ହେଡଲାଇନସ୍:

  ମୋଦି ଓ ଶାହାଙ୍କୁ ଧନ୍ୟବାଦ ଜଣାଇଲେ ଧର୍ମେନ୍ଦ୍ର

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ନୂଆଦିଲ୍ଲୀ/ ଭୁବନେଶ୍ୱର : ଓଡ଼ିଶାରେ ହୋଇଥିବା ବାତ୍ୟା ଅମ୍ପାନ ଜନିତ କ୍ଷୟକ୍ଷତି ଆକଳନ କରି ପ୍ରଧାନମନ୍ତ୍ରୀ ଦେଇଥିବା ସହାୟତା ପ୍ରତିଶ୍ରୁତି ମୁତାବକ ଆଜି ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ୫୦୦ କୋଟି ଟଙ୍କା ଓଡିଶା ପାଇଁ ରିଲିଜ ହୋଇଛି | ଏଥିରେ ସନ୍ତୋଷ ବ୍ୟକ୍ତ କରିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସ୍ଵରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କୁ ଧନ୍ୟବାଦ  ଜଣାଇଛନ୍ତି କେନ୍ଦ୍ର ପେଟ୍ରୋଲିଅମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ | 

"ପ୍ରଧାନମନ୍ତ୍ରୀ ବାତ୍ୟା ପ୍ରଭାବିତ ଅଂଚଳ ଗସ୍ତ କରି ଫେରିବା ପରେ ମାତ୍ର ୨୪ ଘଣ୍ଟାରୁ କମ ସମୟ ମଧ୍ୟରେ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ୫୦୦ କୋଟି ଟଙ୍କା ଓଡିଶା ପାଇଁ ରିଲିଜ  କରାଯାଇଛି | ଏହା ହେଉଛି ଜନମଙ୍ଗଳ ପାଇଁ ମୋଦି ସରକାରଙ୍କ କାମ କରିବାର ବେଗ, କୌଶଳ ଓ ସ୍ତର | ମୁ ଏଥିପାଇଁ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସ୍ଵରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କୁ ଧନ୍ୟବାଦ  ଜଣାଉଛି |" ବୋଲି ଟୁଇଟ କରି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ | 

0
0
0
s2sdefault