ବାରିପଦାରୁ -ଗୌର ଦାସ ଗିରି: କେଉଁଝର ର ଜଣେ ୧୩ ବର୍ଷୀୟ ଛାତ୍ରୀ ମୀରାରାଣୀ ମହାରଣା ଏକ ଜଟିଳ କ୍ୟାନ୍ସର ରୋଗ ରେ ପୀଡ଼ିତ ହୋଇ ଦିର୍ଘ ଦିନ ରୁ କଟକ ସ୍ଥିତ ଶ୍ରୀରାମ ଚନ୍ଦ୍ର ଭଞ୍ଜ ମେଡ଼ିକାଲ ରେ ଚିକିତ୍ସିତ ହେଉଛନ୍ତି । ତାଙ୍କର ଜରୁରୀ କାଳୀନ AB+ve ର ପ୍ଲେଟଲେଟ ର ଆବଶ୍ୟକ ହେବାରୁ ଛାତ୍ରୀ ଙ୍କ ମା ରୁନି ମହାରଣା କଟକ ର ବିଶିଷ୍ଟ ସମାଜସେବୀ ଅଭିମନ୍ୟୁ ଦାସ ଙ୍କୁ ଜଣାଇଥିଲେ ।
ଅଭିମନ୍ୟୁ ଦାସ ତୁରନ୍ତ ବାରିପଦା ର ଡଃ ନିରୋଜ କୁମାର ପୋଥାଳ ଙ୍କୁ ଯୋଗାଯୋଗ କରିଥିଲେ ।
ବାରିପଦା ର ନିୟମିତ ରକ୍ତଦାତା ଡଃ ନିରୋଜ କୁମାର ପୋଥାଳ କଟକ ର ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡ଼ିକାଲ କୁ ଯାଇ ଛାତ୍ରୀ ଙ୍କ ପାଇଁ ନିଜର ପ୍ଲେଟଲେଟ ପ୍ରଦାନ କରିଥିଲେ । ଏହି ପ୍ଲେଟଲେଟ ସଂଗ୍ରହ ସମୟ ରେ ସମାଜସେବୀ ଭରତଚନ୍ଦ୍ର ପାତ୍ର ଓ ହିମାଂଶୁ ପ୍ରହରାଜ ଉପସ୍ଥିତ ରହି ସହଯୋଗ ଓ ଉତ୍ସାହିତ କରିଥିଲେ ।
ଏହା ପୂର୍ବ ରୁ ଅନେକ ବାର ନିୟମିତ ଭାବରେ ଡଃ ନିରୋଜ କୁମାର ପୋଥାଳ ବାରିପଦା ରୁ ଭୁବନେଶ୍ୱର, କଟକ କୁ ଯାଇ ଡେଙ୍ଗୁ ଓ କ୍ୟାନ୍ସର ରୋଗୀ ଙ୍କୁ ନିଜର ପ୍ଲେଟଲେଟ ଦାନ କରି ଆସୁଛନ୍ତି । ଆଜି ପର୍ଯ୍ୟନ୍ତ ସର୍ବମୋଟ 129 ଥର ନିଜର ରକ୍ତଦାନ କରି ଅନେକ ରାଜ୍ୟ ରୁ ପୁରସ୍କୃତ ମଧ୍ୟ ହୋଇଛନ୍ତି । ଏହି ରକ୍ତ ଦାତାଙ୍କ କାର୍ଯ୍ୟକଳାପକୁ ସବୁ ମହଲରେ ପ୍ରସଂସା କରାଯାଉଛି ଓ ସମ୍ମାନରସୁଅ ଛୁଟୁଛି।
ତ।ଙ୍କୁ ଭାରତରତ୍ନ ପୁରସ୍କାର ପାଇଁ ଦାବି ହେଉଛି।