ହେଡଲାଇନସ୍:

ନିଶାର୍ଦ୍ଧରେ ଯୁବତୀଙ୍କ ଉନ୍ମତ୍ତ କାଣ୍ଡ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରାଜଗାଙ୍ଗପୁର/ ବିଷ୍ଣୁ ଭୌମିକ: ରାତି ପ୍ରାୟ ସାଢ଼େ ୧୧ଟା ରେ ଜଣେ ଯୁବତୀ ସୁନ୍ଦରଗଡ଼ ବିଚ ରାସ୍ତାରେ ଉନ୍ମତ୍ତ କାଣ୍ଡ ଘଟାଇ ଥିଲେ। ସେ କେତେବେଳେ ଚଳନ୍ତା ଟ୍ରକକୁ ଅଟକାଉଥିଲେ ତ ଆଉ କେତେ ବେଳେ ଟ୍ରକ ପଛେ ପଛେ ଦୌଡ଼ୁଥିଲେ। ସୋମବାର ରାତିରେ ସଦର ଥାନା ଅନ୍ତର୍ଗତ ଭୋଜପୁର ଏକାମ୍ର ଢାବା ପାଖରେ ୧୦ ନମ୍ବର ରାଜ୍ୟ ରାଜପଥରେ ଲୋକଙ୍କୁ ଆମୋଦିତ କରିଥିଲା ଏହି ବିଚିତ୍ର ଦୃଶ୍ୟ । ଏହି ଘଟଣାର ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ ଯୁବତୀ ଜଣକ ରାତି ୧୦ରୁ ସାଢ଼େ ୧୧ ପର୍ଯ୍ୟନ୍ତ ଏଭଳି ଅତି ବିପଜ୍ଜନକ ଭାବେ ଟ୍ରକଗୁଡ଼ିକୁ ଅଟକାଇବା ପାଇଁ ଚେଷ୍ଟା କରୁଥିଲେ। ଜୀବନକୁ ବିପନ୍ନ କରି ଚଳନ୍ତା ଟ୍ରକ ସାମ୍ନାକୁ ଦୌଡ଼ି ଆସୁଥିଲେ। କିନ୍ତୁ ଟ୍ରକ ପାଖକୁ ଚାଲି ଆସି ଟିକେ ସାଇଡ ହେଇଯାଉ ଥିଲା । ଯୁବତୀ ଜଣକ କିଏ, କେଉଁ ଅଞ୍ଚଳର, ଏଠାକୁ କାହିଁକି ଆସିଥିଲେ ଓ କାହିଁକି ଏଭଳି ଷ୍ଟଣ୍ଟ କରୁଥିଲେ ତାହା ରହସ୍ୟ ଘେରରେ । ସ୍ଥାନୀୟ କିଛି ଯୁବକ ତାଙ୍କୁ ଅଟକାଇ ପୁଲିସକୁ ଡାକିବାକୁ ଉଦ୍ୟମ କରିଥିଲେ। କିନ୍ତୁ ସେ ଏହା ଜାଣିପାରି ସେଠାରୁ ଦୌଡ଼ି ପଲାଇଥିଲେ । କିନ୍ତୁ ବିଳମ୍ବିତ ରାତିରେ ଜଣେ ଅପରିଚିତ ଯୁବତୀଙ୍କ ଏଭଳି କାଣ୍ଡକାରଖାନା ସ୍ଥାନୀୟ ଅଞ୍ଚଳରେ ରୋଚକ ଚର୍ଚ୍ଚାର ବିଷୟ ହୋଇଛି। ବିଳମ୍ବିତ ରାତି ଅନ୍ଧାକାରରେ ଯୁବତୀ ଜଣକ କୁଆଡ଼େ ଦୌଡ଼ି ପଳାଇଲେ ତା'ର ପତ୍ତା ମିଳିଲା ନାହିଁ । ଯୁବତୀ ଜଣକ ମାତାଲ୍ ଅବସ୍ଥାରେ ଏପରି କାଣ୍ଡ କରିଥାଇ ପାରନ୍ତି ବୋଲି ଲୋକେ ସନ୍ଦେହ କରୁଛନ୍ତି।

0
0
0
s2sdefault