ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ )ତା ୨୩/୧୧/୨୩ :ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ଅନ୍ତର୍ଗତ ଜବାଗୁଡା ଗ୍ରାମ ପଞ୍ଚାୟତ ରେ ଆଜି ବିକଶିତ ଭାରତ ସଂକଳ୍ପ ଯାତ୍ରା ର ଶୁଭ ଉଦଘାଟନ ହୋଇଛି। ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲା ପାଳ ମହେଶ୍ୱର ନାୟକ ଯୋଗ ଦେଇଥିବା ବେଳେ ଜିଲ୍ଲା ପଞ୍ଚାୟତ ଅଧିକାରୀ ଶିଶିର କୁମାର ପାଣି , ବିଡ଼ିଓ ଶରତ ମାଝୀ , ଏବିଡିଓ ପଦ୍ମନାଭ ତ୍ରିପାଠୀ, ପୂର୍ବତନ ସାଂସଦ ପର୍ଶୁରାମ ମାଝୀ, ଜବା ଗୁଡା ସରପଞ୍ଚ ଗୋମତି ଭତରା ପ୍ରମୁଖ ମଞ୍ଚାଷୀନ ଥିଲେ । କେନ୍ଦ୍ର ନେତୃତ୍ଵାଧୀନ ବିଜେପି ସରକାର ଅମଳରେ ହୋଇଥିବା ବିଭିନ୍ନ ଜନ ହିତକର କାର୍ଯ୍ୟ ସମ୍ପର୍କରେ ଲୋକଙ୍କୁ ସଚେତନ କରାଯାଇଥିଲା। ବିକଶିତ ରାଷ୍ଟ୍ର ୪ ଟି ଅମୃତ ସ୍ତମ୍ଭ ନାରୀ ଶକ୍ତି, କୃଷି ଶକ୍ତି, ଯୁବ ଶକ୍ତି ତଥା ମଧ୍ୟବିତ୍ତ ଓ ଗରିବ ଶକ୍ତି ଉପରେ କାର୍ଯ କରାଯିବାକୁ ସରକାର ସଂକଳ୍ପ ନେବା ବିଷୟରେ ସଚେତନ କରାଯାଇଥିଲା। କେନ୍ଦ୍ର ସରକାରଙ୍କ ଯୋଜନା ଲୋକଙ୍କ ନିକଟରେ ପହଁଚିବା, ସଚେତନ ସୃଷ୍ଟି, ପରିମଳ ସୁବିଧା,ଗରିବ , ବେକାରୀ ଓ ଆର୍ଥିକ ଅନଗ୍ରସର ଙ୍କୁ ଆର୍ଥିକ ସେବା ପ୍ରଦାନ , ବିଜୁଳି ଓ ଗ୍ୟାସ ସଂଯୋଗ, ଗରିବ ଙ୍କ ପାଇଁ ପ୍ରଧାନମନ୍ତ୍ରୀ ଆବାସ ଗୃହ ଯୋଜନା, ଖାଦ୍ୟ ସୁରକ୍ଷା, ଉପଯୁକ୍ତ ପୋଷଣ, ନିର୍ଭରଯୋଗ୍ୟ ସ୍ୱାସ୍ଥ୍ୟସେବା ପ୍ରଦାନ, ବିଶୁଦ୍ଧ ପାନୀୟଜଳ ଯୋଗାଣ,କୃଷକ ଓ ଶ୍ରମିକ ଙ୍କୁ ପେନସନ ଯୋଜନା,ମହିଳା ସୁରକ୍ଷା ସହ ଏସ ଏଚ ଜି ଙ୍କୁ ସହାୟତା ପ୍ରଦାନ ଆଦି କଲ୍ୟାଣକାରୀ ଯୋଜନା ର ଲାଭ ପ୍ରଦାନ ଉପରେ ସଚେତନ କରାଯାଇଥିଲା। ଏହି ଅବସରରେ ସଂକଳ୍ପ ଯାତ୍ରା ରେ ବାହାରିଥିବା ରଥ ରେ ପ୍ରୋଜେକ୍ଟର ମାଧ୍ୟମରେ ସରକାରୀ ଯୋଜନା ଉପରେ ପ୍ରଦର୍ଶିତ ହୋଇଥିଲା। ଏହାପରେ ବଡ ଓଲମା ଗ୍ରାମ ପଞ୍ଚାୟତ ରେ ମଧ୍ୟ ଆଜି ବିକଶିତ ଭାରତ ସଂକଳ୍ପ ଯାତ୍ରା ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଆଗାମୀ ୨୯ ତାରିଖ ପର୍ଯ୍ୟନ୍ତ ଡାବୁଗାଁ ବ୍ଲକ ର ୧୨ ଗୋଟି ପଞ୍ଚାୟତ ରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଅନ୍ୟ ମାନଙ୍କ ମଧ୍ୟରେ ବଡ ଓଲମା ସରପଞ୍ଚ ବୁଦାଇ ଭତରା, ପିଇଓ ପର୍ଶୁରାମ ମାଳି ଓ ହଳଧର ଜାନି, ଡକ୍ଟର ଶୁବାସିସ ସାହୁ, ପେଶା ସଂଯୋଜକ ବୁଲୁ ମହାଙ୍କୁଡ, ସମସ୍ତ ଅଙ୍ଗନୱାଡ଼ି , ଆଶା କର୍ମୀ,ମିଶନ ଶକ୍ତି ଓ ଏସ ଏଚ ଜି ମହିଳା ମାନେ ଉପସ୍ଥିତ ଥିଲେ। ବିଦ୍ୟାଳୟ ର ଛାତ୍ରଛାତ୍ରୀଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତା ହୋଇ ପୁରସ୍କୃତ କରାଯାଇଥିଲା।
ରାଜ୍ୟ
ଡାବୁଗାଁ ରେ ବିକଶିତ ଭାରତ ସଂକଳ୍ପ ଯାତ୍ରା ର ଶୁଭାରମ୍ଭ
- Hits: 281







