ହେଡଲାଇନସ୍:

ଉଚ୍ଚ ମାଧ୍ୟମିକ ଛାତ୍ରଛାତ୍ରୀଙ୍କ ପାଇଁ "ଓଡିଆପ୍ରିନୁ୍ୟର' ସ୍ମାର୍ଟ ଓଡିଶା ହାକାଥନ୍-୨.୦ ରାଜ୍ୟସ୍ତରୀୟ ତାଲିମ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଉଚ୍ଚ ମାଧ୍ୟମିକ ଛାତ୍ରଛାତ୍ରୀଙ୍କ ପାଇଁ ହାକାଥନର ଦ୍ୱିତୀୟ ସଂସ୍କରଣ ପୁସ୍ତିକା ଉନ୍ମୋଚିତ

ଭୁବନେଶ୍ୱର: ରାଜ୍ୟସ୍ତରୀୟ "ଓଡିଆପ୍ରିନୁ୍ୟର' ସ୍ମାର୍ଟ ଓଡିଶା ହାକାଥନ୍ ଦ୍ୱିତୀୟ ସଂସ୍କରଣ ପାଇଁ ଆଜି ପୂର୍ବାହ୍ନରେ ଓ.ୟୁ.ଟି.ଆର. ଭୁବନେଶ୍ୱର କ୍ୟାମ୍ପସରେ ଆନୁଷ୍ଠାନିକ ଭାବେ ଷ୍ଟାର୍ସ କାର୍ଯ୍ୟକ୍ରମ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ, ଓସେପା, ଓୟୁଟିଅର୍ ମିଳିତ ପ୍ରୟାସରେ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛିା ଏହି ଅବସରରେ ପ୍ରସ୍ତୁତ "ଓଡିଆପ୍ରିନୁ୍ୟର' ପୁସ୍ତିକାକୁ ମୁଖ୍ୟ ଅତିଥି ତଥା ବିଶ୍ୱବିଦ୍ୟାଳୟର କୁଳପତି ପଫେସର ବି.ବି ବିଶ୍ୱାଳ ଉନ୍ମୋଚିତ କରିବା ସଂଗେ ସଂଗେ କହିଥିଲେ ଯେ ରାଜ୍ୟ ସରକାରଙ୍କ ଏହି ହାକାଥନ୍ କାର୍ଯ୍ୟକ୍ରମ ଆଗାମୀ ଦିନରେ ଯୁବପିଢିଙ୍କୁ ପ୍ରେରଣା ଯୋଗାଇବା ଛାତ୍ରଛାତ୍ରୀମାନଙ୍କୁ ସମାଜର ବିକାଶ ଦିଗରେ ନୂତନ ଉଦ୍ଭାବନ କାର୍ଯ୍ୟରେ କିପରି ସଫଳ ହେବେ ସେ ସମ୍ପର୍କରେ ଶ୍ରୀ ବିଶ୍ୱାଳ ପରାମର୍ଶ ଦେଇଥିଲୋ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀମତୀ ଶୁଭଶ୍ରୀ ନନ୍ଦ ରାଜ୍ୟର ଛାତ୍ରଛାତ୍ରୀମାନଙ୍କ ଦକ୍ଷତାକୁ ପ୍ରଶଂସା କରିବା ସହିତ କାର୍ଯ୍ୟକ୍ରମ ସମ୍ପର୍କରେ ସେମାନଙ୍କୁ ଉତ୍ସାହିତ କରିଥିଲୋ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ଶ୍ରୀ ରଘୁରାମ ଆର. ଆୟାର ବିଗତ ବର୍ଷର ହାକାଥନ୍ କାର୍ଯ୍ୟକ୍ରମ ସମ୍ପର୍କରେ ଦୃଷ୍ଟିପାତ କରିବା ସହିତ ଚଳିତ ବର୍ଷ ଏହି ହାକାଥାନ୍ କାର୍ଯ୍ୟକ୍ରମର ଶୁଭମନାସୀ ଥିଲେ ଏବଂ ଜିଲ୍ଲାମାନଙ୍କରୁ ଆସିଥିବା ଶିକ୍ଷା ଅଧିକାରୀମାନଙ୍କୁ ଏହି କାର୍ଯ୍ୟକ୍ରମର ବିକାଶଧାରାକୁ ସୁପରିଚାଳନା କରିବାକୁ ପରାମର୍ଶ ଦେଇଥିଲୋ ହାକାଥନ୍ ବିଷୟବସ୍ତୁ ଉପରେ ଆଲୋଚନା କରି ନୂତନ ବିଷୟବସ୍ତୁକୁ ହାକାଥନରେ ସଂଯୋଗ କରିବା, ଯେମିତିକି ଖେଳନା ବସ୍ତୁ ପ୍ରସ୍ତୁତ କରିବା, ପ୍ରାକୃତିକ ବିପର୍ଯ୍ୟାୟ ପ୍ରଶମନ ସମ୍ବନ୍ଧୀୟ ସାମଗ୍ରୀ ଏବଂ ବର୍ଜ୍ୟବସ୍ତୁରୁ ନୂତନ ସାମଗ୍ରୀ ନିର୍ମାଣ କରିବା ସମ୍ପର୍କରେ ନିର୍ଦ୍ଦେଶକ ଆଲୋଚନା କରିଥିଲୋ
