ରାଉରକେଲା (ଶାସକ ପ୍ରଶାସକ) : ବର୍ତ୍ତମାନ ଅମ୍ଳଜାନକୁ ନେଇ ବିଭିନ୍ନ ରାଜ୍ୟରେ ସଙ୍କଟ | ଦେଶର ରାଜଧାନୀ ଦିଲ୍ଲୀରେ ଅମ୍ଳଜାନର ଗୁରୁତର ସଙ୍କଟ ପରିପ୍ରେକ୍ଷୀରେ ଲୋକଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି କେନ୍ଦ୍ର ଇସ୍ପାତ, ତୈଳ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତୁରନ୍ତ ହସ୍ତକ୍ଷେପ କରିଥିଲେ | ଦିଲ୍ଲୀକୁ ଅମ୍ଳଜାନ ପଠାଇବା ପାଇଁ ତାଙ୍କ ମନ୍ତ୍ରଣାଳୟ ଅଧିନସ୍ଥ ରାଉରକେଲା ଷ୍ଟିଲ ପ୍ଲାଣ୍ଟକୁ ଦେଇଥିଲେ ନିର୍ଦ୍ଦେଶ | ଆଉ ତାଙ୍କ ନିର୍ଦ୍ଦେଶମତେ ଗୋଟିଏ ଲିକ୍ୱିଡ୍ ମେଡିକାଲ୍ ଅମ୍ଳଜାନ (LMO) ପୁର୍ଣ ଟ୍ୟାଙ୍କର୍ ଧାରଣ କରି 22.04.2021 ରାତିରେ ଦିଲ୍ଲୀକୁ ପଠାଯାଇଛି | ଏ ବିଷୟ ରାଉରକେଲା ଷ୍ଟିଲ ପ୍ଲାଣ୍ଟ ପକ୍ଷରୁ ସୂଚନା ଦିଆଯାଇଛି |