ହେଡଲାଇନସ୍:

ଆଜି "ଠ" ବୁଲାଇଦେଲା କରୋନା : ସବୁ ଜିଲ୍ଲାରୁ ବାଣ୍ଟିହୋଇ ବାହାରିଲେ ୧୩୭୬ କରୋନା ପଜିଟିଭ

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ଆଜି ବି ୧୦ଜଣଙ୍କ ଯାଇଛି ଜୀବନ , ଆକ୍ରାନ୍ତଙ୍କ ସଂଖ୍ୟା ଟପିଲା ୨୫ ହଜାର  

ଗଂଜାମ ୪୮୪, ଖୋର୍ଦ୍ଧା ୧୮୭, କେନ୍ଦୁଝର ୧୦୩, କଟକ ୭୫, ଗଜପତି ୭୪ 

ଭୁବନେଶ୍ୱର (ଶାସକ ପ୍ରଶାସକ) :   ଆଜି ସାରା ଦେଶରେ କରୋନା ଭୟଙ୍କର ସ୍ଥିତି ପରିସ୍ଥିତି କରିଥିବା ବେଳେ ରାଜ୍ୟରେ ଅଣାୟତ୍ତ  କରି ଦେଇଛି କରୋନା  | ଆଜି ପୁରା "ଠ" ବୁଲାଇ କୌଣସି ଜିଲ୍ଲାକୁ ବାଦ ଦେଇନି ଏ ଭୁତାଣୁ |  ଆଜି ରାଜ୍ୟରେ ସବୁଜିଲ୍ଲାରୁ ବାଣ୍ଟି ହୋଇ ଜିଲ୍ଲାରୁ ୧୩୭୬  କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି |  ସେମାନଙ୍କ ମଧ୍ୟରୁ କବାରେଣ୍ଟାଇନରୁ ୯୧୭ ଜଣ ଚିହ୍ନଟ ହୋଇଥିବା ବେଳେ ବାହାରୁ ଚିହ୍ନଟ ହୋଇଛନ୍ତି ୪୫୯ ଜଣ | ଫଳରେ ମୋଟ ଆକ୍ରାନ୍ତଙ୍କ ସାଂଖ୍ୟ ୨୫୩୮୯ ରେ ପହଂଚିଛି | ସେମାନଙ୍କ ମଧ୍ୟରୁ ସୁସ୍ଥ ହୋଇଥିବା ରୋଗୀଙ୍କ ସଂଖ୍ୟା ୧୫୯୨୮ ଥିବା ବେଳେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା  ୯୨୮୭ରେ ପହଂଚିଛି | ଆଜି ବି ୧୦ଜଣଙ୍କ ଯାଇଛି ଜୀବନ , ଆକ୍ରାନ୍ତଙ୍କ ସଂଖ୍ୟା ଟପିଲା ୨୫ ହଜାର | 

ସର୍ବାଧିକ ଚିହ୍ନଟ ହୋଇଛି ଗଂଜାମ ଜିଲ୍ଲାରୁ ୪୮୪ କଣ ଚିହ୍ନଟ ହୋଇଥିବା ବେଲେ ଅନୁଗୁଳ  ୫, ବାଲେଶ୍ୱର ୨୯, ବରଗଡ  ୭, ଭଦ୍ରକ  ୧୦, ବଲାଙ୍ଗୀର ୧୯, ବୌଧ  ୮, କଟକ ୭୫, ଦେଓଗଡ ୧୧, ଢେଙ୍କାନାଳ ୧୫, ଗଜପତି  ୭୪, ଜଗତସିଂହପୁର  ୧୧, ଯାଜପୁର  ୮, ଝାରସୁଗୁଡା  ୬, କଳାହାଣ୍ଡି  ୧୧, କନ୍ଧମାଳ  ୧୨, କେନ୍ଦ୍ରାପଡା  ୧୧, କେନ୍ଦୁଝର ୧୦୩, ଖୋର୍ଦ୍ଧା ୧୮୭, କୋରାପୁଟ  ୭, ମାଲକାନଗିରି  ୧୫, ମୟୁରଭଞ୍ଜ ୨୨, ନବରଙ୍ଗପୁର  ୨୧, ନୟାଗଡ ୩୦, ନୂଆପଡା  ୪, ପୁରୀ  ୯୧,  ରାୟଗଡା  ୪୫, ସମ୍ବଲପୁର  ୧୭,  ସୋନେପୁର ୫, ଓ ସୁନ୍ଦରଗଡରୁ ୩୩ଜଣ ଚିହ୍ନଟ ହୋଇଛି | 

0
0
0
s2sdefault