ହେଡଲାଇନସ୍:

ପାନୀୟ ଜଳ ଯୋଗାଣ ପ୍ରକଳ୍ପ ବସୁଧା ପାଣି ଟାଙ୍କି ଅସଫଳ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବଲାଙ୍ଗିର, ଶାସକ (ଘନଶ୍ୟାମ ନାଗ) ଟିଟିଲାଗଡ଼ରେ ଗ୍ରାମୀଣ ପାନୀୟ ଜଳ ଯୋଗାଣ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରି ନିର୍ମାଣ ହୋଇଥିବା ଓଭର ହେଡ ପାଣି ଟାଙ୍କି ଆଜି ପର୍ଯ୍ୟନ୍ତ ଅଚଳ ଅବସ୍ଥାରେ ପଡ଼ିରହିଛି । ଲକ୍ଷ୍ୟ ଥିଲା— ଲୋକଙ୍କୁ ସୁଚିତ୍ର ପାଣି ଯୋଗାଣ କରିବା । କିନ୍ତୁ ବାସ୍ତବତାରେ, ଏହା କେବଳ ଏକ ସିମେଣ୍ଟ ର ଢାଞ୍ଚା ଭଳି ରହିଛି, ଯେଉଁଥିରୁ ପାଣିର ଏକ ବିନ୍ଦୁ ମଧ୍ୟ ଲୋକଙ୍କ ପାଖକୁ ପହଞ୍ଚି ନାହିଁ। ଏହି ପ୍ରକାରର ପ୍ରକଳ୍ପ ଲୋକଙ୍କୁ ସୁବିଧା ଦେବା ପାଇଁ ନୁହେଁ, ଦେଖା ଦେଖି ପାଇଁ ହୋଇଥିବା ସନ୍ଦେହକୁ ସୁସ୍ପଷ୍ଟ କରୁଛି । ପ୍ରସାସନର ଅବହେଳା ଓ ବିଭାଗୀୟ ଅକ୍ଷମତାର କାରଣରେ ସାଧାରଣ ଲୋକ ଜଳ ସଙ୍କଟରେ ପଡ଼ି, ବହୁତ କଷ୍ଟ ସହୁଛନ୍ତି । ବିଶେଷତଃ ଗ୍ରୀଷ୍ମକାଳରେ ପାଣିର ଅଭାବ ଯେତେବେଳେ ମୃତ୍ୟୁଜନକ ରୂପ ନେଇଥାଏ, ସେତେବେଳେ ଏପରି ଅବ୍ୟବହୃତ ପ୍ରକଳ୍ପ ଗ୍ରାମବାସୀଙ୍କୁ କ୍ରୋଧିତ କରିବା ସ୍ବାଭାବିକ । ସମାଜରେ ବିଶ୍ୱାସ ତେବେ ହିଁ ଜନ୍ମେ, ଯେତେବେଳେ ପ୍ରଶାସନୀୟ ଉଦ୍ୟମ ଲୋକଙ୍କ ଆବଶ୍ୟକତାକୁ ପୂରଣ କରେ । କିନ୍ତୁ ଟିଟିଲାଗଡ଼ ବ୍ଲକ ଅନ୍ତର୍ଗତ ନାରେନ ଗ୍ରାମପଞ୍ଚାୟତର ନାରେନ ଗ୍ରାମରେ ନିର୍ମିତ ପାଣି ଟାଙ୍କିର ଦୁର୍ଦ୍ଦଶା ପ୍ରମାଣ କରୁଛି “ଅଛି ପ୍ରକଳ୍ପ, କିନ୍ତୁ ନାହିଁ ପରିଚାଳନା; ଅଛି ଖର୍ଚ୍ଚ, କିନ୍ତୁ ନାହିଁ ଫଳ ।” ଏହି ପରିସ୍ଥିତିରେ ସ୍ଥାନୀୟ ପ୍ରଶାସନଙ୍କ ତୁରନ୍ତ ପଦକ୍ଷେପ ଆବଶ୍ୟକ । ନହେଲେ ଗ୍ରାମବାସୀଙ୍କ ଆନ୍ଦୋଳନ ସ୍ବାଭାବିକ ଏବଂ ନ୍ୟାୟସଙ୍ଗତ ହେବ ।

0
0
0
s2sdefault