ଭଞ୍ଜନଗର ରୁ (ଉଦୟନାଥ ପଣ୍ଡା )୧୬ ଫେବ୍ରୁଆରୀ ୨୦୨୬ ଶାସକ ପ୍ରଶାସକ: ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ବରିଷ୍ଠ ନାଗରିକଙ୍କ ଅମୂଲ୍ୟ ଅବଦାନ, ଅଭିଜ୍ଞତା ଓ ଜ୍ଞାନକୁ ସମ୍ମାନ ଜଣାଇବା ଉଦ୍ଦେଶ୍ୟରେ "ବରିଷ୍ଠ ନାଗରିକ ସପ୍ତାହ" ଅବସରରେ ଭଞ୍ଜନଗର ବ୍ଲକ କନ୍ଫରେନ୍ସ୍ ହଲ୍ ଠାରେ ଏକ ଭବ୍ୟ “କବିତା ପାଠ ଉତ୍ସବ” ଅନୁଷ୍ଠିତ ହୋଇଯାଇଛି।
ଭଞ୍ଜନଗର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀମତୀ ଭାରତୀ ଦେବୀଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବହୁ ବରିଷ୍ଠ ନାଗରିକ ସ୍ୱରଚିତ କବିତା ପାଠ କରି ନିଜର ପ୍ରତିଭା ପ୍ରଦର୍ଶନ କରିଥିଲେ। ଏଥିରେ ମୁଖ୍ୟ ଅତିଥି ଭାବେ ଶ୍ରୀଯୁକ୍ତ ଉମାଶଙ୍କର ବେହେରା (ଉପଜିଲ୍ଲାପାଳ), ସମ୍ମାନିତ ଅତିଥି ଭାବେଚନ୍ଦ୍ରଗିରି ଗାୟତ୍ରୀ (ସହାୟକ ଜିଲ୍ଲାପାଳ), ଶ୍ରୀ ସନ୍ତୋଷ କୁମାର ନାୟକ (ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ), ବିଚାରକ ଭାବେ ଡ଼. କମ୍ବୁପାଣି ସାମନ୍ତ (ଅବସରପ୍ରାପ୍ତ ଅଧ୍ୟକ୍ଷ), ପ୍ରଫେସର କୃତ୍ତିବାସ ବିଶ୍ୱାଳ ଏବଂ କବି ପ୍ରଶାନ୍ତ ମହାନ୍ତି ଯୋଗ ଦେଇଥିଲେ
ଶ୍ରୀମତୀ ପ୍ରଭାତୀ ମଞ୍ଜରୀ ବେହେରା। କାର୍ଯ୍ୟକ୍ରମର ବିବରଣୀ ପାଠ ସହିତ ସଭା ସଂଯୋଜନା କରିଥିଲେ।
ଉତ୍ସବରେ ବହୁସଂଖ୍ୟାରେ ବରିଷ୍ଠ କବି ଓ ନାଗରିକ ଯୋଗ ଦେଇ ସମାଜର ବିଭିନ୍ନ ଦିଗ ଉପରେ ହୃଦୟସ୍ପର୍ଶୀ କବିତା ପାଠ କରିଥିଲେ, ଯାହା ଶ୍ରୋତାମାନଙ୍କୁ ବିମୋହିତ କରିଥିଲା। ବରିଷ୍ଠ ନାଗରିକମାନଙ୍କ ସମ୍ମାନ ଓ ସୁରକ୍ଷା ସୁନିଶ୍ଚିତ କରିବା ସହ ସମାଜକୁ ଏକତ୍ରିତ କରିବା ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ। କବିତା ପାଠ ପ୍ରତିଯୋଗିତାରେ ନିମ୍ନଲିଖିତ କବିମାନଙ୍କୁ ଶ୍ରେଷ୍ଠ ବିବେଚିତ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା:
ପ୍ରଥମ: ସନ୍ତୋଷ କୁମାର ଜେନା
ଦ୍ୱିତୀୟ: ନେତାଜୀ ବିଷୋୟୀ
ତୃତୀୟ: ସୁରେଶ ଚନ୍ଦ୍ର ସ୍ୱାଇଁ
ଆସନ୍ତା ୨୦ ଫେବ୍ରୁଆରୀରେ ଅନୁଷ୍ଠିତ ହେବାକୁ ଥିବା ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ପାଇଁ ବିଜେତାମାନଙ୍କୁ ବିଡିଓ ଶ୍ରୀମତୀ ଭାରତୀ ଦେବୀ ସୂଚନା ପ୍ରଦାନ କରିଥିଲେ। ପରିଶେଷରେ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ନାୟକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
ରାଜ୍ୟ
ଭଞ୍ଜନଗରରେ "ବରିଷ୍ଠ ନାଗରିକ ସପ୍ତାହ" ପାଳିତ: କବିତା ପାଠ ଉତ୍ସବରେ ବରିଷ୍ଠଙ୍କ ଜ୍ଞାନ ଓ ଅନୁଭୂତିର ମହାମିଳନ
- Hits: 24








