ଓଡ଼ଗାଁ,୯।୯(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ ସ୍ଥାନୀୟ କୁରାଳ ଗ୍ରାମର ସୁଯୋଗ୍ୟ ସନ୍ତାନ ଶତୃଘ୍ନ ପାଣିଗ୍ରାହୀ ଓଡ଼ିଶା ଓଡ଼ିଆ ବିଶ୍ୱବିଦ୍ୟାଳୟରେ ଭାରପ୍ରାପ୍ତ କୁଳପତି ଭାବେ ନିଯୁକ୍ତି ପାଇଛନ୍ତି ।
କୁଳାଧିପତି ତଥା ରାଜ୍ୟପାଳ ହରିବାବୁ କମ୍ଭମପତି ୬ ମାସ ନିମନ୍ତେ ଶତ୍ରୁଘ୍ନଙ୍କୁ ଏହି ନିଯୁକ୍ତି ପ୍ରଦାନ କରିଛନ୍ତି । ଏବେ ସେ ଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ ପୁରୀରେ ବେଦ ଓ ଉପନିଷଦ ବିଭାଗର ବିଭାଗୀୟ ମୁଖ୍ୟ ଭାବରେ କାର୍ଯ୍ୟରତ ଅଛନ୍ତି । ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ କୁରାଳ ଗ୍ରାମ ତୋଟାସାହିର ମୂଳବାସିନ୍ଦା ପ୍ରଫେସର ଡ. ଶତ୍ରୁଘ୍ନ ପାଣିଗ୍ରାହୀ ସଂସ୍କୃତ ଭାଷା, ସାହିତ୍ୟ ଓ ସଂସ୍କୃତି କ୍ଷେତ୍ରରେ ଅଧ୍ୟୟନ କରିବା ସହ ବିଶେଷ କରି ଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟରେ "ବେଦ ଉପରେ ମହିଳାଙ୍କ ଅଧିକାର" ସମ୍ପର୍କରେ ଅଧ୍ୟାପନା ସହ ଗବେଷଣା ମଧ୍ୟ କରିଛନ୍ତି । ଏହି ଖବର ପ୍ରସାରିତ ହେବା ପରେ ଓଡ଼ଗାଁ ବ୍ଳକ ତଥା ନିଜ ଗ୍ରାମ କୁରାଳରେ ପ୍ରଫେସର ପାଣିଗ୍ରାହୀଙ୍କ ନିକଟକୁ ଶୁଭେଚ୍ଛାର ବାର୍ତ୍ତା ଛୁଟୁଛି ।
ରାଜ୍ୟ
ଓଡ଼ିଶା ଓଡ଼ିଆ ବିଶ୍ୱବିଦ୍ୟାଳୟ ଭାରପ୍ରାପ୍ତ କୁଳପତି ନିଯୁକ୍ତି ପାଇଲେ ପ୍ରଫେସର ଡ଼ ଶତ୍ରୁଘ୍ନ ପାଣିଗ୍ରାହୀ,
- Hits: 120