ହେଡଲାଇନସ୍:

ଜି ଆଇ ଇ ଟି ବିଶ୍ଵବିଦ୍ୟାଳୟ ଅଧିନସ୍ଥ କୃଷି ମହାବିଦ୍ୟାଳୟ ପକ୍ଷରୁ ଛତୁ ଚାଷ ପ୍ରଶିକ୍ଷଣ ଶିବିର

User Rating: 3 / 5

Star ActiveStar ActiveStar ActiveStar InactiveStar Inactive
 

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି- ଆଜି ସ୍ଥାନୀୟ ଜି ଆଇ ଇ ଟି ବିଶ୍ଵବିଦ୍ୟାଳୟ ଅଧିନସ୍ଥ କୃଷି ମହାବିଦ୍ୟାଳୟର ଅଡିଟୋରିୟମରେ ଛତୁ ଚାଷ ସମନ୍ଧୀୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଅଛି। ଏହି ଶିବିର ରେ ଗୁଣୁପୁର ନିକଟସ୍ତ ସିର୍ଝୋଲି ପଞ୍ଚାୟତର ଦଶମନ୍ତପୁର ଗ୍ରାମର ୪ ଗୋଟି ସୟଂସହାୟକ ଗୋଷ୍ଠୀ ଏହି ଶିବିରରେ ଭାଗ ନେଇଥିଲେ।

ଏହି ଅବସରରେ ଅନୁଷ୍ଠାନର ଡିନ ପ୍ରଫେସର ସନ୍ତୋଷ କୁମାର ପଣ୍ଡା, ପ୍ରଫେସର ମନୋରଂଜନ ମହାପାତ୍ର, ଆସିଷ୍ଟାଣ୍ଟ ଡିନ ଅଶୋକ କୁମାର ମିଶ୍ର, ଡ ହର ପ୍ରସାଦ ମିଶ୍ର ,ଏବଂ ପ୍ରଫେସର ଡ କୈଳାଶ ବିହାରୀ ମହାପାତ୍ର ପ୍ରମୁଖ ମଞ୍ଚାସିନ ହୋଇ ଛତୁ ଚାଷ କରି ନିଜେ କିପରି ସ୍ୱାବଲମ୍ବୀ ହୋଇପାରିବ ସେ ନେଇ କହିଥିଲେ। ଅନୁଷ୍ଠାନର ଛତୁ ବିଶେଷଜ୍ଞ ପ୍ରଫେସର ଡ କୈଳାଶ ବିହାରୀ ମହାପାତ୍ର ବିଭିନ୍ନ କିସମର ଛତୁଚାଷ ଯଥା ପାଳ ଛତୁ, ଶାମୁକା ଛତୁ, ଦୁଧ ଛତୁ ଓ ବୋତାମ ଛତୁ କିପରି ମହିଳା ଚାଷୀ ମାନେ ଏହାକୁ ନିଜର ଜୀବିକା ହିସାବରେ ଆପଣାଇପାରିବେ ସେ ନେଇ ତାଲିମ ପ୍ରଦାନ କରିଥିଲେ।

ପରେ ଛତୁ ଉତ୍ପାଦନ କେନ୍ଦ୍ରକୁ ମହିଳା ସଂଘର ମହିଳା ପରିଦର୍ଶନ କରି ଚାଷ ପ୍ରଣାଳୀ ଶିଖିଥିଲେ। ଏଥିରେ ବିଭାଗର ଅଧ୍ୟାପିକା ରିନୀ ସ୍ୱାଇଁ, ମମତା ବେହେରା, ମିତା ମେହେର, ଅଧ୍ୟାପକ ଅନମଲ୍ ପଣ୍ଡା, କ୍ଷୀରୋଦ ସାହୁ, ଦୀପକ କୁମାର ,ପ୍ରଫେସର ଅଧ୍ୟାପକ,ଅଧ୍ୟାପିକା, ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ। ।

 

0
0
0
s2sdefault