ହେଡଲାଇନସ୍:

ଶ୍ରୀକ୍ଷେତ୍ରର ନିଆରା ପରମ୍ପରା ; ମହାଦୀପ ଦର୍ଶନ କରି ମେଲାଣୀ ନେଲେ ଶ୍ରୀକ୍ଷେତ୍ର ଗୋସାଣୀ ଗଣ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପୁରୀ (ଅନିମେଶ ପଟ୍ଟନାୟକ): ଗୋସାଣୀ ଯାତ ଶ୍ରୀକ୍ଷେତ୍ରର ଏକ ନିଆରା ପରମ୍ପରା । ଶ୍ରୀମନ୍ଦିର ସମ୍ମୁଖରେ ଶ୍ରୀକ୍ଷେତ୍ରର ବିଭିନ୍ନ ସାହି ଓ ଜାଗା ଆଖଡ଼ାର ଗୋସାଣୀ ଏକତ୍ରିତ ହୋଇ ଚାହିଁ ରହି ଥାନ୍ତି ମହାପ୍ରଭୁଙ୍କ ଏକାଦଶୀ ମହାଦୀପକୁ । ମହାଦୀପକୁ ଦର୍ଶନ ପରେ ଜଣକ ପରେ ଜଣେ ମଲାଣୀ ନେଇଥାନ୍ତି । ଯାହା ଏକ ଅନନ୍ୟ ଓ ନିଆରା ପରମ୍ପରା ।

ଶୁକ୍ରବାର ସଂନ୍ଧ୍ଯାରେ ସିଂହଦ୍ଵାର ସମ୍ମୁଖରେ ଏକତ୍ରିତ ହୋଇଥିଲେ ବିଭିନ୍ନ ସାହି ଓ ଜାଗା ଆଖଡ଼ାର ଗୋସାଣୀ । ଗୋସାଣୀ ସହ ସମ୍ପାତି ଚଢେଇ, ବୁଢାବୁଢୀ, ଛୋଟ ଓ ବଡ଼ ନାଗା ମୂର୍ତ୍ତି, ଦଶମୁଣ୍ଡ ରାବଣ ସହ ହନୁମାନ ମୂର୍ତ୍ତି ଆଦି ସିଂହଦ୍ଵାର ସମୁଖରେ ଏକାଠି ହୋଇଥିଲେ । ଦୋଳମଣ୍ଡପ ସାହିର ମା ଜହ୍ନିଖାଇ, ଏମାର ମଠ ନିକଟ ମା କାକୁଡ଼ିଖାଇ, ହରଚଣ୍ଡୀ ସାହିର ମା ବାରବାଟି ,ମାଟିମଣ୍ଡପ ସାହି ଭୋଗ ଯାଗାର ମା ହରଚଣ୍ଡୀ ଓ ମା ଶୂନ୍ଯ ଗୋସାଣୀ, ମର୍ଣ୍ଣିକର୍ଣ୍ଣିକା ସାହିର ମା ବନଦୁର୍ଗା, ହରଚଣ୍ଡୀ ସାହି ଆଖଡା ହାଟମୁଣ୍ଡ ଛକର ମା ତ୍ରିପୁରା ସୁନ୍ଦରୀ, ଗୌଡବାଡ ସାହିର ମା ଜହ୍ନିଖାଇ, ବାଲିସାହି ର ମା ଜହ୍ନିଖାଇ, ଖୁଣ୍ଟିଆ ସାହିର ମା ବେଲବାଇ, ତିଆଡି ସାହିର ମା ହାଡବାଇ, ମହାସୁଆର ସାହିର ମା ହରଚଣ୍ଡୀ, ବାସେଳି ସାହିର ମା ପଣାପ୍ରିୟା, ମର୍ଣ୍ଣିକର୍ଣ୍ଣିକା ସାହି ର ମା ଗେଲବାଇ, ଗୁଡିଆ ସାହିର ଯମକୋଟ ଓ ଗେଲବାଇ, ହରଚଣ୍ଡୀ ସାହିର ମା ଚକ୍ରକୋଟ, ମା ମହତେଶ୍ବରୀ , ଗୋଛିକାର ସାହିର ମା ବନଦୁର୍ଗା, ହଜୁରୀ ଗଳିର ମା ହରପ୍ରିୟା, କରତି ସାହିର ମା ହରଚଣ୍ଡୀ, ଶୀତଳ ପିଣ୍ଡା ସାହିର ମା ଶୀତଳେଶ୍ୱରୀ ଯାଗାର ଗୋସାଣୀ ମାନଙ୍କ ସୁସଜ୍ଜିତ ମେଢକୁ ଦର୍ଶନ କରିଥିଲେ ପର୍ଯ୍ୟଟକ ଓ ସ୍ଥାନୀୟ ଲୋକେ । ଗୋସାଣୀ ମାନଙ୍କ ମେଢ ସୁସଜ୍ଜିତ ସହ ଆଲୋକ ମାଳାରେ ଝଲସୁଥିଲା । ବିରାଟ ବିରାଟ ଗୋସାଣୀଙ୍କୁ ଦର୍ଶନ କରି ଶ୍ରଦ୍ଧାଳୁ ଓ ଭକ୍ତ ଭାବବିହ୍ବଳ ହୋଇପଡିଥିଲେ । ଶ୍ରୀମନ୍ଦିରରେ ନୀଳଚକ୍ରକୁ ଏକାଦଶୀ ଦୀପ ଉଠିବା ପରେ ଗୋସାଣୀ ମାନଙ୍କୁ ଘଣ୍ଟ ଘଣ୍ଟୁଆଙ୍କ ତାଳ ସହ ବିରାଟ ପଟୁଆରରେ ନିଆଯାଇ ମଙ୍ଗଳାଘାଟ ଅସ୍ଥାୟୀ ପୁଷ୍ପରିଣୀରେ ବିସର୍ଜନ କରାଯାଇଥିଲା । ପୁରୀ ପୋଲିସ ପ୍ରଶାସନ ପକ୍ଷରୁ ବ୍ଯାପକ ବ୍ଯବସ୍ଥା ଗ୍ରହଣ କରାଯାଇଥିଲା ।

0
0
0
s2sdefault