ସ୍ୱତନ୍ତ୍ର ଚୟନ କମିଟି ଙ୍କ ପୂଜା ମଣ୍ଡପ ପରିଦର୍ଶନ ଓ ମୂଲ୍ୟାଙ୍କନ
ମାଲକାନଗିରି, ୩/୧୦/୨୫: ପ୍ରଥମ ଥର କରି ଦୁର୍ଗା ପୂଜା ଓ ଭସାଣି ଉତ୍ସବ ରେ ଶୁଦ୍ଧ ମୁକ୍ତ ଓ ନିଶାମୁକ୍ତ ଭସାଣି, ଡିଜେ ମୁକ୍ତ ରୋଶଣୀ ପଲିଥିନ ମୁକ୍ତ ଧରଣୀ ନେଇ ଦୁର୍ଗା ପୂଜା ମଣ୍ଡପ କୁ ଜିଲ୍ଲା ପୁଲିସ ପ୍ରଶାସନ ପକ୍ଷରୁ ସମ୍ମାନୀତ ସହିତ ପୁରସ୍କାର ର ବ୍ୟବସ୍ଥା କରାଯାଇଛି। ଏଥି ନିମନ୍ତେ ମାଲକାନଗିରି ଏସପି ବିନୋଦ ପାଟିଲ ଏଚ ଙ୍କ ପ୍ରତ୍ୟକ୍ଷ୍ୟ ତ୍ବତାବଧାନ ରେ ପୂଜାମଣ୍ଡପ ଗୁଡିକ ର ସମସ୍ତ ବିବରଣୀ ସଂଗ୍ରହ ଓ ମୂଲ୍ୟାଙ୍କନ କରିବା ନିମନ୍ତେ ଏକ ସ୍ୱତନ୍ତ୍ର ଚୟନ କମିଟି ଗଠନ କରା ଯାଇଛି।ଏହି ସ୍ୱତନ୍ତ୍ର ଚୟନ ଓ ମୂଲ୍ୟାଙ୍କନ କମିଟି ରେ ଏସଡିପିଓ ଦିବ୍ୟଶଙ୍କର ଦଳେଇ, ଜିଲ୍ଲା ସୂଚନା ଲୋକ ସମ୍ପର୍କ ଅଧିକାରୀ ପ୍ରମିଳା ମାଝୀ, ମାଲକାନଗିରି ଆଦର୍ଶ ଥାନା ଆଇଆଇସି ରିଗାନ କିଣ୍ଡୋ, ପୂର୍ବତନ ସାହିତ୍ୟ ଏକାଡେମୀ ସଦସ୍ୟ ଓ ସମାଜ ସେବୀ ରତ୍ନାକର ଦାଶ, ଅଧ୍ୟାପକ ରଞ୍ଜନ ସ୍ୱାଇଁ, ଜଗନ୍ନାଥପାଲ୍ଲୀ ହାଇସ୍କୁଲ ର ପ୍ରଧାନ ଶିକ୍ଷକ ଏ.ଈଶ୍ୱର ରାଓ ଙ୍କୁ ପୁଲିସ ପ୍ରଶାସନ ପକ୍ଷରୁ ମନୋନୀତ କରା ଯାଇଛି। ଏହି କମିଟି ର ସଦସ୍ୟ ମାନେ ମାଲକାନଗିରି ସହର ରେ ହୋଇଥିବା ୬ଟି ଦୁର୍ଗା ପୂଜା ମଣ୍ଡପ ଓ ଦୁଇଟି ଦୁର୍ଗା ଙ୍କ ସ୍ଥାୟୀ ପୀଠ ମୋଟ ଆଠଟି ପୂଜା ସ୍ଥଳ ପରିଦର୍ଶନ କରିଛନ୍ତି। ବିଭନ୍ନ ପୂଜା ମଣ୍ଡପ ଓ ଦୁର୍ଗା ଙ୍କ ପୀଠ ରେ ଚାଲିଥିବା ଦଶହରା ପୂଜା ଓ ଭସାଣି ଉତ୍ସବ ତଦାରଖ ଓ ଅନୁଧ୍ୟାନ କରି ପୂଜା ମଣ୍ଡପ ଓ ପୀଠ ଗୁଡିକ ପୁରସ୍କାର ଚୟନ ପାଇଁ ମୂଲ୍ୟାଙ୍କନ ଆରମ୍ଭ କରିଦେଇଛନ୍ତି । ପ୍ରଦୁଷଣ ମୁକ୍ତ ଶାନ୍ତି ପୂର୍ଣ୍ଣ ଦୁର୍ଗାପୂଜା ପାଇଁ ଜିଲ୍ଲା ପୁଲିସ ପ୍ରଶାସନ ପକ୍ଷରୁ ଅଭିନବ ପ୍ରୟାସ ଦ୍ୱାରା ଶୁଦ୍ଧ ମୁକ୍ତ, ନିଶା ମୁକ୍ତ ଓ ସୁରକ୍ଷିତ ପୂଜା ଓ ଭସାଣି ପାଇଁ ପୁରସ୍କୃତ କରାଯିବ ଉତ୍ତମ ଦୁର୍ଗାପୂଜା ମଣ୍ଡପକୁ। ଏହା ଚଳିତ ବର୍ଷ ପ୍ରଥମ ଥର କରି ଆରମ୍ଭ କରିଛନ୍ତି ମାଲକାନଗିରି ଏସପି ବିନୋଦ ପାଟିଲ । ନିଶା ମୁକ୍ତ ଭସାଣି,ଡିଜେ ମୁକ୍ତ ରୋଷଣି
