ଭୁବନେଶ୍ୱର, ଅକ୍ଟୋବର ୩: ସେପ୍ଟେମ୍ବର ୧୭ ରୁ ଅକ୍ଟୋବର ୨ ତାରିଖ ପର୍ଯ୍ୟନ୍ତ ପାଳିତ ହୋଇଥିବା ସ୍ୱଚ୍ଛତା ପଖୱାଡା କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନଷ୍ଟିଟ୍ୟୁଟ ଅଫ୍ ଟେକ୍ନିକାଲ୍ ଏଜୁକେସନ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର)ର ଏନଏସଏସ ୟୁନିଟ ଗଣ୍ଡମୁଣ୍ଡା ଗ୍ରାମରେ ଏକ ସଫେଇ ଅଭିଯାନ ଓ ପ୍ରଦର୍ଶନୀ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ସାମୁଦାୟିକ ସେବାର ଉଲ୍ଲେଖନୀୟ ଅଭିଯାନରେ ବହୁ ସଂଖ୍ୟକ ସ୍ୱେଚ୍ଛାସେବୀଙ୍କ ଅଂଶ ଗ୍ରହଣରେ ଏହି ସଫେଇ ଅଭିଯାନ ସମ୍ପନ୍ନ ହୋଇଥିଲା ।
ଆଇଟିଇଆର ସମ୍ମୁଖରୁ ଆରମ୍ଭ ହୋଇ ସୁଭାଷ ପାର୍କରେ ଏହି କାର୍ଯ୍ୟକ୍ରମ ଶେଷ ହୋଇଥିଲା । କାର୍ଯ୍ୟକ୍ରମ ମାଧ୍ୟମରେ ସ୍ୱେଚ୍ଛାସେବୀମାନେ “ସ୍ୱଚ୍ଛତା ହିଁ ସେବା”, “କ୍ଲିନ୍ ଇଣ୍ଡିଆ-ଗ୍ରୀନ୍ ଇଣ୍ଡିଆ”, “ଭାରତ ମାତା କି ଜୟ” ଏବଂ “ବନେ୍ଦ ମାତରମ” ଆଦି ସ୍ଲୋଗାନ୍ ଦେଇ ଲୋକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଇବା ସହ ଗଣ୍ଡମୁଣ୍ଡା ଅଂଚଳକୁ ଭଲ ଭାବେ ସଫା କରିଥିଲେ ।
ଏହି ଅବସରରେ ଆଇଟିଇଆରର ଡିନ୍ ପ୍ରଫେସର ପ୍ରଦୀପ୍ତ କୁମାର ସାହୁ ଉପସ୍ଥିତ ରହି ସ୍ୱେଚ୍ଛାସେବୀଙ୍କ ନିଷ୍ଠାକୁ ପ୍ରଶଂସା କରିଥିବା ବେଳେ ଏନ୍ଏସ୍ଏସର ପ୍ରୋଗ୍ରାମ କୋଅର୍ଡିନେଟର ପ୍ରଫେସର କମଳ ଲୋଚନ ମହାନ୍ତ ସ୍ୱେଚ୍ଛାସେବୀଙ୍କୁ ପ୍ରେରଣା ଦେବା ସହ ଜାତୀୟ ମଙ୍ଗଳକୁ ଗୁରୁତ୍ୱ ଦେବା ପାଇଁ ଆହ୍ୱାନ ଦେଇଥିଲେ । ପ୍ରଫେସର ମହାନ୍ତଙ୍କ ମାର୍ଗଦର୍ଶନରେ ଏହି କାର୍ଯ୍ୟକ୍ରମକୁ ପ୍ରୋଗ୍ରାମ ଅଫିସର ଡକ୍ଟର କନକଲତା ଓଝା, ଡକ୍ଟର ଶିବପ୍ରସାଦ ତ୍ରିପାଠୀ ଏବଂ ପ୍ରଫେସର ପଦ୍ମଜା ପଟେଲଙ୍କ ନେତୃତ୍ୱରେ ଏହି କାର୍ଯ୍ୟକ୍ରମ ପରିଚାଳନା କରାଯାଇଥିଲା ।
ସ୍ୱେଚ୍ଛାସେବୀ ସନ୍ନତ, ଶିବାଂଶୁ, ଜୟଶ୍ରୀ, ହୃତିକ, ଜୟପ୍ରକାଶ, ଶୁଭମ, ମନୋଜୀତ, ଆର୍ଚିଡ, ରୁଦ୍ର ଏବଂ ଭବିଷ୍ୟ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ ।
ରାଜ୍ୟ
ଆଇଟିଇଆର ଏନଏସଏସ ସ୍ୱେଚ୍ଛାସେବୀଙ୍କ ଗ୍ରାମ ସଫେଇ ଅଭିଯାନ
- Hits: 82