ହେଡଲାଇନସ୍:

କରୋନା ଭାରତ : ଆକ୍ରାନ୍ତଙ୍କ ସଂଖ୍ୟା ଆଜି ବି ୪୮  ହଜାର ଉପରେ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ନୂଆଦିଲ୍ଲୀ (ଏଜେନ୍ସି) : ଆଜି ସାରା ଦେଶରେ ଚିହ୍ନଟ ହୋଇଛନ୍ତି  ୪୮,୬୬୧ ଜଣ କରୋନା ଆକ୍ରାନ୍ତ |  ଆଜି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଅନୁଯାୟୀ ଗତ ୨୪ ଘଣ୍ଟା ଭିତରେ ଦେଶରେ  ୪୮,୬୬୧ ଜଣ ପଜିଟିଭ ଚିହ୍ନଟ ହୋଇ ଥିବା ବେଳେ ୭୦୫ ଜଣ ମୃତ୍ୟୁବରଣ କରିଛନ୍ତି | ଫଳରେ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୩,୮୫,୫୨୨ ରେ ପହଂଚି ଥିବା ବେଲେ ମୃତ୍ୟୁ ସଂଖ୍ୟା ୩୨,୦୬୩   ଛୁଇଁଛି |  ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା  ୪,୬୭,୮୮୨ ରେ ପହଂଚିଛି | ଏଯାଏ ସୁସ୍ଥ ହେଲେଣି ୮,୮୫,୫୭୭  ଜଣ |  ସୂଚନାଯୋଗ୍ୟ ଯେ ଏଯାବତ ଦେଶରେ ୧,୬୨,୯୧,୩୩୧   ନମୁନା ଯାଞ୍ଚ ହୋଇଥିବା ବେଳେ ଗତକାଲି କେବଳ ୪,୪୨,୨୬୩  ନମୁନା ଯାଞ୍ଚ କରାଯାଇଛି  ବୋଲି  Indian Council of Medical Research (ICMR) ପକ୍ଷରୁ ସୂଚନା ଦିଆଯାଇଛି |

0
0
0
s2sdefault