ଝାରସୁଗୁଡ଼ା (ସୁଭାଷ ସହାରେ): ଝାରସୁଗୁଡ଼ାରେ ଏବେ ରକ୍ତ ଦାନ ପ୍ରାୟ ୪ ବର୍ଷ ହେଲା ନିୟମିତ ଭାବରେ ହୋଇଆସୁଛି ଏହି ରକ୍ତଦାନ କାର୍ଯ୍ୟକ୍ରମ କୁ ପ୍ଲିଜ ବ୍ଲଡ଼ ଡୋନେଟ ଏମରଜେନ୍ସି ,ୟଙ୍ଗ ଷ୍ଟାର ଚାରିଟେବଲ ଟ୍ରଷ୍ଟ ,ମିଶସ ହଣ୍ଡରେଡ଼ ,ଜୀବନ ଧାରା ଓ ସ୍ୱୟଂ ସିଦ୍ଧ ବ୍ଲଡ଼ ସଂଗଠନ ଦ୍ୱାରା ପରିଚାଳତ ହୋଇଥିବାର ଦେଖିବାକୁ ମିଳିଛି । କେବଳ ଯୁବକ ମାନେ ନୁହେଁ ,ଯୁବତୀ ଓ ମହିଳା ମାନଙ୍କ ସଂଗଠନ ମଧ୍ୟ ଏହି ରକ୍ତ ଦାନ ରେ ସହାୟତାର ହାତ ବଢ଼େଇଛନ୍ତି ।ଝାରସୁଗୁଡ଼ାର କିଛି ଯୁବ ସମାଜସେବୀ ସଂଗ୍ରାମ ମହାନ୍ତି, ସୋନୁ ଯାଦବ, ଅରବିନ୍ଦ ବାରିକ, ରାଜେଶ ପାଢ଼ୀ , ପ୍ରଶାନ୍ତ ନନ୍ଦ, ଭାଗିରଥି ବେହେରା, ସୋନୁ ସୁନା ସହ ଶତାଧିକ ଯୁବକ ଏହି ରକ୍ତ ଦାନ କାର୍ଯ୍ୟକ୍ରମ ରେ ସାମିଲ ହେଇ ଲୋକ ମାନଙ୍କ ସେବା କରୁଛନ୍ତି ବହୁ ସମୟରେ ଗ୍ରୁପ ରେ ନିୟମ ରହିଛି ଯେ କୌଣସି ପ୍ରକାର ଗୂଡ଼ ମାର୍ନିଙ୍ଗ ଓ ଗୂଡ ଇଭିନିଂ ଏହି ସବୁ ମେସେଜ କୁ ମନା କରାଯାଇଛି ଯାହା ଦ୍ୱାରା କେବଳ କାର୍ଯ୍ୟକ୍ରମ ବିଷୟ ରକ୍ତଦାନ ବିଷୟରେ ମେସେଜ ଛଡା ଯିବାରୁ ଏହି ସଂଗଠନ ଆଜି ସଫଳ ହୋଇଥିବାର ଦେଖିବାକୁ ମିଳିଛି ।ଯାହା ସମାଜ ପାଇଁ ଏକ ବଡ଼ ସାହାଯ୍ୟ କରିବା ସହ ବହୁତ ବଡ଼ ଉଦାହରଣ ସ୍ୱରୂପ ।ଗୋଟିଏ ସମୟ ଥିଲା ଯେ ରକ୍ତ ପାଇଁ ଦଲାଲ କରି ବହୁ ମନ୍ଦ ଉଦେଶ୍ୟର ବ୍ୟକ୍ତିମାନେ ଲାଭବାନ ହେଉଥିଲେ ଏବଂ ଗରିବ ରୋଗୀମାନେ ଆର୍ଥିକ ସଂକଟରେ ପଡୁଥିଲେ । କିଛି ବର୍ଷ ହେଲା ଯୁବ ସମାଜସେବୀ ମାନେ ହ୍ଵାଟ୍ସଆପ ମାଧ୍ୟମରେ ଏକ ଗ୍ରୁପ ତିଆରି କରି ସମସ୍ତ ରକ୍ତ ଦାତା ଙ୍କୁ ଯୋଡି ରଖି ଝାରସୁଗୁଡ଼ାର ମୂଖ୍ୟ ଚିକିତ୍ସାଳୟ ହେଉ କିମ୍ବା ଅନ୍ୟ କୌଣସି ଘରୋଇ ହସ୍ପିଟାଲ ହେଉ ସମସ୍ତଙ୍କୁ ସେମାନେ।ନିଶୁଳ୍କ ରେ ସେବା ଯୋଗେଇ ଆସୁଥିବାର ବାରମ୍ବାର ଦେଖିବାକୁ ମିଳୁଛି ଏହା ସହ ବାହ୍ୟ ଜିଲ୍ଲା ରୁ ମଧ୍ୟ ରକ୍ତଦାନ ପାଇଁ ଲୋକେ।ଆସି ସାହାଯ୍ୟ ର ହାତ ବଢାଉଛନ୍ତି ତାହା ମଧ୍ୟ ବିଗତ ଦିନରେ ଦେଖିବାକୁ ମିଳିଛି ।