ଭୁବନେଶ୍ୱର : ସମ୍ବଲପୁରର ଲପଙ୍ଗା ଗ୍ରାମରେ ହିଣ୍ଡାଲ୍କୋର ଆଦିତ୍ୟ ଆଲୁମିନିୟମ, ସରକାରଙ୍କ ସହଯୋଗରେ ଜନସାଧାରଣଙ୍କୁ ପ୍ରୋଜେକ୍ଟ ‘ସ୍ୱାବଲମ୍ବ’ ଜରିଆରେ ଆତ୍ମ ନିର୍ଭରଶୀଳ ହେବାରେ ସହାୟତା କରୁଛି । ଏହି ପ୍ରକଳ୍ପର ଉଦେ୍ଧଶ୍ୟ ହେଉଛି ଗ୍ରାମାଞ୍ଚଳ ଯୁବବର୍ଗଙ୍କୁ ଧନ୍ଦାମୂଳକ ତାଲିମ ପ୍ରଦାନ ଜରିଆରେ ସେମାନଙ୍କ ମଧ୍ୟରେ କୁଶଳତାର ବିକାଶ ସାଧନ କରିବା । ଶେଷରେ ସେମାନଙ୍କୁ ନିଯୁକ୍ତିକ୍ଷମ କରିବା ଏହାର ଲକ୍ଷ୍ୟ । ୨୦୨୦ ଅକ୍ଟୋବରରେ ସରକାରୀ-ଘରୋଇ ସହଭାଗିତା (ପିପିପି) ମାଧ୍ୟମରେ ଏହା ଆରମ୍ଭ ହେବା ଦିନଠାରୁ ୨୭୦ରୁ ଅଧିକ ଯୁବବର୍ଗଙ୍କୁ ତାଲିମ ଦିଆଯାଇସାରିଲାଣି । ସେଥିମଧ୍ୟରେ ଚାହିଦା ରହିଥିବା ଅପଥାଲମୋଲୋଜିଷ୍ଟ ପାରାମେଡିକାଲ ସେବା, ଟେଲରିଂ, ବିୟୁଟିସିଆନ, ମୋଟର ବାଇଣ୍ଡିଂ, ଡ୍ରାଇଭିଂ ଆଦି ଧନ୍ଦାମୂଳକ କୁଶଳତା ଅନ୍ତର୍ଭୁକ୍ତ । ଏଥିସହିତ ଆଦିତ୍ୟ ଆଲୁମିନିୟମ ସେମାନଙ୍କ ନିଯୁକ୍ତି ନିମନ୍ତେ ମଧ୍ୟ ପଦକ୍ଷେପ ନେଉଛି ।
ଶିକ୍ଷାନବିଶଙ୍କ ମଧ୍ୟରୁ ଲପଙ୍ଗା ଗ୍ରାମର ଦୁଇଜଣ ହିତାଧିକାରୀ ସେବତୀ (୧୯ ବର୍ଷ) ଏବଂ ରାଜଶ୍ରୀ (୧୮ ବର୍ଷ) ସେମାନଙ୍କ ଜୀବନରେ ବ୍ୟାପକ ପରିବର୍ତ୍ତନ ଲକ୍ଷ୍ୟ କରିଛନ୍ତି । କାମ କରିବା ପ୍ରତି ସେମାନଙ୍କର ଆଗ୍ରହ ଅତ୍ୟନ୍ତ ଚମକ୍ରାର । ସେମାନଙ୍କୁ ଅପ୍ଥାଲମୋଲୋଜିଷ୍ଟ ପାରାମେଡିକାଲ ସେବାରେ ତାଲିମ ଦିଆଯିବାପରେ ତ୍ରିଲୋଚନ ନେତ୍ରାଳୟରେ ନିଯୁକ୍ତି ଦିଆଯାଇଛି ଏବଂ ସଂପ୍ରତି ସେମାନେ ପ୍ରତି ମାସରେ ୧୦ହଜାର ଟଙ୍କା ଉପାର୍ଜନ କରୁଛନ୍ତି । ସେମାନଙ୍କ ପରିବାର ଏବେ ଇଜ୍ଜତର ସହିତ ଜୀବନ ନିର୍ବାହ କରୁଛନ୍ତି ।
ଏଭଳି ପ୍ରୟାସକୁ ପ୍ରଶଂସା କରି ଏସବିଆଇ ଆଞ୍ଚଳିକ ଆତ୍ମନିଯୁକ୍ତି ତାଲିମ ପ୍ରତିଷ୍ଠାନର ନିର୍ଦ୍ଦେଶକ ଶ୍ରୀ ସୁବ୍ରତ ରୟ କହିଛନ୍ତି ଯେ, ଗ୍ରାମାଞ୍ଚଳ ଯୁବଗୋଷ୍ଠୀଙ୍କୁ ସ୍ୱାମଲମ୍ବୀ କରିବା ଦିଗରେ ସେମାନଙ୍କୁ ପରାମର୍ଶ ଓ ତାଲିମ ପ୍ରଦାନ କରିବା କ୍ଷେତ୍ରରେ ଆଦିତ୍ୟ ଆଲୁମିନିୟମ ଆମ ସହିତ ଆଗକୁ ଆଗେଇ ଆସିବା ଅତ୍ୟନ୍ତ ପ୍ରଶଂସନୀୟ ବିଷୟ ହୋଇଛି ।
