ହେଡଲାଇନସ୍:

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ତରଫରୁ ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ– ୨୦୨୩

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରାୟଗଡ଼: ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ତରଫରୁ ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ, ୨୦୨୩ ରାୟଗଡ଼ ସ୍ଥିତ ବିଜୁ ପଟ୍ଟନାୟକ ଅଡିଟରିୟମ ଠାରେ ଅନୁଷ୍ଠିତ ହୋଇଅଛି । ଉକ୍ତ ଦିବସରେ ପୂର୍ବାହ୍ନ ୯ ଘଟିକା ସମୟରେ ଏକ ସାଧାରଣ ସଭାର ଆୟୋଜନ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ରୂପେ ମନ୍ତ୍ରୀ, ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆବର୍ଗ ବିକାଶ ତଥା ଆଇନ ବିଭାଗ, ଓଡିଶା, ସରକାର, ଶ୍ରୀଯୁକ୍ତ ଜଗନ୍ନାଥ ସାରକା, ସମ୍ମାନିତ ଅତିଥି ରୂପେ ମାନ୍ୟବର ବିଧାୟକ, ରାୟଗଡ ନିର୍ବାଚନ ମଣ୍ଡଳୀ, ଶ୍ରୀଯୁକ୍ତ ମକରନ୍ଦ ମୁଦୁଲି, ମାନ୍ୟବର ବିଧାୟକ, ଗୁଣୁପୁର ନିର୍ବାଚନ ମଣ୍ଡଳୀ, ଶ୍ରୀଯୁକ୍ତ ରଘୁନାଥ ଗମାଙ୍ଗ, ସମ୍ମାନନୀୟା ଅଧ୍ୟକ୍ଷ।, ଜିଲ୍ଲା ପରିଷଦ, ରାୟଗଡ଼, ସୁଶ୍ରୀ ସରସ୍ଵତୀ ମାଝୀ, ଅଧକ୍ଷ୍ୟା, ସ୍ଵତନ୍ତ୍ର ଉନ୍ନୟନ ପରିଷଦ, ରାୟଗଡ଼, ଶ୍ରୀମତୀ ଅନୁସୂୟା ମାଝି, ସମ୍ମାନନୀୟା ଅଧକ୍ଷ୍ୟା, ପଞ୍ଚାୟତ ସମିତି, ରାୟଗଡ଼, ସୁଶ୍ରୀ ଟୁନି ହୁଇକା, ସମ୍ମାନନୀୟ ଉପାଧ୍ୟକ୍ଷ, ପଞ୍ଚାୟତ ସମିତି, ରାୟଗଡ଼, ଶ୍ରୀ ହରପ୍ରସାଦ ହେପୃକା, ଉପାଧ୍ୟକ୍ଷା, ପୌର ପରିଷଦ, ରାୟଗଡ଼, ଶ୍ରୀମତୀ ଶୁଭ୍ରା ପଣ୍ଡା, ସମ୍ମାନନୀୟ ଅତିରିକ୍ତ ଜିଲ୍ଲାପାଳ ରାୟଗଡ଼, ଶ୍ରୀ ଭାସ୍କର ରଇତ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ, ରାୟଗଡ଼, ଶ୍ରୀ ସିମାଞ୍ଚଳ ମହାପାତ୍ର, ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ୱାସ୍ଥ୍ୟ ଅଧିକାରୀ, ଶ୍ରୀ ଲାଲମୋହନ ରାଉତରାୟ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ, ଶ୍ରୀ ବିଷ୍ଣୁ ପ୍ରସାଦ ପାତ୍ର, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ, ରାୟଗଡ଼, ଶ୍ରୀ ବସନ୍ତ କୁମାର ପ୍ରଧାନ, ଜିଲ୍ଲା କ୍ରୀଡା ଅଧିକାରୀ, ରାୟଗଡ଼, ଶ୍ରୀ ଶେଖ ଆଲିନୁର, , ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ, ରାୟଗଡ଼, ଶ୍ରୀ ଶ୍ରୀକାନ୍ତ କୁମାର ପାଣିଗ୍ରାହୀ, ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ, ଗୁଣୁପୁର, ଶ୍ରୀ ଏଲ. ସନ୍ତୋଷ କୁମାର, ରାୟଗଡ଼ ଭିନ୍ନକ୍ଷମ ମହାସଙ୍ଘ ର କର୍ମକର୍ତ୍ତା ବୃନ୍ଦ, ଶ୍ରୀ ଜଳନ୍ଧର ବାଚେଲୀ, ଶ୍ରୀ ଅମରେନ୍ଦ୍ର ନାଥ, ଶ୍ରୀ ରାକେଶ ହିମିରିକା, ଶ୍ରୀ ଶିଶିର ରାଉଳ ସଭାରେ ଉପସ୍ଥିତ ଥିଲେ ।

