ହେଡଲାଇନସ୍:

ଆନ୍ତର୍ଜାତିକ ବରିଷ୍ଠ ଦିବସ ପାଳିତ: ବିକଶିତ ମୟୁରଭଞ୍ଜ -2036 ପ୍ରସଙ୍ଗରେ ଆଲୋଚନା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 


ବାରିପଦା: ମୟୁରଭଞ୍ଜ ଜିଲ୍ଲା ବରିଷ୍ଠ ନାଗରିକ ସଙ୍ଘ ତରଫରୁ ସଭାପତି ପ୍ରଦୀପ୍ତ କିଶୋର ପଣ୍ଡାଙ୍କ ସଭାପତିତ୍ୱରେ କଲ୍ୟାଣୀ ମହିଳା ସମିତି ସଭା ଗୃହରେ ଆନ୍ତର୍ଜାତିକ ବରିଷ୍ଠ ଦିବସ ପାଳନ ଅବସର ରେ ବିକଶିତ ମୟୁରଭଞ୍ଜ 2036 ପ୍ରସଙ୍ଗ ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା. ଏହି ଅବସରରେ ବିଶିଷ୍ଟ ଶିକ୍ଷା ସଂଗଠକ ବର୍ଷିଆନ ସମାଜସେବୀ ନନ୍ଦକିଶୋର ମହାପାତ୍ର ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ବରିଷ୍ଠ ମାନେ ସମାଜର ସମସ୍ତ ବର୍ଗ ଓ ବୟସର ଲୋକଙ୍କ ସମସ୍ୟାରେ ଛିଡା ହୋଇ ପୂଜ୍ୟ ହେବାକୁ ଦିଗଦର୍ଶନ ଦେଇଥିଲେ. ସାଧାରଣ ସମ୍ପାଦକ ଡ଼. ଶ୍ୟାମସୁନ୍ଦର ଦାସ ଙ୍କ ସଂଯୋଜନାରେ ଉଦଳା ବରିଷ୍ଠ ନାଗରିକ ସଙ୍ଘର ସମ୍ପାଦକ ପୂର୍ଣଚନ୍ଦ୍ର ସାହୁ, ବଡ଼ସାହି ବରିଷ୍ଠ ନାଗରିକର ସଙ୍ଘ ର ସଭାପତି ସୁନୀଲ କୁମାର ଦାଶ, ବେତନଟୀ ସମ୍ପାଦକ ଜୟନ୍ତ କୁମାର ପଟନାୟକ, ରାଇରଙ୍ଗପୁର ସମ୍ପାଦକ ନିରୋଜ କୁମାର ପଣ୍ଡା, ଶୁକୃଳିର ପ୍ରସନ୍ନ କୁମାର ପଣ୍ଡା, ବାଙ୍ଗିରିପୋଷି ସଭାପତି ମନୋରଞ୍ଜନ ବେହେରା, ବୈଶିଙ୍ଗା ସମ୍ପାଦକ ଅଶ୍ୱନୀ ମହାରଣା, ମୟୁରଭଞ୍ଜ ସାମ୍ବାଦିକ ସଂଘର ସଭାପତି ଅରୁଣ କୁମାର ଓତା, ବାଙ୍ଗିରିପୋଷି ମହାବିଦ୍ୟାଳୟର ପ୍ରତିଷ୍ଠାତା ଲଷ୍ମୀଧର ଦାସ, ବେତନଟୀ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ଶ୍ରୀନିବାସ ଭଞ୍ଜ, ଝାରପୋଖରୀଆର ସଭାପତି ଘାସିରାମ ମହାନ୍ତ, ପ୍ରମୁଖ ବିକଶିତ ମୟୁରଭଞ୍ଜ ଉପରେ ମତାମତ ରଖି ଜିଲ୍ଲା ବିଭାଜନରେ ଶିମିଳିପାଳ ସହିତ 1500 ବର୍ଷର ଉତ୍ତୁଙ୍ଗ ସଂସ୍କୃତିକୁ ବିଭାଜନ କରିବା ଅସମ୍ଭବ ବୋଲି ମତାମତ ଦେବା ସହିତ ମୟୁରଭଞ୍ଜର ଅସ୍ମିତାକୁ ବଳି ନଦେବାକୁ ସରକାରଙ୍କୁ ପରାମର୍ଶ ଦେଇଥିଲେ. l ଏତତ ବ୍ୟତୀତ ଜିଲ୍ଲାର ସମସ୍ତ ଚାରୋଟି ଉପଖଣ୍ଡରେ ଶିଳ୍ପ ଓ କୃଷି ବିକାଶ, ରେଳ ବିକାଶ, ବ୍ୟାପକ ହାଇଉଏ ନିର୍ମାଣ, ପର୍ଯ୍ୟଟନ ବିକାଶ, କେନ୍ଦ୍ରୀୟ ବିଶ୍ୱ ବିଦ୍ୟାଳୟ, ଚାରୋଟି କେନ୍ଦ୍ରୀୟ ବିଦ୍ୟାଳୟ, ନିଶାନିବାରଣ, ଉଦଳା ମୁନିସିପାଲିଟି ଘୋଷଣା, ବଡ଼ସାହି ଏନ. ଏସ. ସି. ଘୋଷଣା ବେତନଟୀ ଉପଖଣ୍ଡ ଘୋଷଣା ଇତ୍ୟାଦି ସହିତ ସରକାର ଅସହାୟ ବୃଦ୍ଧ ମାନଙ୍କ ପାଇଁ ପ୍ରତ୍ୟେକ ବ୍ଲକରେ ପିତୃମାତୃ ଗୃହ ନିର୍ମାଣ ପାଇଁ ପରାମର୍ଶ ଦିଆ ଯାଇଥିଲା. ଆସନ୍ତା ବାର୍ଷିକ ସମାରୋହରେ ଭଞ୍ଜ ବରିଷ୍ଠ ନାମିତ ମୁଖପତ୍ର ପ୍ରକାଶନ କରାଯିବାର ନିଷ୍ପତି ନିଆ ଯାଇଥିବା ବେଳେ ସଭ୍ୟ ଦେବାଶିଷ ଦାସ ଧନ୍ୟବାଦ ଅର୍ପଣ କରିଥିଲେ.

0
0
0
s2sdefault