ଆଦିତ୍ୟ ଆଲୁମିନିୟମ ୟୁନିଟ ହେଡ ଶ୍ରୀ କୈଳାସ ପାଣ୍ଡେ କହିଛନ୍ତି, “ଗ୍ରାମାଞ୍ଚଳ ଯୁବଗୋଷ୍ଠୀଙ୍କୁ ବିଭିନ୍ନ କୁଶଳତା କ୍ଷେତ୍ରରେ ତାଲିମ ପ୍ରଦାନ କରି ଏବଂ ସେମାନଙ୍କୁ ନିଜେ ରୋଜଗାରକ୍ଷମ ହୋଇ ନିଜର ତଥା ସେମାନଙ୍କ ପରିବାରବର୍ଗଙ୍କ ଯତ୍ନ ନେବା ଦିଗରେ ସମର୍ଥ କରାଇବାକୁ ସେମାନଙ୍କ ମଧ୍ୟରେ ଆତ୍ମବିଶ୍ୱାସ ଜାଗ୍ରତ କରିବାରେ ଏହି ପ୍ରକଳ୍ପ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବିବେଚିତ ହେଉଛି । ସରକାରଙ୍କ ସହିତ ସହଭାଗିତା ଏକ ବିରାଟ ସଫଳତା ହୋଇଛି । ଆଦିତ୍ୟ ବିର୍ଲା ସେଣ୍ଟର ଫର କମୁ୍ୟନିଟି ଇନିସିଏଟିଭ ଆଣ୍ଡ ରୁରାଲ ଡେଭଲପମେଣ୍ଟର ଚେୟାରପର୍ସନ ଶ୍ରୀମତୀ ରାଜଶ୍ରୀ ବିର୍ଲାଙ୍କ ଦ୍ୱାରା ଆମେ ଅତିମାତ୍ରାରେ ଉତ୍ସାହିତ, ଯିଏ ଆମେ ନିଜକୁ ନିୟୋଜିତ ରଖିବା, ଉତ୍ଥାନ ଆଣିବା ଏବଂ ଆମ ମହିଳାମାନଙ୍କୁ ସଶକ୍ତ କରିବାରେ ବିଶ୍ୱାସ ରଖନ୍ତି ।”
ଶ୍ରୀମତୀ ରାଜଶ୍ରୀ ବିର୍ଲା ବିଶ୍ୱାସ କରନ୍ତି ଯେ, “ଯୁବବର୍ଗ ସେମାନଙ୍କ ମଧ୍ୟରେ ଥିବା ସାମର୍ଥ୍ୟକୁ ଯେଭଳି ହୃଦୟଙ୍ଗମ କରିପାରିବେ ଏବଂ କିଛି ଉତ୍ପାଦନକାରୀ କ୍ଷେତ୍ରରେ ନିଜକୁ ନିୟୋଜିତ କରିବେ ତାହା ଦେଖିବା ଆମମାନଙ୍କର ଦାୟିତ୍ୱ । ଧନ୍ଦାମୂଳକ ଶିକ୍ଷା ଆମର ଅନ୍ୟତମ ମୁଖ୍ୟ ବିଷୟ, କାରଣ ଏହାର ବହୁବିଧା ପ୍ରଭାବ ରହିଛି ଯାହା ପରିବାର ଊଦ୍ଧ୍ୱର୍କୁ ଯାଇ ରାଷ୍ଟ୍ର ପର୍ଯ୍ୟନ୍ତ ପରିବ୍ୟାପ୍ତ ହୋଇପାରିବ ।”
ଆଦିତ୍ୟ ଆଲୁମିନିୟମର ମାନବ ସମ୍ବଳ ମୁଖ୍ୟ ଡ. ବିବେକାନନ୍ଦ ମିଶ୍ର କହିଛନ୍ତି ଯେ, ଆମ କମ୍ପାନୀ ଧନ୍ଦାମୂଳକ ପାଠ୍ୟକ୍ରମ ଜରିଆରେ ଯୁବଗୋଷ୍ଠୀ ଙ୍କର କୁଶଳତାରେ ବିକାଶ ଆଣିବା ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବ ଏବଂ ଏହି ଅଞ୍ଚଳର ଯୁବବର୍ଗ ଯେଭଳି ସ୍ୱାବଲମ୍ବୀ ହେବେ ତାହା ସୁନିଶ୍ଚିତ କରିବ ।
ଆଦିତ୍ୟ ବିର୍ଲା ଗ୍ରୁପ୍ ଓଡ଼ିଶାର ଛଅଟି ଜିଲାର ୨୧୨ଟି ଗ୍ରାମରେ କାର୍ଯ୍ୟ କରିବା ସହିତ ୫ ଲକ୍ଷରୁ ଅଧିକ ଲୋକଙ୍କ ନିକଟରେ ପହଞ୍ଚୁଛି ଏବଂ ସ୍ୱାସ୍ଥ୍ୟ, ଶିକ୍ଷା, ଭିତ୍ତିଭୂମି ବିକାଶ, ସ୍ଥାୟୀ ଜୀବିକା ଉପାର୍ଜନ ଏବଂ ମହିଳା ସଶକ୍ତିକରଣ ଆଦି କ୍ଷେତ୍ରରେ ତାହାର ସିଏସଆର କାର୍ଯ୍ୟକଳାପ ଜରିଆରେ ବାର୍ଷିକ ପ୍ରାୟ ୨,୧୫୦୦୦ ଲୋକଙ୍କ ଜୀବନକୁ ସ୍ପର୍ଶ କରୁଛି ।