ଆଜି ର ବ୍ୟସ୍ତ ବହୁଳ ଜୀବନ ରେ ବିନା ସ୍ବର୍ଥ୍ୟ ରେ ଠିକ ସମୟରେ ରକ୍ତ ଯୋଗେଇବା ଏକ ବହୁତ ବଡ଼ କଥା ବଡ଼ ଲୋକଙ୍କ ହେଉ କିମ୍ବା ମଧ୍ୟମ ଓ ଗରିବ ପରିବାର ସମସ୍ତଙ୍କୁ ଏହି ରକ୍ତଦାତା ଗ୍ରୁପ ରକ୍ତ ଯୋଗେଇଦେବରେ ସାହାଯ୍ୟ କରେ ।ପ୍ରାୟ ୨୦୦ରୁ ଅଧିକ ସଦସ୍ୟ ଏହି ଗ୍ରୁପରେ ଯୋଡି ହୋଇ ରହିଥିବାର ଦେଖିବାକୁ ମିଳିଛି ।କୌଣସି ପ୍ରକାର ସାମାଜିକ ,ରାଜନୈତିକ,ପର୍ବ ପର୍ବାଣୀ ଜାତୀୟ କାର୍ଯ୍ୟକ୍ରମ ରେ ଏମାନେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ମାଧ୍ୟମରେ ମଧ୍ୟ ରକ୍ତ ଦାନ ଶିବିର ଅନୁଷ୍ଠିତ କରି ରକ୍ତ ସଂଗ୍ରହ କରି ସରକାରୀ ଚିକିତ୍ସାଲୟ ରେ ଥିବା ବ୍ଲଡ଼ ବେଙ୍କ କୁ ହସ୍ତାନ୍ତର କରିବାର ଦେଖାଯାଏ ।ଏହିପରି ସଂଗଠନ ଯଦି ପ୍ରତ୍ୟେକ ଜିଲ୍ଲା ରେ ଜୀବିତ ରହି ଲୋକଙ୍କ ସେବା କରିବା ପାଇଁ ଉଦ୍ୟମ କରେ ତେବେ ଏହି ଓଡିଶା ତଥା ଭାରତ ବର୍ଷ ରେ ରକ୍ତ ହୀନତା ଯୋଗୁଁ କେହି ମୃତ୍ୟୁ ମୁଖକୁ ପଡିବେ ନାହଁ ।ଏହି ସଂଗଠନ ର ସମସ୍ତ ସଦସ୍ୟ ମାନେ ବିଭିନ୍ନ କର୍ମକ୍ଷେତ୍ର ରେ କାର୍ଯ୍ୟରତ ସତ କିନ୍ତୁ ଗ୍ରୁପରେ ମେସେଜ ଆସିବା ପରେ ସମସ୍ତେ ଏକତ୍ରିତ ହୋଇ ଯଥା ଶୀଘ୍ର ରୋଗୀଙ୍କୁ ରକ୍ତ ଯୋଗେଇବାରେ ସହାୟତା ର ହାତ ବଢ଼େଇ ଥାନ୍ତି ଯାହା କୁ ନେଇ ସମଗ୍ର ଝାରସୁଗୁଡ଼ାରେ ବୁଦ୍ଧିଜୀବି ମାନେ ଭୁରି ଭୁରି ପ୍ରସଂସା କରୁଥିବାର ଦେଖିବାକୁ ମିଳିଥାଏ ।ବେଳେ ବେଳେ ଦେଖାଯାଇଛି ଯେ ଅନ୍ୟ ସଂଗଠନ ମାନେ କିଛି ଦାନ କଲେ କିମ୍ବା ସାମାଜିକ କାର୍ଯ୍ୟକ୍ରମ କଲେ ବିଭିନ୍ନ ଫୋଟୋ ଚିତ୍ର କୁ ସୋସିଆଲ ମିଡ଼ିଆ ମାଧ୍ୟମରେ ନିଜର ପ୍ରଦର୍ଶନୀ ନିଜେ କରିଥାନ୍ତି କିନ୍ତୁ ଆଜିକୁ ପ୍ରାୟ ବର୍ଷ ବର୍ଷ ପାର ହେଇଗଲାଣି କେବେ ହେଲେ ଏହି ରକ୍ତଦାତା ସଂଗଠନ ନିଜର ପ୍ରଦର୍ଶନୀ କରନ୍ତି ନାହିଁ ନିଜର କାମ କୁ ହି ଏମାନେ ଧ୍ୟାନ ଦେଇଥିବାର ଦେଖିବାକୁ ମିଳିଛି ଯାହା ଅନ୍ୟ ସମାଜସେବୀଙ୍କ ପାଇଁ ଏକ ବଡ଼ ଉଦାହରଣ ।ବହୁ ସମୟରେ ଏହି ସଂଗଠନ କୁ ପୁରସ୍କୃତ କରାଯାଇଛି ।
ରାଜ୍ୟ
ପ୍ରଚାର ପ୍ରସାର ଠାରୁ ଦୂରରେ, ଲୋକଙ୍କ ସେବାରେ ସମାଜସେବୀ
- Hits: 623