ଓଡ଼ଗାଁ,୯।୯(ଶ୍ରୀକାନ୍ତ କୁମାର ମିଶ୍ର): ଓଡ଼ଗାଁ ଠାରେ ଅବସ୍ଥାପିତ ନୟାଗଡ଼ ସରକାରୀ ପଲିଟେକ୍ନିକରେ ଶିକ୍ଷାଗତ ଓ ପ୍ରାଣାଳୀଗତ ଗୁଣାତ୍ମକ ମାନ ପରୀକ୍ଷଣ କଲେ କ୍ୟୁସିଆଇ ଟିମ୍ କ୍ୱାଲିଟି କାଉନ୍ସିଲ୍ ଅଫ୍ ଇଣ୍ଡିଆ (କ୍ୟୁସିଆଇ) ଦଳ ପହଞ୍ଚି ସଂସ୍ଥାର ଶିକ୍ଷାଗତ ଓ ପ୍ରାଣାଳୀଗତ ମାନ ପରୀକ୍ଷା କରିଛନ୍ତି । ସେମାନେ ଲ୍ୟାବରେଟରୀ, କ୍ଲାସରୁମ୍, ୱାର୍କସପ୍ ଓ ପୁସ୍ତକାଳୟ ବୁଲି ଦେଖିବା ପରେ ଅଧ୍ୟକ୍ଷ, ଶିକ୍ଷକ, ଅନ୍ୟ କର୍ମଚାରୀ ଏବଂ ଛାତ୍ରଛାତ୍ରୀଙ୍କ ସହ ସାକ୍ଷାତ କରିବା ସହିତ ସେମାନଙ୍କ ଦ୍ଵାରା ପ୍ରସ୍ତୁତ ପ୍ରଦର୍ଶିତ ପ୍ରକଳ୍ପ ଗୁଡ଼ିକୁ ପରିଦର୍ଶନ କରିଥିଲେ । ଏବଂ ଗୁଣାତ୍ମକ ଶିକ୍ଷା, ଛାତ୍ର ସହାୟତା ପ୍ରଣାଳୀ ଓ ଆଧୁନିକ ସୁବିଧାବଳୀ ସବୁକୁ ବିଶ୍ଳେଷଣ କରି ଦକ୍ଷତା ମୂଳକ ଶିକ୍ଷା ଓ ପ୍ରାୟୋଗିକ ପ୍ରଶିକ୍ଷଣର ପ୍ରଚାର ପାଇଁ କଲେଜର ପ୍ରୟାସକୁ ସ୍ୱାଗତ କରିଥିଲେ । ଏଣୁ ଉକ୍ତ ଶିକ୍ଷାନୁଷ୍ଠାନ ନିର୍ଦ୍ଦିଷ୍ଟ ଗୁଣାତ୍ମକ ମାନ ପୂରଣ କରିବାରେ ସମର୍ଥ ହେବ । କଲେଜ ଛାତ୍ରଛାତ୍ରୀଙ୍କ ଉତ୍ତମ ପ୍ରଶିକ୍ଷଣ ପାଇଁ ଉଦ୍ୟୋଗ ମୁଖୀ ଶିକ୍ଷା ପ୍ରଦାନ ନେଇ ଅଧ୍ୟକ୍ଷ ପ୍ରତିବଦ୍ଧତା ପ୍ରକାଶ କରିଥିଲେ । ଏହି ମୂଲ୍ୟାଙ୍କନ ପ୍ରଣାଳୀ ଶିକ୍ଷାନୁଷ୍ଠାନର ପୋଜିସନକୁ ସୁଦୃଢ କରିବା ସହିତ ଜିଲ୍ଲାରେ ଅନ୍ୟତମ ପ୍ରାୟୋଗିକ ଶିକ୍ଷା କେନ୍ଦ୍ର ଭାବେ ଖ୍ୟାତି ଅର୍ଜନ କରିପାରିବ