ଓଡ଼ଗାଁ,୯।୯(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ ଅନ୍ତର୍ଗତ କୁରାଳ ମେଡିକାଲ ଛକ ସ୍ଥିତ ଅବସର ପ୍ରାପ୍ତ କର୍ମଚାରୀ ପରିଷଦ କାର୍ଯ୍ୟାଳୟ ଠାରେ କଟକ ଅର୍ବାନ ହସ୍ପିଟାଲ, ଅବସରପ୍ରାପ୍ତ କର୍ମଚାରୀ ପରିଷଦ ଏବଂ କୁରାଳ ଗ୍ରାମପଞ୍ଚାୟତର ମିଳିତ ସହଯୋଗରେ ଏକ ମାଗଣା ଚକ୍ଷୁଚିକିତ୍ସା ଓ ସ୍ଵାସ୍ଥ୍ୟ ପରୀକ୍ଷା ଶିବିର ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି । ଶିବିରରେ ମୋଟ ୧୬୬ ଜଣଙ୍କର ସ୍ବାସ୍ଥ୍ୟପରୀକ୍ଷା କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨୭ ଜଣଙ୍କର ମୋତିଆବିନ୍ଦୁ ଅସ୍ତ୍ରୋପଚାର ନିମନ୍ତେ ଅପରାହ୍ନରେ କଟକ ପଠାଇ ଦିଆଯାଇଛି । ଏଥି ସହିତ ୧୨୦ ଜଣଙ୍କୁ ଚଷମା ପ୍ରଦାନ କରାଯାଇଥିଲା । ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ସଭାପତି ରାମେଶ୍ବର ପଣ୍ଡା, ଉପସଭାପତି ରଜତ ମହାପାତ୍ର ଓ ସଂପାଦକ ମନୋଜ କୁମାର ନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଶିବିର ଅନୁଷ୍ଠିତ ହୋଇଥିବା ବେଳେ ସ୍ଥାନୀୟ ସରପଞ୍ଚ
ବିଜନ ପାଇକରାୟଙ୍କ ସମେତ ସଂଘର ବରିଷ୍ଠ ସଦସ୍ୟ ପବିତ୍ର ମୋହନ ମିଶ୍ର, ରାମକୃଷ୍ଣ ଦାସ, ଜଗନ୍ନାଥ ପ୍ରଧାନ, ଲକ୍ଷ୍ମଣ ସେନାପତି,ରବିନ୍ଦ୍ର ବେହେରା ଓ ନିରଞ୍ଜନ ମହାପାତ୍ର ପ୍ରମୁଖ ଉପସ୍ଥିତରହି ସମସ୍ତଙ୍କୁ ଉତ୍ସାହିତ କରିବାସହିତ କାର୍ଯ୍ୟ ପରିଚାଳନାରେ ସହଯୋଗ କରିଥିଲେ। କଟକ ଅର୍ବାନ ହସ୍ପିଟାଲର ଡାକ୍ତର ମହମ୍ମଦ ଜାଭେଡ, କ୍ୟାମ୍ପ ମ୍ୟାନେଜର ଚନ୍ଦ୍ରରାଜ୍ ଭଟ୍ଟ, ଟେକ୍ନିଶିଆନ୍ ପ୍ରଶାନ୍ତ କୁମାର ବେହେରା ରୋଗୀମାନଙ୍କର ଡାଇ ବେଟିସ, ଆଖି ଓ ରକ୍ତଚାପ ପରୀକ୍ଷାମାନ କରାଇଥିଲେ ।
ରାଜ୍ୟ
ମାଗଣା ଚକ୍ଷୁ ଚିକିତ୍ସା ଓ ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ, ମାଗଣା ଅପରେସନ ପାଇଁ ୫୮ଙ୍କୁ କଟକ ସ୍ଥାନାନ୍ତର
- Hits: 68