ହେଡଲାଇନସ୍:

ଆଇ.ଆର୍.ବି ଭଞ୍ଜନଗର ତରଫରୁ ନିଶୁଳ୍କ ସ୍ଵାସ୍ଥ୍ୟ ଶିବିର ଅନୁଷ୍ଠିତ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }: ଆଜି ହେଉଛି ଅକ୍ଟୋବର ମାସ ୨ ତାରିଖ ବୁଧବାର ୨୦୨୪ । ଆଜି ଆଜି ଅଷ୍ଟମ ସ୍ୱତନ୍ତ୍ର ଭାରତୀୟ ସଂରକ୍ଷିତ ବାହିନୀ ଭଞ୍ଜନଗର ତରଫରୁ ତନରଡା ଠାରେ ଥିବା ବାଟାଲିୟନ୍ ରେ ନିଶୁଳ୍କ ସ୍ଵାସ୍ଥ୍ୟ ପରିକ୍ଷା ଓ ରକ୍ତଦାନ ଶିବିର ଆୟୋଜନ ହୋଇଛି। ଏହି ମେଗା ଶିବିର କୁ ସୋରଡ଼ା ବିଧାୟକ ଶ୍ରୀମାନ୍ ନୀଳମଣି ବିଷୋୟୀ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଶୁଭ ଉଦ୍ଘାଟନ କରିଥିଲେ। ଏହାସହିତ ସମଗ୍ର ବିଶ୍ୱକୁ ସତ୍ୟ ଏବଂ ଅହିଂସା ର ମାର୍ଗ ଦେଖେଇଥିବା ଜାତୀୟ ପିତା ମାହାତ୍ମା ଗାନ୍ଧୀ ଏବଂ ଦେଶର ପୁର୍ବତନ ପ୍ରଧାନମନ୍ତ୍ରୀ ଭାରତ ରତ୍ନ ଲାଲ୍ ବାହାଦୁର ଶାସ୍ତ୍ରୀଙ୍କ ପବିତ୍ର ଜନ୍ମ ବାର୍ଷିକୀ।

