ବାରିପଦା(ଦିଲ୍ଲୀପ ମହାନ୍ତି )- ଓଏଏସ ଅଧିକାରୀ ଅନିଶା ଦାସଙ୍କୁ ନିଲମ୍ବିତ କରିଛନ୍ତି ରାଜ୍ୟ ସରକାର । କାର୍ଯ୍ୟରେ ଅବହେଳା ଅଭିଯୋଗ ପରେ ତାଙ୍କୁ ନିଲମ୍ବିତ କରାଯାଇଥିବାର ଜଣାପଡିଛି । ଏନେଇ ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଅନିଶା ଦାସ ମୟୁରଭଞ୍ଜ ଜିଲ୍ଲା ବେତନଟୀ ତହସିଲ କାର୍ଯ୍ୟାଳୟରେ ତହସିଲଦାର ଭାବେ କାର୍ଯ୍ୟ କରୁଥିଲେ । ଏହି ସମୟରେ ତାଙ୍କ ନାମରେ ବଟି ଆଦାୟ ମାମଲା ପରେ ତାଙ୍କୁ କଳାହାଣ୍ଡି ଡେପୁଟୀ କଲେକ୍ଟର ଭାବେ ବଦଳି କରାଯାଇଥିଲା ଏବଂ ଆଜି କାର୍ଯ୍ୟରୁ ନିଲମ୍ବିତ ହେଲେ ।
ରାଜ୍ୟ
କର୍ତ୍ତବ୍ୟରେ ଅବହେଳା କାରଣରୁ ତହସିଲଦାର ନିଲମ୍ବିତ
- Hits: 429