ପଦ୍ମପୁର:- ସରକାରୀ ଉଚ୍ଚ ବିଦ୍ୟାଳୟ ପାଇକମାଳ ରେ ବାର୍ଷିକ କ୍ରୀଡା ଉତ୍ସବ ପ୍ରଧାନ ଶିକ୍ଷକ ଦ୍ଵାଦଶ କୁମାର ପଧାନ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l ମୁଖ୍ୟ ଅତିଥି ଭାବେ ପାଇକମାଳ ବ୍ଲକ ଚେୟାରମେନ ଭାବନା ସିଂ ଏବଂ ଟାଇଲ ଚନ୍ଦ୍ର ଭୋଇ ଉପସ୍ଥିତ ରହି ପୁରସ୍କାର ବିତରଣ କରିଥିଲେ,ସ୍କୁଲ ର କିଛି କୋଠା କୁ ରକ୍ଷଣା ବେକ୍ଷଣ ଓ ଖେଳ ପଡିଆ ର ପାଚେରୀ ନିର୍ମାଣ କରିବା ପାଇଁ ଉଦବୋଧନ ଦେଇଥିଲେ l ପ୍ରଥମେ ନିରୁପମା ସାହୁ,ଖେଳ ଶିକ୍ଷକ ଅମିତ ସାହୁ ଓ ପୂର୍ବତନ ଛାତ୍ର ବିନୋଦ କାଳିଆ ଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମ କୁ ଉଦଘାଟନ କରିଥିଲେ l ଜ୍ୟୋତିର୍ମୟୀ ପଟ୍ଟନାୟକ ଅତିଥି ପରିଚୟ ପ୍ରଦାନ କରିଥିଲେ l କ୍ରୀଡା ଉତ୍ସବ ରେ ୟଶୋବନ୍ତ ସାହା ଏବଂ ଦୟାନିଧି ସାହୁ ମଞ୍ଚ ପରିଚାଲନା କରିଥିଲେ l ପାଇକମାଳ ର ଶିବ ମନ୍ଦିର ଠାରୁ ୫ ଜଣ ଛାତ୍ର ମଶାଲ ଆଣି କ୍ରୀଡ଼ା ଆରମ୍ଭ କରାଯାଇଥିଲା l ଏହି ଖେଳ ରେ ସର୍ବମୋଟ ୨୦ ଟି ଇଭେଣ୍ଟ ରହିଥିଲା,୧୬୦ ଜଣ ଛାତ୍ରଛାତ୍ରୀ କ୍ରୀଡା ଉତ୍ସବ ରେ ଅଂଶ ଗ୍ରହଣ କରିଥିଲେ l ଡୁଙ୍ଗୁରିପାଲି ହାଇସ୍କୁଲ ର ଖେଳ ଶିକ୍ଷକ ରଜତ କୁମାର ମିଶ୍ର ଖେଳ ପରିଚାଳନା ରେ ସାହାଯ୍ୟ କରିଥିଲେ l ସ୍କୁଲ ର ସୁଦାମ ପାଣ୍ଡେ,ମନୋଜ ସାହୁ,ସ୍ଵାଧୀନ ବେହେରା,ଲଳିତ କୁମାର ବିଶ୍ଵାଳ,ରଜତ କୁମାର ସାହୁ,ଛବିଳ ସେଠ୍,ଶିବମ ନାଏକ,ମୀନା କୁମାରୀ ଦାସ,ସୁଶୀଳା ପରେ,ରବିନାରାୟଣ ମଟାରି,ପଦ୍ମଲୋଚନ ବିଜିରା ସହଯୋଗ କରିଥିଲେ ଏବଂ ବବିତା ବେହେରା ଧନ୍ୟବାଦ୍ ଅର୍ପଣ କରିଥିଲେ l











