କାଲି ସଂଧ୍ୟାରେ ଗଲେ, ଆଜି ଦିନରେ ପଠେଇ ଦେଲେ ପ୍ରଧାନମନ୍ତ୍ରୀ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

୨୪ ଘଣ୍ଟା ନପୂରୁଣୁ ଓଡିଶା ପାଇଲା ବାତ୍ୟା ବାବଦ  ଆଗୁଆ ସହାୟତା ୫୦୦ କୋଟି 

ଭୁବନେଶ୍ୱର (ଶାସକ ପ୍ରଶାସକ) :  କାଲି ଆସି ବୁଲିକି ଗଲେ | ୨୪ ଘଣ୍ଟା ଯାଇନି | ଓଡିଶା ସରକାରଙ୍କ ପାଇଁ ଘୋଷଣା କରିଥିବା ୫୦୦ କୋଟି ତାଙ୍କର ଆଗୁଆ ସହାୟତା ଅର୍ଥ ଓଡିଶା ପାଇଁ ରିଲିଜ କରିଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି | କେନ୍ଦ୍ର ସରକାରଙ୍କ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଏ ବାବଦ ମଞ୍ଜୁରୀ ଚିଠି ରାଜ୍ୟ ସରକାରଙ୍କ ହସ୍ତଗତ ହୋଇଛି | ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ ଜେନା ଟ୍ୱିଟ୍ ଯୋଗେ ଦେଇଛନ୍ତି ଏହି ସୂଚନା | ଅମ୍ଫନ ବାତ୍ୟା ଦ୍ୱାରା ପ୍ରଭାବିତ ଅଞ୍ଚଳରେ ରିଲିଫ, ଥଇଥାନ ଓ ପୁନଃବିର୍ମାନ ବାବଦରେ ଏହି ଅର୍ଥ ବିନିଯୋଗ ହେବ ।

ବାତ୍ୟା ପ୍ରଭାବିତ ଅଞ୍ଚଳ ବୁଲିବା ପରେ  ବିମାନବନ୍ଦର ଠାରେ ରାଜ୍ୟ ସରକାରଙ୍କ ସହ ସମୀକ୍ଷା ବୈଠକ କରିଥିଲେ ପ୍ରଧାନମନ୍ତ୍ରୀ |  ଓଡିଶା ସରକାରଙ୍କ ବାତ୍ୟା ପରିଚାଳନାକୁ ଭୁୟସୀ ପ୍ରଶଂସା କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି |  ୫୦୦ କୋଟି ଅଗ୍ରୀମ ସହାୟତା ଟଙ୍କା ଦେବାକୁ ଘୋଷଣା ପ୍ରତିଶ୍ରୁତି ଦେଇ  ଓଡ଼ିଶାରୁ ଫେରିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି  ଗତଜକୁ ସନ୍ଧ୍ୟା ୬ ଟାରେ | 

"କେନ୍ଦ୍ର ସରକାରଙ୍କ ଗୃହ ମନ୍ତ୍ରଣାଳୟ ଓଡ଼ିଶା ସରକାରଙ୍କୁ ୫୦୦ କୋଟି ଟଙ୍କା ପ୍ରଦାନ କରିଛି । ବାତ୍ୟା ଅମ୍ଫନ ପରବର୍ତ୍ତୀ କ୍ଷୟକ୍ଷତି ଭରଣା ଲାଗି ପ୍ରଧାାନମନ୍ତ୍ରୀ ଏହି ସହାୟତା ରାଶି ଘୋଷଣା କରିବାର ୨୪ ଘଣ୍ଟା ନ ପୂରୁଣୁ ଏହି ଟଙ୍କା ପହଞ୍ଚିଛି । ଏହି ତ୍ୱରିତ ସହାୟତା ପାଇଁ ଆମେ ଗୃହ ମନ୍ତ୍ରଣାଳୟ ଏବଂ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଉଛୁ ।" ବୋଲି ଟୁଇଟ କରି କହିଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର ତଥା ଅତିରିକ୍ତ ମୁକଜ୍ୟ ଶାସନ ସଚିବ ପ୍ରଦୀପ ଜେନା | 

0
0
0
s2sdefault