ହେଡଲାଇନସ୍:

ଉଦାରତା ଦେଖାଇ ଲୋକଙ୍କୁ ସହଯୋଗର ହାତ ବଢାଇଲେ ଭୋଜରାଜ

User Rating: 3 / 5

Star ActiveStar ActiveStar ActiveStar InactiveStar Inactive
 

ବରଗଡ :- ବରଗଡ ଜିଲ୍ଲା ପଦ୍ମପୁର ନିର୍ବାଚନ ମଣ୍ଡଳୀର ଯୁବ ନେତା ଶ୍ରୀ ଭୋଜରାଜ ସିଂ ବାରିହା ପୁଣି ଉଦାରତା ଦେଖାଇ ଅସହାୟ ଲୋକଙ୍କୁ ସାହାଯ୍ୟ ର ହାତ ହାତବଢାଇଛନ୍ତି । ମିଳିଥିବା ସୂଚନା ମୁତାବକ ପାଇକମାଲ ବ୍ଲକ ବୁକୁରାମୁଣ୍ଡା ଗ୍ରାମର ସ୍ନେହଳତା ବେହେରା ,ବଡ ବାରିକ , ସୁମିତ୍ରା ବାରିହା ଙ୍କର ଘର ପ୍ରବଳ ବର୍ଷାରେ ଭାଙ୍ଗି ଯାଇଥିଲା । ଘର ଭାଙ୍ଗି ଯିବା ଫଳରେ ଘରେଥିବା ସମସ୍ତ ସରଞ୍ଜାମ ଓ ଖାଦ୍ୟ ସାମଗ୍ରୀ ନଷ୍ଟ ହୋଇଯିବା କାରଣରୁ ଅନେକ ସମସ୍ୟା ର ସମ୍ମୁଖୀନ ହେଉଥିଲେ ପୀଡିତ ମାନେ । ଏକଥା ଜାଣିବା ପରେ ଉଡିୟମାନ ଯୁବ ନେତା ଶ୍ରୀ ଭୋଜରାଜ ସିଂ ବାରିହା ସ୍ଥାନୀୟ ପଂଚାୟତ ସମିତି ସଭ୍ୟ ସସ୍ମିତା ବାରିକ ଓ ବିଜୁ ଜନତା ଦଳର ପଞ୍ଚାୟତ ସଭାପତି କୁମୁଦ ବାଗ ଙ୍କର ଜରିଆରେ ପୀଡିତ ପରିବାର ଙ୍କର ନିକଟକୁ ତୁରନ୍ତ ଆବଶ୍ୟକୀୟ ଶୁଖିଲା ଖାଦ୍ୟ ସାମଗ୍ରୀ ପଠାଇ ଥିଲେ । ଏଠାରେ ସୂଚନାଯୋଗ୍ୟ ଯେ ଗତ କାଲି ମଧ୍ୟ ପଦ୍ମପୁର ବ୍ଲକ ଅନ୍ତର୍ଗତ ଦହିତା ଗ୍ରାମର ଦୁଇ ଜଣଙ୍କ ଘର ଭାଙ୍ଗି ଯାଇଥିବା ଜାଣି ଭୋଜରାଜ ଦହିତା ଗ୍ରାମକୁ ମଧ୍ୟ ଆବଶ୍ୟକତା ମୁତାବକ ରିଲିଫ ସାମଗ୍ରୀ (ଶୁଖିଲା ଖାଦ୍ୟ) ପଠାଇଥିଲେ ।

0
0
0
s2sdefault