ହେଡଲାଇନସ୍:

ଲୋକଙ୍କ ରୋଜଗାର ନିଶ୍ଚିତ କରିବାକୁ ଅଂଟା ଭିଡ଼ିଲେଣି ରାଜେନ୍ଦ୍ର 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 ନୂଆପଡ଼ା / ଭୁବନେଶ୍ୱର :- କୋବିଡ଼ 19ର ସଂକ୍ରମଣ କୁ ରୋକିବା ପାଇଁ ସରକାରଙ୍କର ଦ୍ୱାରା ବର୍ତ୍ତମାନ ଚତୁର୍ଥ ପର୍ଯ୍ୟାୟର ଲକଡାଉନ ଘୋଷଣ କରାଯାଇଛି । ଆରମ୍ଭରୁ ଘୋଷଣା ହେଇଥିବ ଏହି ଲକଡାଉନ ଫଳରେ ମୁଖ୍ୟତଃ ଗରିବ ଖଟିଖିଆ ଶ୍ରମିକ ମାନଙ୍କର ଜୀବନ ଜୀବିକା ଅନେକ ମାତ୍ରାରେ ପ୍ରଭାବିତ ହେଇଥିଲା । କର୍ମକ୍ଷେତ୍ର ସବୁ ବନ୍ଦ ରହିଥିବା କରଣରୁ ଜୀବିକା ହରାଇଥିଲେ ଅନେକ ଶ୍ରମଜୀବୀ । ଯଦିଓ ସରକାର ଏହି ଅସମୟରେ ଗରିବ ଓ ଶ୍ରମିକ ମାନଙ୍କର ସହିତ ଛିଡା ହୋଇ ତାଙ୍କର ସବୁ ପ୍ରକାର ସୁବିଧା କରିଛନ୍ତି ତଥାପି କାମ କରିବା ଲୋକ ଯଦି କାମ ନ କରିବ ତେବେ ଅସୁବିଧା ତ ନିଶ୍ଚୟ ହେବ । ଶ୍ରମିକ ମାନଙ୍କର ଏହି ଅବସ୍ଥାକୁ ହୃଦୟଙ୍ଗମ କରି ରାଜ୍ୟ ସରକଙ୍କର ତରଫରୁ ଅନେକ ପଦକ୍ଷେପ ଗ୍ରହଣ କରାଯାଇ ଶ୍ରମିକ ଓ ଗରିବ ଲୋକଙ୍କୁ ଜୀବିକା ପାଇଁ ମାଧ୍ୟମ ଯୋଗାଇ ଦିଆଯାଉଛି । 

ଏହିକ୍ରମରେ ନୂଆପଡା ଜିଲ୍ଲା ଖରିଆରରୋଡ଼ NAC ଅଂଚଳରେ ଆଜି ନୂଆପଡା ବିଧାୟକ ତଥା ଜିଲ୍ଲା ଉନ୍ନୟନ କମିଟିର ଅଧ୍ୟକ୍ଷ ଶ୍ରୀ ରାଜେନ୍ଦ୍ର ଢୋଲକିଆ ନିର୍ମାଣ ଶ୍ରମିକ ଓ ଗରିବ ଶ୍ରେଣୀର ଲୋକଙ୍କୁ ପ୍ରତ୍ୟକ୍ଷ  ଭାବରେ ରୋଜଗାର ପ୍ରଦାନ କରିବାର ମହତ ଉଦେଶ୍ୟ ନେଇ  NAC ର ବିଭିନ୍ନ ୱାର୍ଡରେ ଉନ୍ନୟନ ମୂଳକ କାର୍ଯର ଶୁଭାରଂଭ କରିବା ସହିତ ଅନେକ କାର୍ଯର ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ । ଏଠାରେ ସୂଚନାଯୋଗ୍ୟ ଯେ  ବିଧାୟକ ଶ୍ରୀ ରାଜେନ୍ଦ୍ର ଢୋଲକିଆ ଏହି ଦୁରଦିନରେ ସବୁବେଳେ ନିଜ ଲୋକଙ୍କର ସହିତ ପ୍ରତକ୍ଷ ଭାବରେ ରହି ଆସିଛନ୍ତି ଓ ବିଗତ ଦିନ ମାନଙ୍କରେ ଏହିଭଳି ଅନେକ ନୂତନ କାର୍ଯର ଶୁଭାରମ୍ଭ କରିସାରିଲେଣି ।

0
0
0
s2sdefault