ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଳ : ଆଙ୍କର-ଟ୍ରାନ୍ସଫର୍ମର ପୋଡି ଯିବାର ୩ ଦିନ ବିତିଯିବା ପରେ ବି ବିଦ୍ୟୁତ ସଂଯୋଗ ଦିଗରେ ଦୃଷ୍ଟି ଦେଉନି ସେବା ପ୍ରଦାନକାରୀ ସଂସ୍ଥା। ଅନ୍ୟପଟେ ଏଭଳି ସମୟରେ ବିଦ୍ୟୁତ ସଂଯୋଗ ପରିବର୍ତେ ପୁରୁଣା ବକେୟା ବିଲ ପୈଠ କରିବାକୁ କହୁଛନ୍ତି ବିଦ୍ୟୁତ ସେବା ପ୍ରଦାନକାରୀ ସଂସ୍ଥା। ଏଭଳି ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ଏମଭି ୭୯ ଗ୍ରାମକୁ ଲାଗି ରହିଥିବା ନୂଆଗୁଡା ଗ୍ରାମରେ। ସୂଚନା ଅନୁଯାୟୀ ଗତ ଗୁରୁବାର ଦିନ ନୂଆଗୁଡା ଗ୍ରାମରେ ଥିବା ଟ୍ରାନ୍ସଫର୍ମରଟି ଅଚାନକ ସଟ ସର୍କିଟ ଯୋଗୁଁ ପୋଡି ଯାଇଥିଲା। ଏହାପରେ ଗ୍ରାମବାସୀ ବିଦ୍ୟୁତ ସରବରାହ ସଂସ୍ଥାକୁ ଅବଗତ କରାଇଥିଲେ। ତେବେ ସେବା ପ୍ରଦାନକାରୀ ସଂସ୍ଥା ପକ୍ଷ୍ୟରୁ ଟ୍ରାନ୍ସଫର୍ମର ଯୋଗାଇ ଦେବା ପରିବର୍ତେ କିଛିବର୍ଷ ପୁରୁଣା ବକେୟା ଟଙ୍କା ପୈଠ କରିବା ପରେ ଟ୍ରାନ୍ସଫର୍ମର ମରାମତି କରାଯିବ ବୋଲି କହିଥିବା ଗ୍ରାମବାସୀ କହିଛନ୍ତି।
ଆଗକୁ ପରୀକ୍ଷା ରହିଥିବାରୁ ପିଲାମାନେ ପାଠ ବଢ଼ିବାରୁ ବଞ୍ଚିତ ହେଉଛନ୍ତି। ମହମ ବତୀ ରେ ଚାଲିଛି ପାଠ ପଡା, ଏଥିସହ ଗ୍ରାମକୁ ଜଳ ଯୋଗାଣ ବ୍ୟବସ୍ତା ବନ୍ଦ ରହିବା ସହ ମୋବାଇଲ ଚାର୍ଜ କରାଯାଇ ପାରୁନଥିବାରୁ ଗତ ତିନିଦିନ ଧରି ନୂଆଗୁଡା ବାହ୍ୟ ଜଗତ ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇ ରହିଛି। ପ୍ରକାଶ ଥାଉକି ୪୦ରୁ ଊର୍ଦ୍ଧ୍ବ ପରିବାର ବିଶିଷ୍ଟ ନୂଆଗୁଡା ଗ୍ରାମରେ ପ୍ରାୟ ଦୁଇଶହ ଲୋକ ବସବାସ କରୁଥିବା ବେଳେ ଗତ ତିନିଦିନ ଧରି ଗ୍ରାମବାସୀ ଅନ୍ଧାରରେ ରହିଥିବା ବେଳେ ପ୍ରଶାସନ ପକ୍ଷରୁ ତୁରନ୍ତ ଦୃଷ୍ଟି ଦେଇ ବିଦ୍ୟୁତ୍ ସେବା ପ୍ରଦାନ କରିବାକୁ ଗ୍ରାମବାସୀ ଦାବୀ କରିଛନ୍ତିl








