ହେଡଲାଇନସ୍:

ଶିଳ୍ପମନ୍ତ୍ରୀଙ୍କ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ପତ୍ର:ଷ୍ଟେନଲେସ ଷ୍ଟିଲ ଉତ୍ପାଦନ କ୍ଷେତ୍ରରେ ଆଣ୍ଟି-ଡମ୍ବିଂ ଶୁଳ୍କ  ଲାଗୁ ପାଇଁ ଅନୁରୋଧ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

Odisha aims to Attract Industries with Ready-made Land - Mudhi Mixture

ଭୁବନେଶ୍ୱର,:  କେନ୍ଦ୍ର ଦ୍ୱାରା ନିକଟରେ ଷ୍ଟେନଲେସ ଷ୍ଟିଲ ଉତ୍ପାଦନ ଉପରେ ଆଣ୍ଟି-ଡମ୍ବିଂ ଶୁଳ୍କ  ଏବଂ କାଉଣ୍ଟରଭେଲିଂ ଶୁଳ୍କ ଉଠାଇ ଦେବା ଯୋଗୁଁ ଏହା ଚୀନ ଭଳି ଦେଶକୁ ବେଶ୍ ସୁହାଇବ ଏବଂ ଆମ ଦେଶକୁ ଶସ୍ତାମାଲ ରତ୍ପାନୀ ବହୁଗୁଣିତ ହେବାର ଆଶଙ୍କା ରହିଛି । ତେଣୁ ଏହି ଆଣ୍ଟି-ଡମ୍ବିଂ ଶୁଳ୍କ  ଲାଗୁ କରିବାକୁ ଶିଳ୍ପ ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର କେନ୍ଦ୍ର ଅର୍ଥମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀଥାରମଣଙ୍କୁ ପତ୍ର ଲେଖିଛନ୍ତି ।

ପତ୍ରରେ ସେ ଓଡ଼ିଶା ଷ୍ଟେନ ଲେସ ଷ୍ଟିଲ ଉତ୍ପାଦନରେ ଦେଶରେ ସର୍ବବୃହତ ଉତ୍ପାଦନକାରୀ ରାଜ୍ୟ ବୋଲି ଉଲ୍ଲେଖ କରିବା ସହ ଏଥିରେ ୧୫ ହଜାର କୋଟିରୁ ଅଧିକ ପୁଞ୍ଜି ନିବେଶ କରାଯାଇଛି ବୋଲି ଦର୍ଶାଇଛନ୍ତି । ତା'ଛଡ଼ା ୮ ହଜାର କୋଟି ଏମ୍ଏସ୍ଏମ୍ଇ ଅଧୀନରେ ନିମ୍ନପ୍ରବାହ ଶିଳ୍ପ ଉତ୍ପାଦନଗୁଡ଼ିକରେ ନିବେଶ କରାଯାଉଛି ।

ଏସବୁ କେବଳ ଓଡ଼ିଶା ନୁହଁ ବରଂ ଦେଶର ପୂର୍ବଭାଗର ବିକାଶରେ ପ୍ରମୁଖ ଭୂମିକା ନେଇଥାଏ । ଏପରିକି ରାଜ୍ୟରେ ଷ୍ଟେନଲେସ୍ ଷ୍ଟିଲ ସହ ଜଡ଼ିତ ଅସଂଖ୍ୟ ଉଦ୍ୟୋଗର ସୁଯୋଗ ରହିଛି ଯାହାକୁ ରାଜ୍ୟ ସରକାରଙ୍କ ପ୍ରମୁଖତା ପ୍ରଦାନ କରି ଆସୁଛନ୍ତି । ବିଶେଷଭାବେ ରାଜ୍ୟରେ ଉତ୍ପାଦିତ ଦ୍ରବ୍ୟଗୁଡ଼ିକର ମୂଲ୍ୟଯୁକ୍ତ ପ୍ରକ୍ରିୟା ଓଡ଼ିଶା ଭିତରେ କରିବା ପାଇଁ ଆମେ ପଦକ୍ଷେପ ନେଉଛୁ । ଆଗକୁ ରାଜ୍ୟରେ ମେଟାଲ କ୍ଲଷ୍ଟର ଓ ଷ୍ଟେନଲେସ ଷ୍ଟିଲ ପାର୍କ ପ୍ରତିଷ୍ଠା ଆମର ଲକ୍ଷ୍ୟ ରଖାଯାଇଛି । ଏହି ପ୍ରକ୍ରିୟାକୁ ଚାଲୁ ରଖିବାକୁ ଆମର ଷ୍ଟେନଲେସ ଷ୍ଟିଲ ଉତ୍ପାଦନକାରୀ ଶିଳ୍ପ ସଂସ୍ଥାଗୁଡ଼ିକୁ ଉତ୍ତମ ବାତାବରଣ ଯୋଗାଇବା ଏବଂ ଚୀନ ଓ ଇଣ୍ଡୋନେସିଆରୁ ରତ୍ପାନୀ ଦ୍ରବ୍ୟ ଉପରେ କଟକଣା ଲଗାଯିବା ଆବଶ୍ୟକତା ରହିଥିବା ପତ୍ରରେ ଉଲ୍ଲେଖ କରିଛନ୍ତିା ଯୁକ୍ତରାଷ୍ଟ୍ର ଆମେରିକା ନିଜର ଘରୋଇ ଶିଳ୍ପସଂସ୍ଥାର ସୁରକ୍ଷା ପାଇଁ ୨୫% ଶୁଳ୍କ  ଲାଗୁ କରିସାରିଛି । ତେଣୁ ଭାରତ ସରକାର ପୁଣି ଥରେ ଆଣ୍ଟି-ଡମ୍ପିଂ ଏବଂ କାଉଣ୍ଟରଭେଲିଂ ଶୁଳ୍ପ ଲାଗୁ କରିବା ଉପରେ ଚିନ୍ତା କରନ୍ତୁ ବୋଲି ଅନୁରୋଧ ଜଣାଇଛନ୍ତି । ଏହି ମର୍ମରେ ମନ୍ତ୍ରୀ କ୍ୟାପ୍ଟେନ୍ ମିଶ୍ର କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ଶ୍ରୀ ପିୟୁଷ ଗୋୟଲଙ୍କୁ ଅନୁରୂପ ଅନୁରୋଧ କରିଥିବା ଜଣାପଡ଼ିଛିା 

 

0
0
0
s2sdefault