ହେଡଲାଇନସ୍:

ଜଗତସିଂହପୁର ଜିଲ୍ଲା ସାମ୍ବାଦିକ ସଂଘ-ସାଧାରଣ ପରିଷଦ ବୈଠକ ଓ ବନ୍ଧୁ ମିଳନ କାର୍ଯ୍ୟକ୍ରମ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଜଗତସିଂହପୁର,ତା-୨୮.୦୨.୨୦୨୪/ସୁମନ୍ତ କୁମାର ଦାସ: ଗତସିଂହପୁର ଜିଲ୍ଲା ସାମ୍ବାଦିକ ସଂଘ(ଉତ୍କଳ ସାମ୍ବାଦିକ ସଂଘ, ଓଡିଶା ଅନୁବନ୍ଧିତ)ର ସାଧାରଣ ପରିଷଦ ବୈଠକ ଓ ବନ୍ଧୁ ମିଳନ କାର୍ଯ୍ୟକ୍ରମ ସ୍ଥାନୀୟ ଧଳତଙ୍ଗ ଗଡ଼ ଜଙ୍ଗଲରେ ଅନୁଷ୍ଠିତ ହୋଇ ଯାଇଛି । ଜିଲା ସଭାପତି ମନୋଜ ଦାଶଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ରାଜ୍ୟ ସମ୍ପାଦକ ରାଧାକାନ୍ତ ମିଶ୍ର, ଜିଲା ସାଧାରଣ ସମ୍ପାଦକ ନିରଞ୍ଜନ ବାରିକ,ସଂଗଠନ ସମ୍ପାଦକ ଅମରଜ୍ୟୋତି ସାହୁ,କୋଷାଧକ୍ଷ ମାନଶ କୁମାର କାନୁନଗୋ,ଉପସଭାପତି ତାପସ ସ୍ୱାଇଁ, ସୁଜନ କୁମାର ମୁଦୁଲି, ସହ ସମ୍ପାଦକ ଦେଵଜ୍ୟୋତି ମହାନ୍ତି ସୁରେଶଚନ୍ଦ୍ର ନାୟକଙ୍କ ସହ ଜିଲା ତଥା ବିଭିନ୍ନ ବ୍ଲକରୁ ସଂଘ ର ବହୁ ସଦସ୍ୟ ଓ କର୍ମକର୍ତା ମାନେ ଯୋଗଦେଇଥିଲେ । ଏହି ବୈଠକରେ ଜିଲା ସଂଘ ପକ୍ଷରୁ ମହତ ଉଦେଶ୍ୟ ନେଇ ଏକ ରିଲିଫ ସଂଗଠନ ଗଠନ କରାଯାଇଥିଲା । ଏହି ରିଲିଫ ସଂଗଠନ ମାଧ୍ୟମରେ ଜଗତସିଂହପୁର ଜିଲା ସାମ୍ବାଦିକ ସଂଘ ପକ୍ଷରୁ ବିଭିନ୍ନ ଗରୀବ ଅସହାୟ ତଥା ବିପନ୍ନ ମାନଙ୍କୁ ସେମାନଙ୍କ ବିପଦ ସମୟରେ ସହାୟତାର ହାତ ବଢ଼ାଇବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ଏହି କମିଟିରେ ଜିଲା ସଭାପତିଙ୍କ ସମେତ ଅନ୍ୟାନ୍ୟ କର୍ମକର୍ତା ମାନେ ରହିଥିବା ସହିତ ରାଧାକାନ୍ତ ମିଶ୍ର ଙ୍କୁ କମିଟିର ଆବାହକ ଭାବରେ ଚୟନ କରାଯାଇଥିଲା । ଏଥି ସହିତ ପ୍ରତି ବ୍ଲକରୁ ଜଣେ ଲେଖାଏଁ ବ୍ଲକ ଆବାହକ ଚୟନ କରାଯିବା ସହ ୧୫ ଜଣ ସଦସ୍ୟଙ୍କୁ ବଣ୍ଟନ କମିଟିର ସଦସ୍ୟ ଭାବରେ ଚୟନ କରାଯାଇଥିଲା । ସାମ୍ବାଦିକ ମାନେ ଗରୀବ ଅସହାୟ ଲୋକ ମାନଙ୍କର ଖବର ପରିବେଷଣ କରିବା ସହିତ ସେମାନଙ୍କୁ ସିଧା ସଳଖ ଭାବରେ କିପରି ସହଯୋଗର ହାତ ବଢ଼ାଇ ପାରିବେ ତାକୁ ନେଇ ଆଲୋଚନା କରାଯିବା ସହିତ ଏହି କମିଟିର ଲକ୍ଷ ବୋଲି ସଭାପତି ସୂଚନା ଦେଇଥିଲେ । ସମସ୍ତ ସଦସ୍ୟ ଓ କର୍ମକର୍ତା ମାନେ ଏହି ପଦକ୍ଷପକୁ ସ୍ୱାଗତ କରିଥିଲେ । ଶ୍ରୀ ମିଶ୍ର ରାଜ୍ୟ ସମ୍ପାଦକ ଭାବରେ ମନୋନୀତ ହୋଇ ଥିବାରୁ ତାଙ୍କୁ ଜିଲା ସଂଘ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା । ସାମ୍ବାଦିକ ବିଭୁତିଭୂଷଣ ମଲ ଧନ୍ୟବାଦ ଅର୍ପଣ କରିବା ପରେ ସଭା ସାଙ୍ଗ କରାଯାଇଥିଲା ।

0
0
0
s2sdefault