ରାଜଗାଙ୍ଗପୁର,୧୯-୧୨-୨୫. ପଥରଖାଦାନରେ ଆଇନ ବିସ୍ପୋରଣ ଥମୁନାହିଁ। ବିସ୍ପୋରଣରେ ପାହାଡ଼ରୁ ଫାଟି ବଡ଼ ବଡ଼ ପଥର ଖଣ୍ଡ। ବାହାରୁଛି। ପାଳ ଘୋଡ଼ାଇ ସାରାରାତି ରାତି ଡମ୍ପର ଯୋଗେ ପଥର ରାଣ ହେଉଛି। ରାତିରେ ଅତି କମରେ ୫୦ ଡ ଡମ୍ପର ରାଜଗାଙ୍ଗପୁର ତହସିଲ କାର୍ଯ୍ୟାଳୟ ପଛ ପଟ ପଥର ଖାଦାନରୁ ବଡ଼ ବଡ଼ ବଡ଼ ପଥର ଚାଲାଣ ହେଉଛି। ଏହି ପଥର ଖାଦାନରେ ଗତ ଏକ ମାସ ଧରି ନିୟମିତ ଭାବରେ ବେଆଇନ ବିସ୍ପୋରଣ ହେଉଛି। ଛି। ବିସ୍ଫୋରଣ । ଯୋଗୁ ପ୍ରାୟ ୫ କିମି ପର୍ଯ୍ୟନ୍ତ ପ୍ରଭାବିତ ହୁଛି । ଘର ଦୋହଲି କାନ୍ଥରେ ଫାଟ ସୃଷ୍ଟି ହେଉଛି। ପଥର ଖଣିରେ । ବିସ୍ଫୋରଣ କରିବା ପାଇଁ ସ୍ବୀକୃତି ନଥିବାବେଳେ ଏହି ଖଣିରେ ବେଆଇନ ଭାବରେ ରେ ନିୟମିତ ଭାବରେ ବିସ୍ପୋରଣ ରଣ କରାଯାଉଛି ଓ ବଡ଼ ବଡ଼ ପଥର ଡମ୍ପର ମାଧ୍ଯମରେ ବୋଝେଇ କରି ରାତିରେ ଜନବସତି ଦେଇ ପରିବହ ବହନ କରି ପଦା ବିଭିନ୍ନ ଓ ଝାରବେଡ଼ା ସହିତ ଆଖପାଖରେ ଥିବା କ୍ରସରକୁ ନିଆଯାଉଛି ବୋଲି ଅଭିଯୋଗ ହେଉଛି। ଗତଦିନରେ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶିତ ହେବା ପରେ ତହସିଲଦାର, ପୁଲିସ ଓ ଖଣି ବିଭାଗ ହାତଗଣତି କିଛି ଡମ୍ପର ମାଟିଗେଟ ଓ ସୁଭାଷ ଛକରେ ଜବତ କରି ଜୋରିମାନା ଆଦାୟ କରି ଛାଡ଼ି ଦେଇଥିଲା। ମାତ୍ର ଗତ ପ୍ରାୟ ୨୦/୨୫ ଦିନ ହେଲା
ଏହି ଖାଦାନରେ ବିସ୍ପୋରଣ ବୃଦ୍ଧି ପାଇଛି । ତା' ସହିତ ତାଳ ଦେଇ ରାତିରେ ପଥର ଚାଲାଣ ମଧ୍ୟ ବୃଦ୍ଧି ପାଇଛି। ଗତ ମାସ ପଥର ବୋଝେଇ ଡମ୍ପର ଧରା ପଡ଼ିବା ପରେ ଖଣି ବିଭାଗ ଏହାର ତଦନ୍ତ କରିବାକୁ ସୂଚନା ଦିଆଯାଇଛି।
ଏ ସଂକ୍ରାନ୍ତରେ ଖଣି ବିଭାଗର ଜଣେ ଅଧିକାରୀ କହିଛନ୍ତି ଯେ ବିସ୍ପୋରଣ ଅନୁମତି ପାଇଁ ଦୁଇଟି ଦରଖାସ୍ତ ପଡ଼ିଛି। ମାତ୍ର ବର୍ତ୍ତମାନ ସୁଦ୍ଧା କାହାକୁ ପଥର ଖାଦାନରେ ବିସ୍ପୋରଣ ପାଇଁ ଅନୁମତି ଦିଆ ଯାଇନାହିଁ। ତଦନ୍ତ କଲାବେଳେ ଯେଉଁ ଜାଗାରେ ବିସ୍ପୋରଣ ହୋଇଛି ବୋଲି ଜଣାପଡ଼ିଥିଲା, ସେ ଜାଗା ଖଣି ପାଇଁ ଲିଜ ଦିଆଯାଇନାହିଁ । ଯଦି ଏହା ସତ, ତହସିଲଦାରଙ୍କ କାର୍ଯ୍ୟାଳୟର ପିଠି ଆଡ଼େ ଗତ ଏକ ମାସ ଧରି ବିସ୍ପୋରଣ କରି ବଡ଼ ବଡ଼ ପଥର ? ଖଣ୍ଡ ବିଳମ୍ବିତ ରାତିରେ ଚାଲାଣ ହେଉଛି, ଅଥଚ ତହସିଲଦାର ଜାଣି ପାରୁନାହାନ୍ତି କିପ এই ବିସ୍ପୋରଣ ପାଇଁ ବିସ୍ପୋରକ କେଉଁଠୁ ଆସୁଛି, କିଏ ଦେଉଛି ତାହା ମଧ୍ୟ ତଦନ୍ତ ସା ପେକ୍ଷ। ଏହି ବିସ୍ପୋରକ କୌଣସି ଅପରାଧୀ ହାତରେ ପଡ଼ିଲେ ଏହାର ଅପବ୍ୟବହାର କରିବ ନାହିଁ ବୋଲି କିଏ କହିପାରିବ ? ଜିଲାପାଳ, ଏସପି ଓ ଖଣି ବିଭାଗ ଏହାର ଉଚ୍ଚସ୍ତରୀୟ ତଦନ୍ତ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ କାର୍ଯ୍ୟା ଗ୍ରହଣ କରିବାକୁ ଦାବି ହେଉଛି।











