ଭୁବନେଶ୍ୱର : ଆଦିତ୍ୟ ବିର୍ଲା ଗ୍ରୁପ କମ୍ପାନୀ ଆଦିତ୍ୟ ଆଲୁମିନିୟମ ଓଡ଼ିଶାର ସମ୍ବଲପୁର ଜିଲ୍ଲାରେ ଏହାର କାରଖାନା ନିକଟବର୍ତ୍ତୀ ଅଞ୍ଚଳରେ ବାସ କରୁଥିବା ଜନସାଧାରଣଙ୍କ ନିମନ୍ତେ ଅର୍ଥପୂର୍ଣ୍ଣ କଲ୍ୟାଣକାରୀ ପ୍ରୟାସସମୂହରେ ଗଭୀର ଭାବରେ ନିୟୋଜିତ ରହିଛି । ଏହାର ଅନ୍ୟତମ ପ୍ରକଳ୍ପ ‘ପ୍ରୋଜେକ୍ଟ ଶକ୍ତି’ ଆୟକାରୀ ଉପାୟ ଜରିଆରେ ବେରୋଜଗାର ଗ୍ରାମୀଣ ମହିଳାଙ୍କ ନିକଟରେ ପହଞ୍ଚିବା ସହିତ ସେମାନଙ୍କୁ ସ୍ୱାବଲମ୍ବୀ ହେବାରେ ସହାୟତା କରୁଛି ।
ଏହି ପ୍ରୟାସ ସମ୍ପର୍କରେ ପ୍ରକାଶ କରି ହିଣ୍ଡାଲ୍କୋ ସମ୍ବଲପୁରର ମାଇନିଂ ବିଜିନେସ୍ ହେଡ ଏବଂ କ୍ଲଷ୍ଟର ହେଡ୍ ଶ୍ରୀ କୈଳାସ ପାଣ୍ଡେ କହିଛନ୍ତି, “ପ୍ରୋଜେକ୍ଟ ଶକ୍ତି କେବଳ ଅର୍ଥନୈତିକ ସଶକ୍ତିକରଣ ସମ୍ପର୍କିତ ନୁହେଁ, ଏହା ମହିଳାଙ୍କ ମଧ୍ୟରେ ଆତ୍ମବିଶ୍ୱାସ ସୃଷ୍ଟି କରିବା ସହିତ ସେମାନଙ୍କ ମଧ୍ୟରେ ନେତୃତ୍ୱକୁ ପ୍ରୋତ୍ସାହିତ କରୁଛି । ଆବଶ୍ୟକ ସାଧନ ଏବଂ ସମ୍ବଳ ଯୋଗାଇଦେଇ ଆମେ ଆମ କାରଖାନା ନିକଟବର୍ତ୍ତୀ ଅଞ୍ଚଳର ୪୦ଟି ଗ୍ରାମରେ ୨୦୦୦ରୁ ଅଧିକ ମହିଳାଙ୍କ ମଧ୍ୟରେ ସକାରାତ୍ମକ ପରିବର୍ତ୍ତନର ବ୍ୟାପକ ପ୍ରଭାବ ସୃଷ୍ଟି କରିବାକୁ ଲକ୍ଷ୍ୟ ରଖିଛୁ ।
ଅଗଷ୍ଟ ୨୦୧୯ରେ ଏହା ଆରମ୍ଭ ହେବା ଦିନଠାରୁ ପ୍ରୋଜେକ୍ଟ ଶକ୍ତି ୨୧୫ ଗୋଷ୍ଠୀର ୨୧୮୫ ଏସଏଚ୍ଜି ସଦସ୍ୟାଙ୍କ ଜୀବନକୁ ସ୍ପର୍ଶ କରିଛି । ଏହି ପ୍ରୋଜେକ୍ଟ ଶକ୍ତି ଅଧୀନରେ ପ୍ରୟାସଗୁଡିକ ମଧ୍ୟରେ ସାମୂହିକ ଅଭିବୃଦ୍ଧି ନିମନ୍ତେ ପ୍ରଗତି, ଚାଲେଞ୍ଜ ଏବଂ ରଣକୋ÷ଶଳ ସମ୍ପର୍କରେ ଆଲୋଚନା କରିବାକୁ ନିୟମିତ ଏସଏଚ୍ଜି ବୈଠକ ଅନ୍ତର୍ଭୁକ୍ତ । ଟେଲରିଂ, ପତ୍ର ଥାଳି ତିଆରି, ଛତୁ ଚାଷ, ପନିପରିବା ଚାଷ ଆଦି ଆୟକାରୀ କାର୍ଯ୍ୟକଳାପଗୁଡିକୁ ଦୀର୍ଘସ୍ଥାୟିତା ସୁନିଶ୍ଚିତ କରିବାନିମନ୍ତେ ପ୍ରସ୍ତାବାବଳୀ, ପ୍ରେରଣା, ତାଲିମ ଏବଂ ବଜାର ସଂଯୋଗୀକରଣ ଆଦି ଜରିଆରେ ସମର୍ଥନ ଯୋଗାଇ ଦିଆଯାଉଛି । ଏହି ପ୍ରକଳ୍ପରେ ମଧ୍ୟ ସାମାଜିକ ଯୋଜନାଗୁଡିକ ସମ୍ପର୍କରେ ସଚେତନତା ବୃଦ୍ଧି କରାଯାଉଛି ଏବଂ ଆର୍ଥିକ ସାକ୍ଷରତା ତାଲିମ ସେମାନଙ୍କୁ ଆବଶ୍ୟକ ଦକ୍ଷତାରେ ସୁସଜ୍ଜିତ କରୁଛି । ସଫଳ ଉଦ୍ୟୋଗଗୁଡିକୁ ଶିକ୍ଷଣୀୟ ଗସ୍ତ ଏବଂ ମେଳା ଆଦିରେ ଅଂଶଗ୍ରହଣ ସେମାନଙ୍କର ଦୃଶ୍ୟମାନତା ଏବଂ ବଜାର ପହଞ୍ଚକୁ ପରିବର୍ଦ୍ଧିତ କରୁଛି,” ବୋଲି ଶ୍ରୀ ପାଣ୍ଡେ କହିଛନ୍ତି ।
ପାଣ୍ଠି ଯୋଗାଣକାରୀ ସଂସ୍ଥା ଏବଂ ରୂପାୟନକାରୀ ସହଯୋଗୀ ଆଦିତ୍ୟ ଆଲୁମିନିୟମ ତାଲିମ, ଦକ୍ଷତା ନିର୍ମାଣ ଏବଂ ଶିକ୍ଷାମୂଳକ ଗସ୍ତ ଆଦିରେ ଉଲ୍ଲେଖନୀୟ ଭାବରେ ନିବେଶ କରୁଛି । ଏହା ଏକ ମୂଲ୍ୟ ଶୃଙ୍ଖଳ ଏବଂ ଦୀର୍ଘସ୍ଥାୟୀ ଆଭିମୁଖ୍ୟକୁ ପ୍ରୋତ୍ସାହିତ କରୁଥିବାବେଳେ ଏହି ପ୍ରକଳ୍ପ ସ୍ଥାନୀୟ ଉତ୍ପାଦନ ଏବଂ ଆହରଣକୁ ଉତ୍ସାହିତ କରୁଛି । ଉଦାହରଣସ୍ୱରୂପ ହଳଦୀ ଚାଷରେ ନିୟୋଜିତ ଏସଏଚ୍ଜିଗୁଡିକ ମସଲା ବିପଣନକାରୀ ଏସଏଚ୍ଜିଗୁଡିକୁ କଞ୍ଚାମାଲ ଯୋଗାଣ କରୁଛନ୍ତି ଏବଂ ଏହାଦ୍ୱାରା ଅସାଧୁ ଭାବରେ ଲାଭ ଅର୍ଜନ ଏବଂ ମଧ୍ୟସ୍ଥି ବ୍ୟବସ୍ଥାକୁ ଦୂର କରାଯାଇପାରିଛି । ପରିବେଶ ଅନୁକୂଳ ଉତ୍ପାଦ ପ୍ରସ୍ତୁତ କରୁଥିବା ଏସଏଚ୍ଜିଗୁଡିକର ସଫଳତାର କାହାଣୀ ଏହି ପ୍ରକଳ୍ପର ସ୍ଥାନୀୟ ଜନସାଧାରଣଙ୍କ ଉପରେ ପଡୁଥିବା ପ୍ରଭାବ ଏବଂ ପରିବେଶ ସଂରକ୍ଷଣ ପ୍ରତି ଅବଦାନ ସମ୍ପର୍କରେ ଆଲୋକପାତ କରୁଛି ।
