ହେଡଲାଇନସ୍:

ଓଡ଼ିଶା ସଚିବାଳୟ ଲେଖକ ପରିଷଦର ଡିସେମ୍ବର ମାସର ସାରସ୍ୱତ ଆସରରେ ୟୁ ଟ୍ୟୁବ ପତ୍ରିକା 'ପାହାଚ'ର ଲୋକାର୍ପଣ ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର - ତା 19.12 : ଓଡ଼ିଶା ସଚିବାଳୟ ଲେଖକ ପରିଷଦର ଡିସେମ୍ବର ମାସର ସ୍ୱାରସ୍ବତ ଆସର ଲୋକସେବା ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଗତ ଆସରରେ ପ୍ରଖ୍ୟାତ କବି ରାଜେନ୍ଦ୍ର କିଶୋର ପଣ୍ଡା ଓ ପରିଷଦର ପୂର୍ବତନ ସଭାପତି ସ୍ୱର୍ଗତ ସୁକାନ୍ତ ସୁବୁଦ୍ଧିଙ୍କ ସ୍ମୃତିରେ ହୋଇଥିବା କବିତା ପାଠର ସମ୍ପାଦିତ ଭିଡ଼ିଓର ଲୋକାର୍ପଣ କରାଯାଇଥିଲା । ପରିଷଦର ୟୁ ଟ୍ୟୁବ ପତ୍ରିକା 'ପାହାଚ'ରେ ଏହାର ପ୍ରିମିୟର ହୋଇଥିଲା । ବିଦାୟୀ ବର୍ଷ ଉପଲକ୍ଷେ ସ୍ୱତନ୍ତ୍ର କବିତା ପାଠ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ମୌସୁମୀ ଦାସ । ଏହି ଅବସରରେ  ପୂର୍ବତନ ଯୁଗ୍ମ ଶାସନ ସଚିବ ବନ୍ଦିତା ଦାଶ,ଉପ-ସଭାପତି କମଳିନୀ ମଲ୍ଲିକ,ପୁଷ୍ପାଞ୍ଜଳି ବିଶୋୟୀ,ସଞ୍ଜୟ ଆନନ୍ଦ କୁମାର ତ୍ରିପାଠୀ ,ବିଜନବାଳା ପାଟଯୋଷି ,ସୁଶାନ୍ତ ଧର ,ମୌସୁମୀ ଦାସ ସ୍ୱରଚିତ  କବିତା ପାଠ କରିଥିଲେ ।  ଆଜିର ଆସରରେ ସଭାପତିତ୍ୱ କରିଥିଲେ ପରିଷଦର ଉପ ସଭାପତି କମଳିନୀ ମଲ୍ଲିକ । ସଭା ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ଅନୀଲ କୁମାର ବେହେରା । ଲେଖକ ପରିଷଦର ୟୁ ଟ୍ୟୁବ ସାହିତ୍ୟ ପତ୍ରିକା 'ପାହାଚ'ରେ ନିୟମିତ ଭାବେ ଭିଡ଼ିଓ ଅପଲୋଡ଼ କରାଯିବ ବୋଲି ସାଧାରଣ ସମ୍ପାଦକ ସଞ୍ଜୟ ଆନନ୍ଦ କୁମାର ତ୍ରିପାଠୀ ସୂଚନା ଦେବା ସହିତ ଏହାକୁ

ରେ କ୍ଲିକ କରି ସବସ୍କ୍ର।ଇବ କରିବା ପାଇଁ ଅନୁରୋଧ କରିଛନ୍ତି ।

0
0
0
s2sdefault