ଚଳିତ ଅକ୍ଟୋବର ୨ ତାରିଖ ବୁଧବାର ସକାଳ ଆଠ ଘଣ୍ଟିକା ତିରିଶି ମିନିଟ୍ ସମୟରେ ସୋରଡ଼ା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ତନରଡା ଠାରେ ଥିବା ଭାରତୀୟ ଅଷ୍ଟମ ସ୍ୱତନ୍ତ୍ର ବାଟାଲିୟନ୍ ରେ ଏକ ମେଗା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଥିଲା। ଏଥିରେ ମାନ୍ୟବର ବିଧାୟକ ଶ୍ରୀମାନ୍ ନୀଳମଣି ବିଷୋୟୀ ମୁଖ୍ୟ ଅତିଥି ରୂପେ ପହଞ୍ଚିବା ସଂଗେ ସଂଗେ ବାଟାଲିୟନର ଦୁର୍ଗପତି , ଉପ ଦୁର୍ଗପତି, ବରିଷ୍ଠ ହାବିଲଦାର ସିପାହୀ ସହିତ ସମସ୍ତ ଅଧିକାରୀଙ୍କ ସହ ତାଙ୍କୁ ପୁଷ୍ପମାଲ୍ୟ ଓ ଉତ୍ତରୀୟ ପ୍ରଦାନ କରି ପାଛୋଟି ନେଇଥିଲେ । ପରେ ପରେ ମୁଖ୍ୟ ଅତିଥି ରିବନ୍ କାଟି ଦୁଇଟି ଶିବିର ଯଥା, ସ୍ବାସ୍ଥ୍ୟ ଶିବିର ଓ ରକ୍ତଦାନ ଶିବିର କୁ ଉଦଘାଟନ କରିଥିଲେ। ଏହି ଶିବିର କୁ ଦୁର୍ଗପତି ଶ୍ରୀମାନ୍ ବିଭୁତି ଭୁଷଣ ପରିଡ଼ା, ଉପ ଦୁର୍ଗପତି ଶ୍ରୀମାନ୍ ଲଲିତ କୁମାର ବାଘ ଙ୍କ ନେତୃତ୍ବରେ ଓ ହାବିଲଦାର ଶ୍ରୀ ପ୍ରହଲାଦ ରାଉତ ଙ୍କ ସହଯୋଗ ରେ ହେବା ସହିତ ଏଥିରେ ନିରିକ୍ଷକ , ଉପ ନିରିକ୍ଷକ , ସମସ୍ତ ହାବିଲଦାର, ସମସ୍ତ ସିପାହୀ ମାନଙ୍କ ଅନେକ ସହଯୋଗ ଥିଲା।ଆଖପାଖ ଗ୍ରାମର ଯଥା ତନରଡା, ବାଦୁଆ ପଲି, ଗୁଡିପଲି ଓ ବାଣତୁମ୍ବୁ ର ଶହ ଶହ ଜନସାଧାରଣ ନିଜ ନିଜର ସ୍ଵାସ୍ଥ୍ୟ ପରିକ୍ଷା କରାଇଥିଲେ। ମୁଖ୍ୟ ଅତିଥି ନିଜର ବକ୍ତବ୍ୟ ରେ ସାମ୍ବାଦିକ ବନ୍ଧୁ ମାନଙ୍କୁ କହିଥିଲେ ଯେ, ଅନେକ ସରକାରୀ ବେସରକାରୀ ଚିକିତ୍ସାଳୟ ଥିଲେ ମଧ୍ୟ ବାର୍ଷିକ ୬/୭ ଗୋଟି ଶିବିର ଏପରି ଆୟୋଜନ ର ବ୍ୟବସ୍ଥା କରାଗଲେ ଜନସାଧାରଣଙ୍କ ସ୍ବାସ୍ଥ୍ୟରେ ଆହୁରି ଉପକୃତ ହୋଇପାରିବେ। ଆହୁରି ମଧ୍ଯ, ଉକ୍ତ ଅଷ୍ଟମ ସ୍ଵତନ୍ତ୍ର ସଂରକ୍ଷିତ ବାଟାଲିୟନ ଟି ଏଠାରେ ସ୍ଥାୟୀ ନୁହେଁ କିନ୍ତୁ ସହରର ଓ ଗ୍ରାମର ଶାନ୍ତି ଓ ସୁରକ୍ଷା ଦୃଷ୍ଟିରୁ ଏହାକୁ ଏଠାରେ ସ୍ଥାୟୀ କରାଯାଇପାରିବ। ଏଥିପାଇଁ ସେ ମୋହନ ସରକାରଙ୍କ ସହ କଥା ହେବେ। ଯେହେତୁ ଏହା ସହରର ସୁରକ୍ଷା ଓ ଶାନ୍ତି ପାଇଁ ନିହାତି ଆବଶ୍ୟକୀୟ ରହିଛି ବୋଲି ପ୍ରକାଶ କରିଥିଲେ। ଓଡ଼ିଶା ରାଜ୍ୟସାରା ଦୁର୍ଗମ ନକ୍ସଲ ପ୍ରବଣ ଅଞ୍ଚଳରେ କାର୍ଯ୍ୟ କରୁଥିବା ୫୦ ଜଣ ଯବାନ ଆଗ୍ରହ ସହକାରେ ଆସି ଏହି ଶିବିର ରେ ୫୦ ୟୁନିଟ୍ ରକ୍ତଦାନ କରି ସମସ୍ତଙ୍କ ଆଗରେ ଉଦାହରଣ ହୋଇପାରିଥିଲେ। ଏଥିପାଇଁ ମାନ୍ୟବର ବିଧାୟକ ଓ ବାଟାଲିୟନର ସମସ୍ତ ଉଚ୍ଚ ପଦସ୍ଥ ଅଧିକାରୀ ମାନେ ତାଙ୍କୁ ବିଶେଷ ଧନ୍ୟବାଦ୍ ଜ୍ଞାପନ କରିଛନ୍ତିି।

0
0
0
s2sdefault