ହେଡଲାଇନସ୍:

ମା କାଳିଜାଇ କଳା ନିକେତନର ତୃତୀୟ ବାର୍ଷିକୋତ୍ସବ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଚିଲିକା (ସେକ କୌଶର ): ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଠାରେ ବୁଧବାର ଅପରାହ୍ନରେ ମା କାଳିଜାଇ କଳା ନିକେତନ କେନ୍ଦ୍ରର ଦୁଇ ଦିନ ବ୍ୟାପି ତୃତୀୟ ବାର୍ଷିକୋତ୍ସବ ବାଲୁଗାଁ ଅନୁଷ୍ଠିତ ହୋଇଯାଇଛି।ଅନୁଷ୍ଠାନର ସଭାନେତ୍ରୀ ସ୍ୱପ୍ନା ବଡ଼ଜେନାଙ୍କ ପୌରହିତ୍ୟରେ ପ୍ରଥମ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ଚିଲିକାର ପୂର୍ବତନ ବିଧାୟକ ରଘୁନାଥ ସାହୁ , ସମ୍ମାନୀତ ଅତିଥି ଭାବେ ସିନେ ଅଭିନେତା ପିଣ୍ଟୁ ନନ୍ଦ, ସିନେ ହାସ୍ୟ ଅଭିନେତା ହୃଷିକେଶ ତ୍ରିପାଠୀ , ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷ ମିଟୁ ନାୟକ , ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷା ସୁକାନ୍ତି ପାଇକରାୟଙ୍କ ଗହଣରେ ଦୀପ ପ୍ରଜ୍ବଳନ କରିବା ସହ ମା କାଳିଜାଇଙ୍କ ଫଟୋରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା।ମଞ୍ଚସିନ ଅତିଥିମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା କରାଯିବା ପରେ ସମ୍ପାଦକ ଜୟଦେବ ପାତ୍ର ଅନୁଷ୍ଠାନ ସମ୍ବନ୍ଧୀୟ ବିସ୍ତୃତ ବିବରଣୀ ପାଠ କରିଥିଲେ।ଆଜିର ଦିନରେ ଲୁପ୍ତ ପାଇଯାଉଥିବା କଳା, ସଂସ୍କୃତିକୁ ବଜାୟ ରଖିବା ଦିଗରେ ଅନୁଷ୍ଠାନ ପ୍ରେରଣାର ଉତ୍ସ ଯୋଗାଇ ଦେଉଥିବା ମୁଖ୍ୟ ଅତିଥି ନିଜ ବକ୍ତ୍ୟବରେ କହିଥିଲେ।କଳା ପ୍ରତି ଆଗ୍ରହ ରଖୁଥିବା ଛାତ୍ରଛାତ୍ରୀ ମାନଙ୍କୁ ଆଗାମି ଦିନରେ ଉର୍ଣ୍ଣତ ମାନର ଶିକ୍ଷା ବ୍ୟବସ୍ଥା କରାଯିବା ନେଇ ସଭାନେତ୍ରୀ ଶ୍ରୀମତୀ ବଡ଼ଜେନା ପ୍ରତିଶୃତି ଦେଇଥିଲେ।ଦ୍ୱିତୀୟ ସନ୍ଧ୍ୟାରେ ମୁଖ୍ୟ ଅତିଥି , ପ୍ରମୁଖ ଯୋଗ ଦେଇଥିଲେ।ବାଲୁଗାଁ ଡାନ୍ସ ଗୃପ ସହିତ ନିରାକାରପୁର ,ପୁରୀ ଓ ଆସାମରୁ ଆସିଥିବା ଡାନ୍ସ ଗୃପ ସେମାନଙ୍କ ଓଡ଼ିଶୀ, ସମ୍ବଲପୁରି ନୃତ୍ୟ କଳା ପ୍ରଦର୍ଶନ କରିଥିଲେ।

ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀମାନଙ୍କୁ ଅତିଥିମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା।ପରିଶେଷରେ ଅନୁଷ୍ଠାନର କୁନି କଳାକାର ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।ଦର୍ଶଜଙ୍କ ମନ ମୋହିଲା ଆସାମର ଡ୍ୟାନ୍ସ ଗ୍ରୁପ।
ବିଗତ ଦୁଇ ବର୍ଷର କୋଭିଡ କଟକଣା ଭିତରେ ଚଳିତ ବର୍ଷ ଏହି ଉତ୍ସବ ଧୁମ୍ ଧାମରେ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବ ଦେଖିବା ପାଇଁ ଆଖ ପାଖ ଅଞ୍ଚଳରୁ ଦର୍ଶକଙ୍କ ପ୍ରବଳ ସମାଗମ ଦେଖିବାକୁ ମିଳିଥିଲା।

0
0
0
s2sdefault