ହେଡଲାଇନସ୍:

ଗୈ।ଡପୁଟ ପଞ୍ଚାୟତ କର୍ମି ସମ୍ମିଳନୀ, ମିଶ୍ରଣ ପର୍ବ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 


ନବୀନ ବିକାଶ’କୁ ଜନାଦୃତ କରିବାକୁ ଅରୁଣଙ୍କ ଆହ୍ୱାନ

ଓଡ଼ଗାଁ,(ଶ୍ରୀକାନ୍ତ କୁମାର ମିଶ୍ର): ଓଡ଼ଗାଁ ବ୍ଲକ ଗୈାଡ଼ପୁଟ ପଞ୍ଚାୟତ ବୁଢ଼ାବୁଢ଼ୀଆଣି ଠାକୁରାଣୀ ମନ୍ଦିର ପରିସରରେ ବିଜୁ ଜନାତ ଦଳ କର୍ମୀ ସମ୍ମିଳନୀ ଓ ମିଶ୍ରଣ ପର୍ବରେ ମୁଖ୍ୟ ଅତିଥି ଭାବେ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ଯୋଗ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାଧାରଣ ଚାଲିଚଳଣୀ ଓ ଲୋକାଭିମୁଖୀ ଯୋଜନା ପାଇଁ ବିଜେଡି ସଦାସର୍ବଦା ଲୋକପ୍ରିୟ ହୋଇ ରହିଛି। ମୁଖ୍ୟମନ୍ତ୍ରୀଙ୍କ ଉଦ୍ୟମରେ ମହିଳା ସଶକ୍ତିକରଣ ସମଗ୍ର ବିଶ୍ୱରେ ପ୍ରଶଂସିତ । ଜିଲ୍ଲାରେ କୌଣସି ପ୍ରାକୃତିକ ସମ୍ପଦ ନଥାଇ ମଧ୍ୟ ନୟାଗଡ଼ ନିର୍ବାଚନମଣ୍ଡଳୀ ବିକାଶର ଶିଖର ଛୁଇଁଛି। ଗାଁ ଗହଳିରେ ଜାତୀୟ ରାଜପଥ ପରି ରାସ୍ତା ନିର୍ମାଣ ହୋଇଛି। ନୟାଗଡ଼ ଆଜି ଏକ ମଡେଲ ନିର୍ବାଚନମଣ୍ଡଳୀ ଭାବେ ପରିଗଣିତ ହୋଇଛି। ଶାନ୍ତି, ପ୍ରଗତି, ଭିତ୍ତିଭୂମି, ରାଜନୈତିକ କାର୍ଯ୍ୟକ୍ରମ ଯାହା ନୟାଗଡ଼ରେ ଆରମ୍ଭ ହୁଏ ତାକୁ ସମଗ୍ର ଓଡିଶା ଗ୍ରହଣ କରେ ଓ ମୁଁ ଏହାର ଶ୍ରେୟ ନୟାଗଡ଼ ନିର୍ବାଚନମଣ୍ଡଳୀର ସମସ୍ତ ଜନସାଧାରଣ, ଗୁରୁଜନ ଓ ମା' ମାନଙ୍କର ପ୍ରତିଫଳନ ବୋଲି ବିଧାୟକ ଡ଼ ସାହୁ ବକ୍ତବ୍ୟ ଦେଇଛନ୍ତି । ନବୀନ ବିକାଶ ନାରାକୁ ଜନାଦୃତ କରିବାକୁ ଆହ୍ଵାନ ଦେଇଥିଲେ।

ବ୍ଲକ ବିଜେଡି ସଭାପତି ସୂର୍ଯ୍ୟ ନାରାୟଣ ଚୌଧୁରୀଙ୍କ ସଂଯୋଜନାରେ ଆୟୋଜିତ କାର‌୍ୟ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷ ଲୋକନାଥ ସାହୁ, ଜିଲ୍ଲା ପରିଷଦ ସଭ୍ୟା ବିରଜା ଲକ୍ଷ୍ମୀ ସାହୁ,ଝିଲି ପ୍ରଧାନ,ଜିଲ୍ଲା ବିଜେଡି ଉପସଭାପତି ନିତ୍ୟାନନ୍ଦ ପ୍ରଧାନ, ଜିଲ୍ଲା ବିଜେଡି ସାଧାରଣ ସମ୍ପାଦକ ବିଭୁପ୍ରସାଦ ସାହୁ,ଉପାଧ୍ୟକ୍ଷା ମୀରା ନାୟକ, ବ୍ଲକ ବିଜେଡି ସଭାନେତ୍ରୀ ନିବେଦିତା ଦାସ, ଯୁବ ସଂଗଠକ ଦିଲ୍ଲୀପ ମାର୍ଥ, କୁରାଳ ସରପଞ୍ଚ ବିଜନ ପାଇକରାୟଙ୍କ ସମେତ ବିଭିନ୍ନ ପଞ୍ଚାୟତ ଲରୁ ଆସିଥିବା ଜନପ୍ରତିନିଧି ଉପସ୍ଥିତ ଥିବା ଦେଖିବାକୁ ମିଳିଥିଲା।

୨୦୨୪ ସାଧାରଣ ନିର୍ବାଚନକୁ ଆଉ କେଇଟା ଦିନ ବାକି ଥିବା ବେଳେ ଭାରତୀୟ ଜନତା ପାର୍ଟି ଛାଡି କଇଥପଲ୍ଲୀ, କେଶପାନିଆ, ଗୋତ୍ରୀଡା, ଚମ୍ପାପାଣ୍ଡେର ସମେତ ଗୁଆନ୍ଦ ଗଉଡ଼ସାହିର ୮୦ରୁ ଉର୍ଦ୍ଧ୍ବ କର୍ମୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ନୟାଗଡ଼ ବିଧାୟକଙ୍କ ଆଦର୍ଶରେ ଅନୁପ୍ରାଣୀତ ହୋଇ ବିଜୁ ଜନତା ଦଳରେ ଆନୁଷ୍ଠାନିକ ଭାବେ ସାମିଲ ହୋଇଥିବା ଦେଖିବାକୁ ମିଳିଥିଲା। ନୟାଗଡ଼ ବିଧାୟକ ସମସ୍ତଙ୍କୁ ଉତ୍ତରୀୟ ଦେଇ ସ୍ୱାଗତ କରିବା ସହ ଉନ୍ନତିରେ ସହଯୋଗ କରିବା ପାଇଁ କହିଥିଲେ। ଶତାଧିକ ମାଆ ମାନଙ୍କର ସମାଗମ ହିଁ ବିଜୁ ଜନତା ଦଳର ଲୋକପ୍ରିୟତାକୁ ଦର୍ଶାଉଛି ବୋଲି ଜିଲ୍ଲା ବିଜେଡି ସଭାନେତ୍ରୀ ବିରଜା ଲକ୍ଷ୍ମୀ ସାହୁ କହିଥିଲେ।

0
0
0
s2sdefault