ଭୁବନେଶ୍ୱର,୧୯/୧୨- ଅବସରପ୍ରାପ୍ତ ବିଦ୍ୟୁତ ବିଭାଗ ମୁଖ୍ୟ ଯନ୍ତ୍ରୀ ରେବତୀ ପ୍ରସାଦ ମହାନ୍ତିଙ୍କର ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସପିଟାଲ ରେ ଚିକିତ୍ସାଧିନ ଅବସ୍ଥାରେ ୯୧ ବର୍ଷ ବୟସ ରେ ପରଲୋକ ଘଟିଛି । ହଠାତ୍ ତାଙ୍କର ଦେହ ଅସୁସ୍ଥ ହୋଇପଡ଼ିବାରୁ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସପିଟାଲ ରେ ଭର୍ତି କରାଯାଇଥିଲା ।
ସ୍ୱର୍ଗତ ମହାନ୍ତି ଜଣେ ଅତ୍ୟନ୍ତ ମେଳାପି, ମିଷ୍ଠ ଭାଷି, ପରୋପକାରୀ, ଆଧ୍ୟାତ୍ମବାଦୀ ବ୍ୟକ୍ତି ଥିଲେ । ସେ କେନ୍ଦ୍ରାପଡ଼ା, କଟକ, ଭୁବନେଶ୍ୱର ଆଦି ବିଭିନ୍ନ ଅଂଚଳର ବିଦ୍ୟୁତ ବିଭାଗ ରେ କାର୍ଯ୍ୟକରି ୧୯୯୩ ମସିହାରେ ଅବସର ଗ୍ରହଣ କରିଥିଲେ । ସେ ନାମାଚାର୍ଯ୍ୟ ବାୟାବାବା ଓ ବାବା ବଳିଆଙ୍କର ଆଶ୍ରିତ ଥିଲେ । ତାଙ୍କ ଶେଷ ଶଯ୍ୟା ନିକଟରେ ପତ୍ନୀ ବୀଣାପାଣି ମହାନ୍ତି, ଝିଅ ଅଂଜଳି ମହାନ୍ତି ଓ ଜ୍ୱାଇଁ ପ୍ରେମାନନ୍ଦ ମହାନ୍ତି, ଝିଅ ଶର୍ମିଷ୍ଠା ମହାନ୍ତି ଓ ଜ୍ୱାଇଁ ବିମଳ କୁମାର ମହାନ୍ତି, ଝିଅ ଦେବଯାନୀ ମହାନ୍ତି ଓ ଜ୍ୱାଇଁ ବିକାଶ କୁମାର ମହାନ୍ତି ଉପସ୍ଥିତ ଥିଲେ । ପୁରୀ ସ୍ୱର୍ଗଦ୍ୱାରରେ ବାବା ଦୀନ ଦୟାଲ ଙ୍କ ଉପସ୍ଥିତିରେ ବୈଷ୍ଣବ ମତେ ଶେଷକୃତ୍ୟ ସମ୍ପନ୍ନ କରାଯାଇଛି । ନାତି ଶାଶ୍ୱତ କୁମାର ମହାନ୍ତି ମୁଖାଗ୍ନୀ ଦେଇଥିଲେ ।
ସ୍ୱର୍ଗତ ମହାନ୍ତି ଙ୍କ ପରଲୋକ ଖବର ଜଣାପଡ଼ିବା ପରେ ତାଙ୍କ ଚାକିରୀ ସମୟର ବହୁ ଯନ୍ତ୍ରୀ ଓ ସହକର୍ମୀ ପହଂଚି ତାଙ୍କ ଶେଷ ଦର୍ଶନ କରି ଶ୍ରଦ୍ଧା ସୁମନ ଜଣାଇଥିଲେ । ତାଙ୍କ ଜନ୍ମସ୍ଥାନ ତେଣ୍ଡାକୁଡ଼ା ଅଂଚଳରେ ଶୋକର ଛାୟା ଖେଳିଯାଇଛି ।
ରାଜ୍ୟ
ଅବସରପ୍ରାପ୍ତ ବିଦ୍ୟୁତ ବିଭାଗ ମୁଖ୍ୟ ଯନ୍ତ୍ରୀ ରେବତୀ ପ୍ରସାଦ ମହାନ୍ତି ଙ୍କ ପରଲୋକ
- Hits: 6











