ହେଡଲାଇନସ୍:

ଓପିଜିସି ତରଫରୁ ସୁନାରୀ ଠାରେ ବିଶେଷଜ୍ଞ ସ୍ଵାସ୍ଥ୍ୟ ଶିବିର ଅନୁଷ୍ଠିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଇବ ଥର୍ମାଲ, ୧୯/୧୨/୨୦୨୫ : ଓଡିଶା ପାୱାର ଜେନେରେସନ କର୍ପୋରେସନ ଲିମିଟେଡ଼ (ଓପିଜିସି ) ତରଫରୁ ଆଜି ଝାରସୁଗୁଡା ଜିଲ୍ଲାର ଲଖନପୁର ବ୍ଳକ ଅନ୍ତର୍ଗତ ସୁନାରୀ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଏକ ବିଶେଷଜ୍ଞ ସ୍ଵାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇ ଯାଇଛି । ସୁନାରୀ ସରପଞ୍ଚ ଶ୍ରୀମତୀ ନନ୍ଦିନୀ ସାହୁ ସ୍ୱାସ୍ଥ୍ୟ ଶିବିର ଉଦଘାଟନ କରିଥିଲେ । ଏହି ଶିବିରରେ ଇବ ଥର୍ମାଲ ଚିକିତ୍ସାଳୟର ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ସଂଗୀତା ପଣ୍ଡା, ଡାକ୍ତର ଶଶୀଭୂଷଣ ଗୋୟଲ , ଡାକ୍ତର ଅଙ୍କିତ କୁମାର ଆଚାର୍ଯ୍ୟ ଙ୍କ ସମେତ ସମ୍ବଲପୁର ରୁ ଆମନ୍ତ୍ରିତ ଭେଷଜ ବିଶେଷଜ୍ଞ ଡ଼ା ବଳରାମ ଖମାରି ରୋଗୀଙ୍କ ସ୍ଵାସ୍ଥ୍ୟ ପରୀକ୍ଷା କରିଥିଲେ | ଏହି ଶିବିର ସକାଳ ୧୦. ୩୦ଟା ରୁ ଆରମ୍ଭ ହୋଇ ଦିନ ୩ଟା ପର୍ଯ୍ୟନ୍ତ ଚାଲିଥିଲା ।

ସୁନାରୀ, ଟାଙ୍ଗରପାଲି, ଟିପାଲୀ, ରମ୍ପାଲୁଗା, ପତରାପାଲି, କୁତ୍ରିପାଲି, ବୀର୍ଣବନ୍ଧ, ବେହେରାମାଲ, ଯାମବେର୍ଣ୍ଣI ଏବଂଭୋଇପାଲି ଇତ୍ୟାଦି ଗ୍ରାମର ୨୮୨ ରୋଗୀଙ୍କୁ ରକ୍ତହୀନତା, ଶାରୀରିକ ଦୁର୍ବଳତା, ମଧୁମେୟ, ଆଣ୍ଠୁଗଣ୍ଠି ଯନ୍ତ୍ରଣା,ରକ୍ତଚାପ, ଶ୍ଵାସନଳି ସଂକ୍ରମଣ, ଚର୍ମରୋଗ, ଚକ୍ଷୁ ସଂକ୍ରମଣ, ଗ୍ୟାସ୍ଟ୍ରିକ, ପେଟବ୍ୟଥା, ରୋଗର ପରୀକ୍ଷା କରାଯାଇ ଔଷଧ ଓ ଡାକ୍ତରୀ ଉପଦେଶ ପ୍ରଦାନ କରାଯାଇଥିଲା। ଓପିଜିସିର ସିଏସଆର ବିଭାଗ ଏବଂ ଇବ ଥର୍ମାଲ ଚିକିତ୍ସାଳୟର ମିଳିତ ଉଦ୍ୟମରେ ପରିଚାଳିତ ଏହି ଶିବିରରେ ସିଏସଆର ବିଭାଗର ମୁଖ୍ୟ ପ୍ରଫେସର ପ୍ରଫୁଲ୍ଲ କୁମାର ଧଳ, ତାପସ ପଣ୍ଡା, ପ୍ରମୁଖ ଉପସ୍ଥିତ ରହିଥିଲେ । ଇବ ଥର୍ମାଲ ଚିକିତ୍ସାଳୟର ସଂଯୁକ୍ତI ମହାନନ୍ଦ, ତୃପ୍ତିମୟୀ ପଟେଲ, ସ୍ନେହଲତା ଚନ୍ଦନ, ରତ୍ନ କୁମାର ପ୍ରଧାନ, ସ୍ନେହାଶିଷ ବେହେରା,ପ୍ରଭାତ ବାରିକ, ଅଭିମନ୍ୟୁ ଭୋଇ, ପ୍ରବୀଣ ପଧାନ, କର୍ଣ ବାଗ, କୁଞ୍ଜବିହାରୀ ବେହେରା ଇତ୍ୟାଦି ସ୍ଵାସ୍ଥ୍ୟ ଶିବିର ପରିଚାଳନାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ।

0
0
0
s2sdefault