ଦୁର୍ଗାପୂଜା ପ୍ରସ୍ତୁତି ବୈଠକ l

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

31 ବର୍ଷ ରେ ଲଉଡିଦରହା ଦଶହରା :ପୁଣି ଜମିବ ଆତସବାଜି ସହ ରାବଣ ପୋଡି l

ଝାରବନ୍ଧ -ମନୋହର ଦାଶ: ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ର ଡ଼ଭା, ଲଉଡ଼ିଦରହା, ଜଗଦଳପୁର, କୁର୍ଲୁପାଳି ପଞ୍ଚାୟତ ର ଉକ୍ତ ଗ୍ରାମ ଗୁଡିକ ଦଶହରା ପୂଜା ପାଇଁ ପ୍ରସିଦ୍ଧି ରହିଛି l ଡ଼ଭା, ଲଉଡ଼ିଦରହା, ଜଗଦଳପୁର ଝାରବନ୍ଧ ବ୍ଲକ ର ଲୋକଙ୍କ ସମେତ ପଡୋଶୀ ଛତିଶଗଡ ରାଜ୍ୟ ରୁ ଲୋକେ ଆସିଥାନ୍ତି l ଫଳ ରେ ବହୁତ ଜନ ସମାଗମ ହୋଇଥାଏ l କୋଭିଡ ଯୋଗୁଁ ଗତ ଦୁଇ ବର୍ଷ ହେଲା ଝାରବନ୍ଧ ଅଞ୍ଚଳ ରେ ନିରାଡ଼ମ୍ବର ରେ ପାଳନ କରାଯାଉଥିଲା l କିନ୍ତୁ ଚଳିତ ବର୍ଷ ଆଉ କୋଭିଡ ର ଭୟ ନାହିଁ ଅଞ୍ଚଳ ରେ ଦୁର୍ଗାପୂଜା ପାଇଁ ବିଭିନ୍ନ ମଣ୍ଡପ ପକ୍ଷ ରୁ ଜୋର ରେ କାମ ଅଗ୍ରଗତି ରେ ଚାଲିଛି l ଏହି ସବୁ ଦୃଷ୍ଟି ରେ ରଖି ଚଳିତ ଦୁର୍ଗାପୂଜା କିପରି ଶାନ୍ତି ଶୃଙ୍ଖଳା ରେ ସମ୍ପ୍ପର୍ଣ ହେବ ସେଥି ନେଇ ସାଧାରଣ ପ୍ରଶାସନ ଓ ପୋଲିସ ପ୍ରଶାସନ ପକ୍ଷ ରୁ ପୂଜା କମିଟି ର ସଭ୍ୟ ମାନଙ୍କୁ ନେଇ ଏକ ପ୍ରସ୍ତୁତି ବୈଠକ ଝାରବନ୍ଧ ବ୍ଲକ ସଭାଗୃହ ପରିଶର ରେ ଅନୁଷ୍ଠିତ ହୋଇଥିଲା l ଏହି ପ୍ରସ୍ତୁତି ବୈଠକ ରେ ତହସିଲଦାର ସୀମା ସବିତା କୁଲୁ, ବି. ଡି. ଓ ସୁନୀଲ ମେହେର, ଥାନା ଅଧିକାରୀ ଦିଲୀପ ବେହେରା, ଜଗଦଳପୁର ଥାନା ଅଧିକାରୀ ସୁଷମା କୁଅଁର ପ୍ରମୁଖ ଯୋଗ ଦେଇଥିଲେ l ଦଶହରା ପୂଜା ସମୟ ରେ ଆଇନ ଶୃଙ୍ଖଳା ବଜାୟ ରଖିବା ସହ ଲୋକେ କିପରି ମା ଙ୍କ ଦର୍ଶନ ସୁରୁଖୁରୁରେ ଦର୍ଶନ କରି ପାରିବେ ସେଥିନେଇ ବିଷଦ ଆଲୋଚନା କରାଯାଇଥିଲା l ପୋଲିସ କୁ ସହଯୋଗ କରିବା ପାଇଁ ଜଗଦଳପୁର ଥାନା ଅଧିକାରୀ ଶ୍ରୀମତୀ କୁଅଁର ସମସ୍ତ କମେଟି ସଦଶ୍ୟ ଙ୍କୁ ଅନୁରୋଧ କରିଥିଲେ l

0
0
0
s2sdefault