ହେଡଲାଇନସ୍:

ଗୁମ୍ମା ବ୍ଲକ୍ ରେ କଂଗ୍ରେସର ଜନସମ୍ପର୍କ ଯାତ୍ରା ଓ ବନ୍ଧୁ ମିଳନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପବିତ୍ର ବଡଦିନରେ ଗଜପତି ଜିଲ୍ଲା ଗୁମ୍ମା ବ୍ଲକ୍ ରେ ବରିଷ୍ଠ କଂଗ୍ରେସ ନେତା ତଥା ବ୍ରହ୍ମପୁର ଲୋକସଭା ପ୍ରାଥି ଭି.ଚନ୍ଦ୍ରଶେଖର ନାଇଡୁ ଜନସମ୍ପର୍କ  ଯାତ୍ରା ଓ ବନ୍ଧୁ ମିଳନ କାର୍ଯ୍ୟକ୍ରମ କରିଛନ୍ତି। ଟି.ଉକୁରା ଚର୍ଚ୍ଚରେ ପ୍ରଥମେ କେକ କାଟି ସମସ୍ତଙ୍କୁ ବଡ ଦିନର ଅଭିନନ୍ଦନ ଜଣାଇ ଗସ୍ତର ଶୁଭାରମ୍ଭ କରିଥିଲେ। ଏହା ପରେ ଶ୍ରୀ ନାଇଡୁ କୁଢାମ , ରାଗିଡି , ଡୁମ୍ବାଡା , ତାମେଇଗରଜା , ସାରୁବୁଡା , ବଡକଳାକୋଟ , ତୁମକର ପ୍ରଭୁତି ଚର୍ଚ୍ଚରେ କେକ କାଟି ଥିଲେ। ଏହି ଅବସରରେ ସାରୁବୁଡା-ଲାବସିଂ ରାସ୍ତା ନିମାଣ ପାଇଁ ସ୍ଥାନୀୟ ଅଧିବାସୀ ଶ୍ରୀ ନାଇଡୁଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ସେହିଭଳି ସ୍ଥାନୀୟ ଲୋକମାନଙ୍କ ଅସୁବିଧାକୁ  ଦେଖି ଖୁବ ଶୀଘ୍ର  ସ୍ଥାନୀୟ ଅଂଚଳରେ ବିଏସଏନଏଲ ଟାୱାର ନିର୍ମାଣ ନେଇ ସେ ଦିଲ୍ଲୀରେ ବିଭାଗୀୟ କତ୍ତୃପକ୍ଷଙ୍କ ସହ ଆଲୋଚନା କରିବେ ବୋଲି କହିଥିଲେ। ଏହି ଅବସରରେ ତୁମକର ଗ୍ରାମକୁ ଯାଇ ଗଜପତି ଜିଲ୍ଲା ପରିଷଦର ପୂର୍ବତନ ଅଧ୍ଯକ୍ଷ ଦିବଂଗତ କିତ୍ତନ ଶବରଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। 

ଗୁମ୍ମା ବ୍ଲକର ଯୁବନେତା ତଥା ବିଜେପି ଯୁବ ମୋଚ୍ଚା ସଭାପତି ମାନତ ଶବର  ଆନୁଷ୍ଠାନିକ ଭାବେ କଂଗ୍ରେସରେ ଯୋଗ ଦେଇଛନ୍ତି। ଏହି ସବୁ କାର୍ଯ୍ୟକ୍ରମରେ ଗୁମ୍ମା ବ୍ଲକ୍ ର ଉପାଧ୍ଯକ୍ଷା ଗିତା ଭୂୟାଁ , ପୂର୍ବତନ ବ୍ଲକ୍ ଉପାଧ୍ଯକ୍ଷ ବାନିକ ଗମାଙ୍ଗ , ପାରଳାଖେମୁଣ୍ଡି ପୂର୍ବତନ ବିଧାୟକ ସ୍ୱର୍ଗତ ତ୍ରିନାଥ ସାହୁଙ୍କ ପୁତ୍ର ଯୁବନେତା ମନୋଜ ସାହୁ , ଲଳିତା ଶବର , ପରେଶ ରଇତ , ଅବିୟ ରଇତ , ଯିଶି ଗମାଙ୍ଗ , ପ୍ରଶାନ୍ତ ଶବର , ସିମିଅ ଶବର , ନାଥନ କାର୍ଯୀ , ପ୍ରଦୀପ ରଇତ , ଆପଲ ଗମାଙ୍ଗ , ଶିବରାମ ପାତ୍ର , ବୃନ୍ଦାବନ ଖଟେଇ , କିଶୋର କପୁର , ପତିତ ଗନ୍ତାୟତ  ,ତତସତ ସୁବୁଦ୍ଦି ପ୍ରମୁଖ ଉପସ୍ଥିତ ଥିଲେ।

0
0
0
s2sdefault