ହେଡଲାଇନସ୍:

ବୋଡାସମ୍ବର ଠିକାଦାର ସଂଘର ପ୍ରାଥମିକ ବୈଠକ ଅନୁଷ୍ଠିତ ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 


ପଦ୍ମପୁର/ଶିବାଶିଷ ପଟ୍ଟନାୟକ (୧୬/୦୨):- ସ୍ଥାନୀୟ ଡାକ ବଙ୍ଗଳା ଠାରେ ବୋଡାସମ୍ବର ଠିକାଦାର ସଂଘର ବରିଷ୍ଠ ସଦସ୍ଯ ମାନଙ୍କୁ ନେଇ ଏକ ପ୍ରାଥମିକ ବୈଠକ ଅନୁଷ୍ଠିତ ହୋଇଯାଇଛି। ସଂଘ ର କୋଷାଧ୍ୟକ୍ଷ ବରିଷ୍ଠ ଠିକାଦାର କିଶୋର ଚନ୍ଦ୍ର ଦାଶଙ୍କ ସଭାପତିତ୍ୱରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା। ପ୍ରାରମ୍ଭିକ ସୂଚନା ପ୍ରଦାନ ପୂର୍ବକ ଆଗାମୀ ଦିନରେ ସମସ୍ତ ଠିକାଦାର ଏକତା ଅବଲମ୍ବନ କରି ସଂଗଠନକୁ ମଜବୁତ୍ କରିବା ପାଇଁ ଆହ୍ବାନ ଦେଇଥିଲେ। ସଂପାଦକ ଧରମ ପାଢୀ ତାଙ୍କ ବକ୍ତବ୍ଯ ରେ ସାମ୍ପ୍ରତିକ ପରିସ୍ଥିତି ରେ ଆମ ନିର୍ବାଚନ ମଣ୍ଡଳୀର ଠିକାଦାର ମାନଙ୍କ ଭିତରେ ଏକତା ଏବଂ ସମନ୍ବୟ ରଖିବାକୁ ଅନୁରୋଧ କରିଥିଲେ। ସଂଘର ସମସ୍ତ ଠିକାଦାର ମାନେ ଆଗାମୀ ଦିନରେ ନିଜଭିତରେ ପ୍ରତି ଯୋଗିତା ନକରି ଠିକ୍ ରେଟ୍ ରେ ଉତ୍ତମ କାମ କରି ଲାଭବାନ ହେଇପାରିବା ବୋଲି ଦର୍ଶାଇଥିଲେ। ଉପସ୍ଥିତ ସଦସ୍ଯ ମାନେ ମଧ୍ଯ ସଂଗଠନକୁ ମଜବୁତ୍ କରିବା ଉପରେ ନିଜର ବକ୍ତବ୍ଯ ମାନ ରଖିଥିଲେ। ଉପସ୍ଥିତ ସଂଘର ସମସ୍ତ ସଦସ୍ଯଙ୍କ ନିଷ୍ପତ୍ତି କ୍ରମେ ଆଗାମୀ ଟେଣ୍ଡର୍ ରେ ନିର୍ବାଚନ ମଣ୍ଡଳୀ ର ତିନି ବ୍ଲକ ବ୍ଯତୀତ ବାହାରର କୈାଣସି ଠିକାଦାର ଏଠାରେ ଟେଣ୍ଡର୍ ପକାଇବେ ନାହିଁ ବୋଲି ସଂପାଦକ ଧରମ ପାଢୀ ଅନ୍ୟ ଅଚଂଳ ର ଠିକାଦାର ମାନଙ୍କୁ ଅନୁରୋଧ କରିଛନ୍ତି। ବୋଡାସମ୍ବର ଠିକାଦାର ସଂଘର ଆଗାମୀ ବୈଠକ ଆହୁରି ସଦସ୍ଯ ମାନଙ୍କୁ ନେଇ ଖୁବ୍ ଶୀଘ୍ର ଅନୁଷ୍ଠିତ ହେବ ବୋଲି ସଂପାଦକ ସୂଚନା ଦେଇଛନ୍ତି। ଏହି ବୈଠକରେ ସଂଘର ଉପସଭାପତି ଦିନେଶ ପ୍ରାଣିିଗ୍ରାହୀ, ଏବଂ ଶୁଶାନ୍ତ ନାଗ, କୁନାଳ ସିଂ ବରିହା, ନନ୍ଦ କିଶୋର ଶ୍ରୀ ବାସ୍ତବ, ଇକ୍ବାଲ୍ ଅହମ୍ମଦ, ସନାତନ ସାହୁ, ଅଭିଜିତ ପତି, ପ୍ରିତିଶ ମହାପାତ୍ର, ଆଶୁତୋଷ ସାହୁ, ରାଜୁ ସାହୁ, ଗୋପାଳ ମିଶ୍ର, ପ୍ରକାଶ ସାହୁ, ବିକାଶ ମିଶ୍ର , ହରି ପଟ୍ଟନାୟକ, ସନ୍ତୋଷ ବହିଦାର, ଗାଦି ପଟ୍ଟନାୟକ, ରୋହିତ ଅଗ୍ରଓ୍ୱାଲ ପ୍ରମୁଖ ସଦସ୍ଯ ଉପସ୍ଥିତ ଥିଲେ । ସଭା ଶେଷରେ କୁନାଲ ସିଂ ବରିହା ସମସ୍ତ ସଦସ୍ଯଙ୍କୁ ଧନ୍ଯବାଦ ଅର୍ପଣ କରିଥିଲେ।

0
0
0
s2sdefault