ସଭା ପରେ ମାନ୍ୟବର ମନ୍ତ୍ରୀ, ଶ୍ରୀଯୁକ୍ତ ଜଗନ୍ନାଥ ସାରକା ଓ ମାନ୍ୟବର ବିଧାୟକ, ଶ୍ରୀଯୁକ୍ତ ମକରନ୍ଦ ମୁଦୁଲି ସବୁଜ ପତାକା ଦେଖାଇ ଭିନ୍ନକ୍ଷମ ବ୍ୟକ୍ତି ତଥା ସେଠାରେ ଉପସ୍ଥିତ ସମସ୍ତ ବ୍ୟକ୍ତିଙ୍କୁ ନେଇ ସଙ୍ଗଠିତ ସଚେତନତା ରାଲିର ଶୁଭାରମ୍ଭ କରିଥିଲେ, ଯାହା ବିଜୁ ପଟ୍ଟନାୟକ ଅଡିଟରିୟମ ଠାରୁ ଆରମ୍ଭ କରି ଆମ୍ବେଦକର ପ୍ରତିମୂର୍ତ୍ତି ଛକ ପର୍ଯ୍ୟନ୍ତ ପହଞ୍ଚି ସେଠାରୁ ପୁଣି ବିଜୁ ପଟ୍ଟନାୟକ ଅଡିଟରିୟମ ଠାରେ ଶେଷ ହୋଇଥିଲା । ଉକ୍ତ ସମୟରେ ଅଡିଟରିୟମ ପରିସରରେ ଭିନ୍ନକ୍ଷମ ମାନଙ୍କ ପାଇଁ କ୍ରୀଡା ପ୍ରତିଯୋଗିତା ( ହୁଇଲ ଚେୟାର ରେସ, ଟ୍ରାଇ ସାଇକେଲ ରେସ, ମ୍ୟୁଜିକ ଚେୟାର ଓ ବଲ ଥ୍ରୋ) କରଯାଇଥିଲା । ଏହି କାର୍ଯ୍ୟକ୍ରମରେ ରାୟଗଡ଼ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟରେ ପ୍ରବନ୍ଧ ଓ ବକୃତା ପ୍ରତିଯୋଗିତାରେ କୃତକାର୍ଯ୍ୟ ହୋଇଥିବା ଉଚ୍ଚ ବିଦ୍ୟାଳୟ ଛାତ୍ର ଛାତ୍ରୀଙ୍କୁ ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥିଙ୍କ ଦ୍ଵାରା ପୁରସ୍କାର ବଣ୍ଟନ କରାଗଲା । ଏତଦବ୍ୟବିତ ରାୟଗଡ଼ ବ୍ଲକର ୧୨ ଜଣଙ୍କୁ ମଧୁବାବୁ ଭତ୍ତା ସହ ୨ ଜଣଙ୍କୁ ଶ୍ରବଣ ଯନ୍ତ୍ର ଆଦି ବଣ୍ଟନ କରାଗଲା । ରାୟଗଡ଼ ଜିଲ୍ଲାରେ ୨୦୨୩ ବର୍ଷରେ ଦଶମ ଶ୍ରେଣୀ ରେ ଉତ୍ତୀର୍ଣ୍ଣ ହୋଇଥିବା ୩ ଜଣ ମେଧାବୀ ଭିନ୍ନକ୍ଷମ ଛାତ୍ରଛାତ୍ରୀ ଙ୍କୁ ସମ୍ବର୍ଦ୍ଧନା କରାଗଲା । ଏହାପରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଯଥା ନୃତ୍ୟ ଓ ସଙ୍ଗୀତ ପରିବେଷଣ କରଗଲା । ଏତଦବ୍ୟତୀତ, ରାଜ୍ୟ ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ନିର୍ଦ୍ଦେଶ କ୍ରମେ ୪ ଜଣ ଭିନ୍ନକ୍ଷମ ବ୍ୟକ୍ତିଙ୍କୁ ସମ୍ବର୍ଦ୍ଧନା କରାଗଲା ।ଏହି ଦିବସରେ ସମସ୍ତ ଗୋଷ୍ଠୀ ସାମାଜିକ ସୁରକ୍ଷା ଅଧିକାରୀ ସହ କନିଷ୍ଠ କିରାଣୀ ଓ ପି.ଏ ମାନେ ଏହି କାର୍ଯ୍ୟକ୍ରମକୁ ସୂଚାରୁ ରୂପେ ପରିଚାଳନା କରିଥିଲେ ।

0
0
0
s2sdefault