କ୍ୟାପିଟାଲ ରିଜିଅନ ରିଙ୍ଗ୍‍ ରୋଡ୍‍ ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀଙ୍କ ମଞ୍ଜୁରୀ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର,(ଶାସକ ପ୍ରଶାସକ) - : ଜାତୀୟ ରାଜପଥ-୧୬ ସହିତ ସମାନ୍ତରାଳ ଭାବେ ନିର୍ମାଣ ହେବାକୁ ଯାଉଥିବା ୧୧୧.୨ କିଲୋମିଟର ଦୈର୍ଘ୍ୟର କ୍ୟାପିଟାଲ ରିଜିଅନ ରିଙ୍ଗ୍‍ ରୋଡ (ସିଆରଆରଆର)କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଅନୁମୋଦନ କରିଛନ୍ତି । ଏହି ପ୍ରସ୍ତାବିତ ସମାନ୍ତରାଳ ରିଙ୍ଗରୋଡ୍‍ ଖୋରଧା ବାଇପାସ୍‍ -ଭୁବନେଶ୍ୱର -ଆଠଗଡ ସହର –କଟକ ସହରାଞ୍ଚଳକୁ ସଂଯୋଗ କରିବ । 

ଜାତୀୟ ରାଜପଥ-୧୬ର ରାମେଶ୍ୱର ନିକଟରୁ ଏହି ରିଙ୍ଗ ରୋଡ୍‍ ବାହାରି ଜାତୀୟ ରାଜପଥ-୫୫ର ଗୋବିନ୍ଦପୁର ବାଟ ଦେଇ ଟାଙ୍ଗି ନିକଟରେ ପୁନର୍ବାର ଜାତୀୟ ରାଜପଥ-୧୬କୁ ସ୍ପର୍ଶ କରିବ ।  କ୍ୟାପିଟାଲ ରିଜିଅନ ରିଙ୍ଗ ରୋଡ୍‍ଟି ମୁଖ୍ୟତଃ ୬ଲେନ୍‍ ବିଶିଷ୍ଟ ହେବ ଏବଂ ମହାନଦୀ ଉପରେ ମଧ୍ୟ ୬ ଲେନ୍‍ର ସେତୁ ନିର୍ମାଣ କରାଯିବ । ଏହି ସମସ୍ତ ନିର୍ମାଣ କାର୍ଯ୍ୟ ନୂତନ ଭାବେ କରାଯିବା ସହିତ ଜମି ଅଧିଗ୍ରହଣ ସମୟରେ ଅତି କମ୍‍ ପରିମାଣରେ ଜଙ୍ଗଲ, ସବୁଜ ବଳୟ ଏବଂ ଗ୍ରାମଗୁଡିକୁ ପ୍ରଭାବିତ କରିବ । ଏହା ରିଙ୍ଗ ରୋଡ୍‍ ଦ୍ୱାରା ଜାତୀୟ ରାଜପଥ-୧୬ ଉପରୁ ବହୁ ପରିମାଣରେ ଟ୍ରାଫିକ ଭିଡ ହ୍ରାସ ପାଇବ । 

ରାଜଧାନୀ ଓ ଏହାର ଆଖପାଖ ଇଲାକାର ସାମାଜିକ ଓ ଆର୍ଥିକ ବିକାଶରେ ଏହି ରିଙ୍ଗରୋଡ୍‍ ବେଶ୍‍ ଗୁରୁତ୍ୱପୂର୍ଣ୍ଣ  ଭୂମିକା ଗ୍ରହଣ କରିବ । ଏଥି ସହିତ ସମ୍ପୃକ୍ତ ଅଞ୍ଚଳରେ ମଧ୍ୟ ଏହା ବ୍ୟବସାୟିକ କାର୍ଯ୍ୟକଳାପକୁ ବୃଦ୍ଧି କରିବ । ରିଙ୍ଗ ରୋଡ୍‍ ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ ସକାଶେ ରାଜ୍ୟ ସରକାର ବଜେଟରେ ୬୦୦ କୋଟିରୁ ଅଧିକ ଟଙ୍କାର ବ୍ୟବସ୍ଥା କରିଥିବାବେଳେ ଅଢେଇ ବର୍ଷ ମଧ୍ୟରେ ଏହାର କାର୍ଯ୍ୟ ସାରିବାକୁ ଲକ୍ଷ୍ୟ ରଖାଯାଇଛି । 

 

0
0
0
s2sdefault