ପଲଥିନ ମୁକ୍ତ ଧରଣୀ ର ସେ ଆହ୍ୱାନ ଦେଇଛନ୍ତି।ମାଲକାନଗିରି ସହର ରେ ଶାରଦୀୟ ଦୂର୍ଗା ପୂଜା ପାଳନ କରୁଥିବା ସମସ୍ତ ପୂଜା ପରିଚାଳନା କମିଟି ଙ୍କୁ ମାଲକାନଗିରି ଜିଲ୍ଲା ପୋଲିସ ତରଫ ରୁ ଶାରଦୀୟ ଦୁର୍ଗାପୂଜା ର ହାର୍ଦିକ ଶୁଭେଚ୍ଛା ଓ ଅଭିନନ୍ଦ ଜଣାଇ ପୂଜା ରେ ଆଠ ଟି ନିୟମ ପାଳନ କରି ପୁରସ୍କୃତ ହେବା ପାଇଁ ପରାମର୍ଶ ଦେଇଛନ୍ତି ଏସପି । ଗତ କାଲି ରାତି ରେ ପବିତ୍ର ଦଶହରା ଉତ୍ସବ ସରିଛି । ଆଜି ଠାରୁ ଭସାଣି ଉତ୍ସବ ଆରମ୍ଭ ହୋଇଛି । ଏହି ଭସାଣି ଉତ୍ସବ ଆସନ୍ତା ୫ ତାରିଖ ପର୍ଯ୍ୟନ୍ତ ଚାଲିବ। ଚଳିତ ବର୍ଷ ଦୂର୍ଗା ପୂଜା ଓ ଭସାଣି ଉତ୍ସବ କୁ ସୂଚାରୁ ରୂପେ ପରିଚାଳନା ତଥା ଆଇନ ଶୃଙ୍ଖଳା ପରିସ୍ଥିତି କୁ ଉନ୍ନତ ତଥା ପରିଲକ୍ଷିତ କରିବା ନିମନ୍ତେ ଜିଲ୍ଲା ପୋଲିସ ପୂଜା କମିଟି ଓ ସହର ବାସୀ ଙ୍କ ସହଯୋଗ କାମନା କରି ସ୍ୱତନ୍ତ୍ର ଚୟନ ଓ ମୂଲ୍ୟାଙ୍କନ କମିଟି ଗଠନ କରିଛି ଜିଲ୍ଲା ପୁଲିସ । ଆଠ ଟି ନୟମ ପାଳ କରି ଭଲ ନମ୍ବର ପାଇଥିବା ମଣ୍ଡପ ଗୁଡିକୁ କୁ ପ୍ରଥମ,ଦ୍ଵିତୀୟ, ତୃତୀୟ ପୁରସ୍କାର ଓ ମାନ ପତ୍ର ପ୍ରଦାନ କରାଯିବା ସହିତ ଅନ୍ୟ ମଣ୍ଡପ ଗୁଡିକୁ ସ୍ୱାନ୍ତନା ମୂଳକ ପୁରସ୍କାର ପ୍ରଦାନ କରାଯିବା ପାଇଁ ନିଷ୍ପତି ନିଆଯାଇଛି।
ପରିବେଶ–ବନ୍ଧୁତା, ସୁରକ୍ଷିତ ଓ ଦାୟିତ୍ବପୂର୍ଣ ଦୁର୍ଗା ପୂଜା ପଣ୍ଡାଲ ପାଇଁ ପୁରସ୍କାର ଦେଵା ପାଇଁ ପୁଲିସ ପକ୍ଷରୁ ନିଷ୍ପତି ନିଆଯାଇଛି।
ଦୁର୍ଗା ପୂଜା ଭକ୍ତି, ସଂସ୍କୃତି ଓ ଆତ୍ମାର ପର୍ବ । ପୂଜା ପରିଚାଳନା କମିଟି ମାନଙ୍କୁ ପରିବେଶ– ବନ୍ଧୁତା, ସୁରକ୍ଷିତ ଓ ସାମାଜିକ ଦାୟିତ୍ଵପୂର୍ଣ ପ୍ରକ୍ରିୟା ଅନୁସରଣରେ ପ୍ରେରିତ କରିବା ପାଇଁ, ମାଲକାନଗିରି ଜିଲ୍ଲା ପୁଲିସ୍ ଏହି ବର୍ଷ “ଶ୍ରେଷ୍ଠ ପୂଜା ପଣ୍ଡାଲ ପୁରସ୍କାର" ଆରମ୍ଭ କରୁଛି | ଲକ୍ଷ ରହିଛି
