ପଦ୍ମପୁର ର ଟେକାରୁ ନେଗୀ, ଶ୍ରେଷ୍ଠ ଗୋଲ ରକ୍ଷକ ଭାବେ କୁଚିଣ୍ଡା ଦଳର ଓମ ଖଡିଆ ଏବଂ ଶ୍ରେଷ୍ଠ କ୍ଷେତ୍ର ରକ୍ଷକ ଭାବେ ପଦ୍ମପୁର ର ରାହୁଲ ଭୋଇ ଙ୍କୁ ପୁରସ୍କୃତ କରାଯାଇଥିଲା l ଖେଳ କୁ ଅଶ୍ୱିନୀ ବେରିଆ, ସୁଧାଂଶୁ ସେଠ, ଦେବାଶିଷ ବାଗ, ନୀଳ ନାୟକ, ଦୀପକ ରାଜହଂସ, ମଣ୍ଟୁବାଗ ପରିଚାଳନା କରିଥିବାବେଳେ ବିଦେଶୀ ସାହୁ ଓ ଚନ୍ଦ୍ରମଣି ସାହୁ ମ୍ୟାଚ କମିଶନର ଦାଇତ୍ୱ ତୁଲାଇଥିଲେ l ଡକ୍ଟର କେଶରଞ୍ଜନ ପ୍ରଧାନ, ଦ୍ୱାଦଶ ପ୍ରଧାନ ଓ ଦିବ୍ୟ କିଶୋର ପଣ୍ଡା ଧାରା ବିବରଣୀ ପ୍ରଦାନ କରିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ଡ଼କ୍ଟର ନାରାୟଣ ପୁରୋହିତ,ପ୍ରମୋଦ ମିଶ୍ର, ରସପାଳ ସିଂ ଖେରା, ଅଶୋକ କଲସାଏ ,ପ୍ରଦୀପ ଜାଲ, ପ୍ରଦୀପ ପାତ୍ର, ନରେଶ ବାରିକ, ନରୋତ୍ତମ ପ୍ରଧାନ,ଶିରୀଶ ସାହୁ, ସରୋଜ ମିଶ୍ର, ପ୍ରମୋଦ ମେହେର କୋଷାଧକ୍ଷ ସଂଜୀବ ମାଝୀ ଓ ସମ୍ପାଦକ ଚିନ୍ମୟ କୁମାର ପଣ୍ଡା ଉପସ୍ଥିତ ରହି ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ l
ରାଜ୍ୟ
ପଦ୍ମପୁର କପ ଫୁଟବଲ ଟୁର୍ଣ୍ଣାମେଣ୍ଟ : ପଦ୍ମପୁର ଦଳ ଚମ୍ପିୟାନ।
- Hits: 28








