ଆଜି ବି ୭ ଜଣଙ୍କ ଯାଇଛି ଜୀବନ , ଆକ୍ରାନ୍ତଙ୍କ ସଂଖ୍ୟା ଟପିଲା ୨୬ ହଜାର
ଗଂଜାମ ୪୯୧ , ଖୋର୍ଦ୍ଧା ୨୨୩ ,କଟକ ୧୩୬
ଭୁବନେଶ୍ୱର (ଶାସକ ପ୍ରଶାସକ) : ଆଜି ସାରା ଦେଶରେ କରୋନା ଭୟଙ୍କର ସ୍ଥିତି ପରିସ୍ଥିତି କରିଥିବା ବେଳେ ରାଜ୍ୟରେ ଅଣାୟତ୍ତ କରି ଦେଇଛି କରୋନା | ଆଜି ରାଜ୍ୟରେ ସବୁଜିଲ୍ଲାରୁ ବାଣ୍ଟି ହୋଇ ଜିଲ୍ଲାରୁ ୧୫୦୩ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି | ସେମାନଙ୍କ ମଧ୍ୟରୁ କବାରେଣ୍ଟାଇନରୁ ୧୦୦୨ ଜଣ ଚିହ୍ନଟ ହୋଇଥିବା ବେଳେ ବାହାରୁ ଚିହ୍ନଟ ହୋଇଛନ୍ତି ୫୦୧ ଜଣ | ଫଳରେ ମୋଟ ଆକ୍ରାନ୍ତଙ୍କ ସାଂଖ୍ୟ ୨୬୮୯୨ ରେ ପହଂଚିଛି | ସେମାନଙ୍କ ମଧ୍ୟରୁ ସୁସ୍ଥ ହୋଇଥିବା ରୋଗୀଙ୍କ ସଂଖ୍ୟା ୧୬୭୯୨ ଥିବା ବେଳେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୯୯୧୯ ରେ ପହଂଚିଛି |
ସର୍ବାଧିକ ଚିହ୍ନଟ ହୋଇଛି ଗଂଜାମ ଜିଲ୍ଲାରୁ ୪୯୧ କଣ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧାରୁ ୨୨୩ ,କଟକରୁ ୧୩୬, ରାୟଗଡା ୬୮ ଜଣ ଚିହ୍ନଟ ହୋଇଛନ୍ତି | ସେହିପରି ଅନୁଗୁଳ ୧, ବାଲେଶ୍ୱର ୧୯, ବରଗଡ ୨୩, ଭଦ୍ରକ ୨୫, ବଲାଙ୍ଗୀର ୨୧, ବୌଧ ଜଣେ, ଢେଙ୍କାନାଳ ୩୨, ଗଜପତି ୭୩, ଜଗତସିଂହପୁର ୬, ଯାଜପୁର ୫୧, ଝାରସୁଗୁଡା ୧୦, କଳାହାଣ୍ଡି ୧୦, କନ୍ଧମାଳ ୭୩, କେନ୍ଦ୍ରାପଡା ୯, କେନ୍ଦୁଝର ୪୩, କୋରାପୁଟ ୩୪,ମାଲକାନଗିରି ୩୪, ମୟୁରଭଞ୍ଜ ୨୮, ନବରଙ୍ଗପୁର ୨, ନୟାଗଡ ୮, ପୁରୀ ୪, ସମ୍ବଲପୁର ୧୭, ସୋନପୁର ୪, ସୁନ୍ଦରଗଡ ୫୭ଜଣ ଚିହ୍ନଟ ହୋଇଛନ୍ତି |