ହେଡଲାଇନସ୍:

ଓଡ଼ଗାଁ ଶ୍ରୀ ରଘୁନାଥ ଜିଉଙ୍କୁ ଦର୍ଶନ କଲେ ଓଡ଼ିଶା ହାଇକୋର୍ଟ ବିଚାରପତି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 


ଓଡଗାଁ,୩।୧୦(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବିଜେ ପ୍ରଭୁ ଶ୍ରୀ ରଘୁନାଥ ଜିଉଙ୍କୁ ଶୁକ୍ରବାର ସନ୍ଧ୍ୟାରେ ହାଇକୋର୍ଟ ବିଚାରପତି ସଂଜୟ କୁମାର ମିଶ୍ର ସପତ୍ନୀକ ଦର୍ଶନ କରିବା ସହିତ ପୂଜାର୍ଚନା କରିଥିଲେ । ବିଚାରପତି ମିଶ୍ର ଆଜି ସନ୍ଧ୍ୟାରେ ଶୁଳିଆ ପାଦଦେଶ ଜାମୁ ପାଟଣା ଠାରେ ବିରାଜିତ ବାବା ଦୂତୀକେଶ୍ବର ମହାଦେବଙ୍କୁ ଦର୍ଶନ କରିବା ପରେ ଓଡ଼ଗାଁ ବିଜେ ଶ୍ରୀ ରଘୁନାଥ ଜୀଉଙ୍କୁ ଦର୍ଶନ କରିଥିଲେ । ପରେ ମନ୍ଦିର ବେଢା ପରିକ୍ରମା କରି ଶ୍ରୀ ହନୁମାନ, ଶ୍ରୀଲକ୍ଷ୍ମୀ, ଗାୟତ୍ରୀ, ଗଣେଶ ଓ ନବଗ୍ରହ ମନ୍ଦିର ଆଦି ପାର୍ଶ୍ଵ ଦେବାଦେବୀଙ୍କ ଦର୍ଶନ ଲାଭ କରିଥିଲେ । ବିଚାରପତିଙ୍କ ସହିତ ଓଡ଼ଗାଁ ଜୁନିୟର ସିଭିଲ ଜଜ ପ୍ରେରଣାଶ୍ରୀ ଦେଓ ଉପସ୍ଥିତ ରହିଥିଲେ । ବିଚାରପତି ମିଶ୍ର ପ୍ରଥମଥର ଶ୍ରୀଜିଉଙ୍କ ଦର୍ଶନ ଲାଭ କରିଥିବା ବେଳେ ମନ୍ଦିର ଚୁଡାରେ ଶୋଭା ପାଉଥିବା ୩ ସୁବର୍ଣ୍ଣ କଳସର ଫଟୋ ଉତ୍ତୋଳନ କରିଥିଲେ । ପୂଜକ ପରିଷଦ ସଭାପତି ପ୍ରଫୁଲ୍ଲ କୁମାର ମହାପାତ୍ର ଦର୍ଶନ କରାଇଥିବା ବେଳେ ମନ୍ଦିର ପରିଚାଳକ ଜିତେନ୍ଦ୍ର କୁମାର ମିଶ୍ର ଦର୍ଶନରେ ସହଯୋଗ କରିଥିଲେ । ଆସନ୍ତା କାଲି ଶରଣକୁଳ ବାବା ଲଡୁ ବାବାଙ୍କୁ ଦର୍ଶନ କରିବା ସହିତ ମାତା ବୈଷ୍ଣୋଦେବୀଙ୍କ ଦର୍ଶନ କରିବା ନେଇ ଜଣାପଡିଛି ।

0
0
0
s2sdefault