ଉଚ୍ଚମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟର ଯୁଗ୍ମନିର୍ଦ୍ଦେଶକ ଡ. ସନାତନ ପଣ୍ଡା ୨୦୨୩-୨୪ରେ ଅନୁଷ୍ଠିତ ହେଉଥିବା ହାକାଥନ ୨.୦. ର ରୂପରେଖ ଉପରେ ବିସ୍ତୃତ ଆଲୋଚନା କାରିଥିଲୋ ଏଥିରେ ଅଂଶଗ୍ରହଣ ପାଇଁ ଛାତ୍ରଛାତ୍ରୀମାନଙ୍କ ପଞ୍ଜିକରଣ ନିମନ୍ତେ ଓ.ୟୁ.ଟି.ଆର. ଭୁବନେଶ୍ୱର ଦ୍ୱାରା ପ୍ରସ୍ତୁତ େଓ୍ୱବ୍ପୋର୍ଟାଲକୁ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ସୁଦାମ ମାର୍ଣ୍ଡିି ଶିଶୁଦିବସ ଅବସରରେ ଉନ୍ମୋଚନ କରିଥିବାବେଳେ ଆଜି ପ୍ରଫେସର ରଞ୍ଜନ କୁମାର ପ୍ରଧାନ, ପ୍ରଫେସର ସୁଧାଂଶୁ ଶେଖର ସାହୁ ଓ ସମ୍ପୃକ୍ତ ଛାତ୍ରମାନେ ପୋର୍ଟାଲ ଉପରେ ତାଲିମ ଦେଇଥିଲୋ
ଏହି କାର୍ଯ୍ୟକ୍ରମରେ ରାଜ୍ୟର ୩୦ ଗୋଟି ଜିଲ୍ଲାର ପାଞ୍ଚ ଜଣିଆ ଟିମ, ଯଥା ଅତିରିକ୍ତ ଶିକ୍ଷା ଅଧିକାରୀ, ଜିଲ୍ଲା ବିଜ୍ଞାନ ପରିଦର୍ଶକ, ଅଧ୍ୟକ୍ଷ ଓ ଦୁଇଜଣ ଲେଖାଏଁ ଅଧ୍ୟାପକ ବା ପି.ଜି.ଟି. ଅଂଶଗ୍ରହଣ କରିଥିବାବେଳେ ଓ.ୟୁ.ଟି.ଆର. ଭୁବନେଶ୍ୱରରୁ ବୈଷୟିକ ସହାୟତା ପାଇଁ ପ୍ରାଧ୍ୟାପକ ଓ ଛାତ୍ରମାନେ ଅଂଶଗ୍ରହଣ କରିଥିଲୋ ଏହି ତାଲିମ କାର୍ଯ୍ୟକ୍ରମରେ ରାଜ୍ୟର ସମସ୍ତ ସରକାରୀ, ବେସରକାରୀ ଅନୁଦାନପ୍ରାପ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ଭୋକେସନାଲ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ଓଡିଶା ଆଦର୍ଶ ବିଦ୍ୟାଳୟର ପ୍ରାୟ ୫୦ ହଜାରରୁ ଉର୍ଧ୍ଵ ଛାତ୍ରଛାତ୍ରୀ ଓ ଶିକ୍ଷକ-ଶିକ୍ଷୟିତ୍ରୀ ଆଭାସୀ ମାଧ୍ୟମରେ ଅଂଶ ଗ୍ରହଣ କରିଥିଲୋ
ପ୍ରାରମ୍ଭରେ ରେଜିଷ୍ଟର ଶ୍ରୀମତୀ ରେଣୁପ୍ରଭା ନାୟକ ସ୍ୱାଗତ ଭାଷଣ ଦେଇଥିବାବେଳେ ଶେଷରେ ପ୍ରଫେସର ରଞ୍ଜନ କୁମାର ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲୋ
ହାକାଥନ ପାଇଁ ଛାତ୍ରଛାତ୍ରୀମାନେ ବିଦ୍ୟାଳୟ ମାଧ୍ୟମରେ ୨୪-୧୧-୨୩ ରୁ ୧୧-୧୨-୨୩ ମଧ୍ୟରେ ପଂଜୀକରଣ ପାଇଁ ସମୟ ଧାର୍ଯ୍ୟ କରଯାଇଅଛିା

0
0
0
s2sdefault