ହେଡଲାଇନସ୍:

କୃମି ରୋଗ ସଚେତନl ଓ ସ୍ଵାସ୍ଥ୍ୟ ଶିବିର

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବ୍ରହ୍ମପୁର : ବ୍ରହ୍ମପୁର ସହର ହରି ହର ନଗର ସ୍ଥିତ ଭରଦ୍ବାଜ ପ୍ରତିଷ୍ଠାନ ଠାରେ ଚିର ନିରୋଗ ପାଇଁ କୃମି ରୋଗ ସଚେତନl ଓ ମାଗଣା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି l ଭରଦ୍ବାଜ ପ୍ରତିଷ୍ଠାନର ଅଧ୍ୟକ୍ଷ ଡା.ନକୁଳ ସାହୁ ଉପସ୍ଥିତ ରହି ପିଲାମାନେ ବାହାରେ ଝାଡ଼ା ଫେରିଲେ, ତଳୁ ଗୋଟାଇ ଖାଇଲେ, ନଖ ଓ ହାତ ସଫା ନକରି ଖାଇବା ଓ ଅଧିକ ମିଠା ଆମିଷ ଖାଇଲେ କୃମି ରୋଗ ହୁଏ l ଏହି ସବୁ ଅଭ୍ୟାସ ଛାଡି ହଳଦୀ, ନିମ୍ବ, ଜୁଆଣି ଓ ସପୁରୀପତ୍ର ରସ ଯେ କୌଣସି ଗୋଟିଏ ଦ୍ରବ୍ୟ କିଛିଦିନ ଖାଇଲେ ଭଲ ହୋଇଯାଏ l କୃମି ଯୋଗୁ ଅଜୀର୍ଣ୍ଣ, ଅଗ୍ନିମାନ୍ଦ୍ୟ, ଉଦରଶୂଳ ରକ୍ତହୀନତା, ଶ୍ଵେତପ୍ରଦର, ହୃଦ୍ରୋଗ ମଧ୍ଯ ହୋଇ ପାରେ l ସମସ୍ତେ ପ୍ରତି ସପ୍ତାହରେ ଥରେ ଦୁଇଥର ନିମ୍ବ କିମ୍ବା ହଳଦୀ ଖାଇବାକୁ ପରାମର୍ଶ ଦେଇଥିଲେ l
ଏହି ଅବସରରେ ରୋଗୀଙ୍କ ନାଡୀ,ରକ୍ତଚାପ, ଗଣ୍ଠିବାତ,ସ୍ନାୟୁ ରୋଗ ଅମ୍ଳପିତ୍ତ, ସ୍ତ୍ରୀରୋଗଆଦି ବିଭିନ୍ନ ରୋଗର ପରୀକ୍ଷା କରି ଚିକିତ୍ସା ପରାମର୍ଶ ଓ ଔଷଧ ବିତରଣ କରାଯାଇଥିଲା l ଶିବିରର ପରିଚାଳନାରେ ସମାଜସେବୀ ଡି. ଶ୍ରୀନିବାସ ରାଓ ସହଯୋଗ କରିଥିଲେ।ଏହି ଶିବିର ପ୍ରତି ସୋମବାରେ ଅନୁଷ୍ଠିତ ହୁଏ ଓ ଏହାର ସୁଯୋଗ ନେବାକୁ ପ୍ରତିଷ୍ଠାନ ପକ୍ଷରୁ ଡଃ ସାହୁ ଅନୁରୋଧ କରିଛନ୍ତ, ଫୋନ 9861450612.

0
0
0
s2sdefault