ହେଡଲାଇନସ୍:

 ପବିତ୍ର ବଡଦିନ ଅବସରରେ ପାରଳାଖେମୁଣ୍ଡି ସହର ସମେତ ଆଖପାଖ ଅଞ୍ଚଳ ଚଳଚଞ୍ଚଳ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପବିତ୍ର ବଡଦିନ ତଥା ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ମହାନ ଜନ୍ମଦିନ ଅବସରରେ ଶୁକ୍ରବାର ଦିନ ଗଜପତି ଜିଲ୍ଲା ସଦର ମହାକୁମା ପାରଳାଖେମୁଣ୍ଡି ସହର ସମେତ ଆଖପାଖ ଅଞ୍ଚଳ ଅତ୍ୟୁନ୍ତ ଚଳଚଞ୍ଚଳ ହୋଇପଡିଛି ।

ସହରର ଓ ଆଖପାଖ ଅଞ୍ଚଳରେ ଥିବା ସମସ୍ତ କେଥାଲିକ ଚର୍ଚ୍ଚ , ସେଣ୍ଟନରି ବାପଟିଷ୍ଟ ଚର୍ଚ୍ଚ ଓ ପେଣ୍ଟିକଷ୍ଟେଲ ଡବ୍ଲୁ ଏମ୍ ଇ: ଚର୍ଚ୍ଚ ପ୍ରଭୃତି ଠାରେ ନିରାଡ଼ମ୍ବରରେ ବଡ଼ଦିନ ପର୍ବ ପାଳିତ ହୋଇଛି । ଖ୍ରୀଷ୍ଟଧର୍ମୀ ମାନେ ଆଜିର ଦିନରେ ସମସ୍ତେ ନୂଆବସ୍ତ୍ର ପରିଧାନ କରି ବିଭିନ୍ନ ଚର୍ଚ୍ଚ ଯାଇଥିଲେ । ସରକାରଙ୍କ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ କୋଭିଡ୍-୧୯ ମହାମାରୀ ଓ ଜନଗହଳି ହେବା ସମ୍ଭାବନାକୁ ଦୃଷ୍ଟିରେ ରଖି କୋଭିଡ୍ ଗାଇଡ୍ ଲାଇନ୍ ପ୍ରକାରେ ଚର୍ଚ୍ଚ ମାନଙ୍କରେ ବଡ଼ଦିନ ପର୍ବ ପାଳନ ପାଇଁ ପୂର୍ବରୁ ନିର୍ଦ୍ଦେଶନାମା ଜାରି ହୋଇଥିଲା । ସେହି ପ୍ରକାରେ ଚର୍ଚ୍ଚ ମାନଙ୍କରେ ନିରାଡ଼ମ୍ବର ଭାବେ ବଡଦିନ ତଥା ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଜନ୍ମଦିନ ପାଳିତ ହୋଇଥିଲା । 

କେତେକ ଚର୍ଚ୍ଚାରେ କେବଳ ପ୍ରାର୍ଥନାରେ କାର୍ଯ୍ୟକ୍ରମ ସୀମିତ ଥିବାବେଳେ ଅନ୍ୟ କେତେକ ଚର୍ଚ୍ଚରେ ଗୀତ , ଜୀବନୀ-ପ୍ରବନ୍ଧ , ପ୍ରଭୁ ଯୀଶୁଙ୍କ ଜନ୍ମ-ବୃତ୍ତାନ୍ତ ସ୍ମରଣ , ପ୍ରବଚନ , ପ୍ରାର୍ଥନା ଓ ଗରିବଙ୍କୁ ବସ୍ତ୍ରଦାନ ପ୍ରଭୃତି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସମସ୍ତ ଚର୍ଚ୍ଚ ମାନଙ୍କରେ ପୋଲିସ ପହରା ଦିଆଯାଇଥିଲା ।  ଏ ସମ୍ପର୍କରେ କେଥଲିକ ଚର୍ଚ୍ଚର ଫାଦର ଥୋମାସ ପାରାୟେଲ କହିଛନ୍ତି ଯେ , ସବୁଥର ଭଳି ଏଥର ପବିତ୍ର ବଡଦିନ ପର୍ବ କୋରନା କଟକଣା ଯୋଗୁଁ ଆଉ ଯାକଯମକ କି ଆଡମ୍ବରରେ ହୋଇନାହିଁ । ଗହଳିକୁ ଦୃଷ୍ଟିରେ ରଖି କେବଳ ପ୍ରଭୁ ଯୀଶୁଙ୍କ ପ୍ରାର୍ଥନା କରାଯିବା ସହ ଆମ ଦେଶ ଓ ରାଜ୍ୟର ସମସ୍ତଙ୍କ ସବୁପ୍ରକାର କଲ୍ୟାଣ କାମନା କରି ପ୍ରଭୁଙ୍କ ଠାରେ ପ୍ରାର୍ଥନା କରି ପର୍ବର କାର୍ଯ୍ୟକ୍ରମକୁ ସମାପ୍ତ କରିଥିଲୁ ବୋଲି କହିଥିଲେ । ସେଣ୍ଟନରି ବାପଟୀଷ୍ଟ ଚର୍ଚ୍ଚରେ ପାଷ୍ଟର ପ୍ରମୋଦ କୁମାର ନାୟକ , ଡାଃ ପ୍ରଦୀପ କୁମାର ଓ ସେକ୍ରେଟାରୀ ଲାଗୋସ ଦାସ ବର୍ଦ୍ଧନ ପ୍ରମୁଖଙ୍କ ସମେତ ଅନ୍ୟ ସଦସ୍ୟ ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । 

0
0
0
s2sdefault