ଏହିଭଳି ଜଣେ ହିତାଧିକାରୀ ହେଉଛନ୍ତି ଧୋରୋପାଣି ଗ୍ରାମର ରଶ୍ମୀ ମଞ୍ଜୁଳା, ଯିଏ ଜୟ ଜଗନ୍ନାଥ ଏସଏଚ୍ଜିର ଜଣେ ସଦସ୍ୟା । ବାରମଜା ଏବଂ ନମ୍କିନ ତିଆରିରେ ୨୦୧୯ରେ ତାଲିମ ନେଇଥିବା ରଶ୍ମୀଙ୍କ ବ୍ୟବସାୟ ସମ୍ପ୍ରସାରିତ ହୋଇଛି ଏବଂ ୨୦୨୧ରେ ଓରମାସ୍ରୁ ସେ ସ୍ୱୀକୃତି ଲାଭ କରିଥିଲେ । ତାହାପରେ ସେ ଟେଲରିଂ ତାଲିମ ନେଇ ଏସଏଚ୍ଜିରୁ ଋଣ ନେଇ ଏକ ସିଲେଇ ମେସିନ ଖରିଦ କରିଥିଲେ ଏବଂ ସମ୍ପ୍ରତି ସେ ମାସିକ ୫୦୦୦ରୁ ୮୦୦୦ ଟଙ୍କା ଉପାର୍ଜନ କରୁଛନ୍ତି ଏବଂ ତାଙ୍କ ପରିବାରକୁ ସମର୍ଥନ ଯୋଗାଇ ଦେଉଛନ୍ତି । କିଶୋରୀ ବାଳିକାଙ୍କ ପୁଷ୍ଟିସାଧନକୁ ସମର୍ଥନ କରୁଥିବା କାରଣରୁ ୨୦୨୪ରେ ତାଙ୍କ ଗ୍ରୁପ୍ ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୁଷ୍ଟି ଯୋଜନା ନିମନ୍ତେ ମନୋନୀତ ହୋଇଥିଲା । ଜଣେ ଗୃହିଣୀରୁ ଉଦ୍ୟୋଗୀ ଭାବରେ ରଶ୍ମୀଙ୍କର ଯାତ୍ରା ତାଙ୍କ ଗ୍ରାମବାସୀଙ୍କୁ ପ୍ରେରଣା ଯୋଗାଉଛି ।
ଅନ୍ୟ ଜଣେ ଉଦାହରଣ ହେଉଛନ୍ତି ଓରାମପଡା ଗ୍ରାମର ‘ମା ଲକ୍ଷ୍ମୀ’ ମହିଳା ଏସଏଚ୍ଜି ଗ୍ରୁପ୍ର ସଦସ୍ୟା କୈଳାସିନୀ ଓରାମ । ଛତୁ ଚାଷ ଏବଂ ସମନ୍ୱିତ କୃଷି ନିମନ୍ତେ ପରିଚିତ କୈଳାସିନୀଙ୍କ ବ୍ୟବସାୟରେ ଅଭିବୃଦ୍ଧି ନିମନ୍ତେ ଆଦିତ୍ୟ ଆଲୁମିନିୟମ ସମର୍ଥନ ଯୋଗାଇଦେଇଛି ଏବଂ ସମ୍ପ୍ରତି ସେ ମାସିକ ୧୫,୦୦୦ ଟଙ୍କାରୁ ୩୦,୦୦୦ ଟଙ୍କା ଆୟ କରୁଛନ୍ତି । ଉତ୍ସର୍ଗୀକୃତ ଭାବ ନେଇ ସେ ନିଜ ପିଲାମାନଙ୍କୁ ଗୁଣାତ୍ମକ ଶିକ୍ଷା ଯୋଗାଇ ଦେଉଛନ୍ତି ଏବଂ ତାଙ୍କ ପରିବାର ନିମନ୍ତେ ଏକ ଉତ୍ତମ ଜୀବନକୁ ସମର୍ଥନ କରୁଛନ୍ତି ।