ପରିବେଶ– ବନ୍ଧୁତା ଓ ପରିବେଶ ସଚେତନ ପର୍ବକୁ ପ୍ରୋତ୍ସାହନ ।
ପର୍ବ ସମୟରେ ଶୃଙ୍ଖଳା, ସୁରକ୍ଷା ଓ ସାଧାରଣ ଜନତାଙ୍କ ତାଙ୍କ ସହଭାଗୀତା ତାକୁ ଉତ୍ସାହିତ କରିବା ।
ଦାୟିତ୍ବପୂର୍ଣ ପୂଜା ପାଇଁ ପାଇଁ ଉଦାହରଣ ସୃଷ୍ଟି କରୁଥିବା ପଣ୍ଡାଲ ମାନଙ୍କୁ ସ୍ବୀକୃତି ।
ମୂଲ୍ୟାଙ୍କନ ର ମାନଦଣ୍ଡ
ପଣ୍ଡାଲ ମାନଙ୍କୁ ନିମ୍ନଲିଖିତ ଆଧାରରେ ବିଚାର କରାଯିବ:
ପରିବେଶ– ବନ୍ଧୁତା – ବାୟୋ—ଡିଗ୍ରେଡେବଲ୍ ସାମଗ୍ରୀ ବ୍ୟବହାର, ପ୍ଲାଷ୍ଟିକ–ମୁକ୍ତ ସଜାଣ, ପରିସ୍କାର ବିସର୍ଜନ ପ୍ରକ୍ରିୟାବ୍ୟବହାର ଶବ୍ଦ ପ୍ରଦୂଷଣ ନିୟନ୍ତ୍ରଣ – ନିର୍ଦ୍ଦିଷ୍ଟ ଶବ୍ଦ ସୀମାର ପାଳନ, ଅତି ବେଶି –ଡେସିବେଲ୍ ଡିଜେ/ଲାଉଡ୍ ସ୍ପିକର୍ ବ୍ୟାନକରିବା, ସମୟ ସୀମା ମାନିବା ।
ସୁରକ୍ଷା ବ୍ୟବସ୍ଥା – ଅଗ୍ନି —-ନିର୍ବାପକ ସାମଗ୍ରୀ, ପ୍ରାଥମିକ –ଚିକିତ୍ସା, ପ୍ରବେଶ/ପ୍ରସ୍ଥାନ ପଥ, ଭିଡ଼ ପରିଚାଳନା
ସାମୂହିକ ସହଭାଗୀତା – ସେବକ, ପୁଲିସ୍ ଓ ପ୍ରଶାସନ ସହିତ ସମନ୍ୱୟ ।
ଭକ୍ତିମୟ ପରିବେଶ,ମା' ଦୁର୍ଗାଙ୍କ ଶକ୍ତି, ସୁରକ୍ଷା ଓ ସମନ୍ୱୟର ମୂଲ୍ୟବୋଧ, ନାରୀ ସୁରକ୍ଷା ଓ ସାମାଜିକ ଦାୟିତ୍ଵ ।
ପରିସ୍କାରତା ଓ ସ୍ବାସ୍ଥ୍ୟବାନ୍ଧବତା, ପୂଜା ସମୟରେ ଓ ପରେ ପରିବେଶ ପରିସ୍କାର ରଖିବା । ଆତଶବାଜି ର ସୀମିତ ବ୍ୟବହାର ।
ଦୂର୍ଗା ଙ୍କ ର ଭକ୍ତି ତଥା ପ୍ରାର୍ଥନାମୟ ଭଜନ/ସଙ୍ଗୀତ ପରିଚାଳନା କରିବା।
ଜିଲ୍ଲା ପ୍ରଶାସନ ସ୍ୱତନ୍ତ୍ର ଚୟନ କମିଟି ଉତ୍ସବ ସମୟରେ ପଣ୍ଡାଲ ମାନଙ୍କୁ ପରୀକ୍ଷା କରିବେ ।
ବିଜେତା ପୂଜା ପରିଚାଳନା କମିଟିମାନଙ୍କୁ ସର୍ଟିଫିକେଟ୍, ସ୍ମୃତିଚିହ୍ନ, , ନଗଦ ପୁରସ୍କାର ଓ ସାର୍ବଜନିକ ସମ୍ମାନ ପ୍ରଦାନ କରାଯିବ ବୋଲି ଜିଲ୍ଲା ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି ।