ହେଡଲାଇନସ୍:

ଅଗ୍ରଣୀ ସାଂସ୍କୃତିକ ସଂଗଠନର ନୃତ୍ୟଶିଳ୍ପୀ ମାନଙ୍କ ଦୁବାଇ ଗସ୍ତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ର ଅଗ୍ରଣୀ ନୃତ୍ୟ ଅନୁଷ୍ଠାନ "ଶ୍ରୀଜଗନ୍ନାଥ ଓଡ଼ିଶୀ କଳାକେନ୍ଦ୍ର"ର କଳାକାର ମାନେ ନୃତ୍ୟ ପରିବେଷଣ ନିମନ୍ତେ ଆଜି (ମଙ୍ଗବାର) ସନ୍ଧ୍ୟାରେ ସୁଦୂର ଦୁବାଇ ଯାତ୍ରା କରିଛନ୍ତି।
କଳା ଓ ସଂସ୍କୃତି'ର ନଗରୀ ପାରଳାଖେମୁଣ୍ଡିରେ ଦୀର୍ଘ ୧୫ ବର୍ଷ ଧରି ଏହି ନୃତ୍ୟାନୁଷ୍ଠାନର ନୃତ୍ୟ ନିର୍ଦ୍ଦେଶିକା ଶ୍ରୀମତି ଡି. ପ୍ରିୟଙ୍କା ଙ୍କ ତତ୍ତ୍ବାବଧାନରେ ଶ୍ରୀ ଜଗନ୍ନାଥ ଓଡ଼ିଶୀ କଳାକେନ୍ଦ୍ର ଓଡ଼ିଶାର ସଂସ୍କୃତି ଓ ପରମ୍ପରାର ମୌଳିକତାକୁ ବଜାୟ ରଖିବାର ପ୍ରୟାସ ଅଦ୍ୟାବଧି ଜାରି ରଖିଛି। ଏହି ପ୍ରୟାସରେ ଚଳିତ ମାସ ସେପ୍ଟେମ୍ବର ୧୦ ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ ୬ ଦିନ ପାଇଁ ନୃତ୍ୟ ନିର୍ଦ୍ଦେଶିକା ତଥା ଶ୍ରୀକୃଷ୍ଣଚନ୍ଦ୍ର ଗଜପତି ସ୍ବୟଂ ଶାସିତ ମ‌ହାବିଦ୍ୟାଳୟର ସଂସ୍କୃତ ବିଭାଗ ଅତିଥି ଅଧ୍ୟାପିକା ଶ୍ରୀମତି ଡ଼ି.ପ୍ରିୟଙ୍କା ପଞ୍ଚମ ଥର ପାଇଁ ବିଦେଶ ଗସ୍ତ କରିଛନ୍ତି।
ଗୁରୁ ଶିଷ୍ୟର ସୁଦୃଢ଼ ପରମ୍ପରାରେ ୫ ଜଣ ବରିଷ୍ଠ ଶିଷ୍ୟା ଅନ୍ବେଷା ରଥ , ବିଷ୍ଣୁପ୍ରିୟା ମଣ୍ଡଳ , ଅନୌଷ୍କା ଅନହିତା ସାହୁ , ତନୀଷା ବେବର୍ତ୍ତା , ଲିସାରାଣୀ ପାଢ଼ୀ ସାଥିରେ ଦୁବାଇ ଗସ୍ତରେ ଯାଇଛନ୍ତି । ସେଠାରେ ହିନ୍ଦୁସ୍ଥାନ ଆର୍ଟ ଆଣ୍ଡ ମ୍ୟୁଜିକ ସୋସାଇଟୀ ପକ୍ଷରୁ ଆୟୋଜିତ ହେବାକୁ ଥିବା ଭାରତ ସଂସ୍କୃତି ଯାତ୍ରାରେ ଏମାନେ ଯୋଗ ଦେଇ ବିଭିନ୍ନ ଓଡ଼ିଶୀ ଓ ସମ୍ବଲପୁରୀ ନୃତ୍ୟ ପରିବେଷଣ କରିବେ।
ଏହି ଅବସରରେ ସେ ପିତାମାତାଙ୍କ ପ୍ରେରଣା ଓ ବିଶିଷ୍ଟ ଓଡ଼ିଶୀ ନୃତ୍ୟ ଗୁରୁ ଡଃ. ଗଜେନ୍ଦ୍ର ପଣ୍ଡାଙ୍କ ପ୍ରତ୍ୟକ୍ଷ ପ୍ରୋତ୍ସାହନ , ଶ୍ରୀଜଗନ୍ନାଥଙ୍କ ଅପାର କରୁଣା ତଥା ପାରଳାବାସୀଙ୍କ ଆଶୀର୍ବାଦରେ ସମ୍ଭବ ହୋଇ ପାରିଥିବା କଥା ସେ ପ୍ରକାଶ କରିଛନ୍ତି ଏବଂ ସେଥି ନିମନ୍ତେ ସେମାନଙ୍କ ଠାରେ ସେ କୃତଜ୍ଞତା ଜ୍ଞାପନ କରିଛନ୍ତି।
ଅନୁଷ୍ଠାନର ଉପଦେଷ୍ଟା ଆଦର୍ଶ ଦାସ , ସଦସ୍ୟ ବାଳକୃଷ୍ଣ ପାଣିଗ୍ରାହୀ , ରାଜେନ୍ଦ୍ର ରଥ , ସ୍ନିଗ୍ଧା ମିଶ୍ର , ବିଚିତ୍ରାନନ୍ଦ ବେବର୍ତ୍ତା , କଲ୍ୟାଣୀ ମିଶ୍ର ପ୍ରମୁଖ ସେମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

0
0
0
s2sdefault