ହେଡଲାଇନସ୍:

ପଦ୍ମପୁର ଉପଖଣ୍ଡରେ ସ୍ୱାଭାବିକ ହେଉଛି ସାପ୍ତାହିକ ହାଟ : ସମାଜିକ ଦୂରତ୍ୱ ଓ ମାସ୍କ ଉପରେ ଗୁରୁତ୍ୱ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 ବରଗଡ :- ମହାମାରୀ କୋରୋନା ର ସଂକ୍ରମଣକୁ ରୋକିବା ପାଇଁ ସରକାର ଅନେକ ଦୃଢ଼ ପଦକ୍ଷେପ ଗ୍ରହଣ କରିଥିଲେ । ପ୍ରଥମ ପର୍ଯ୍ୟାୟର ଲକଡାଉନ ଆରମ୍ଭ ହେବା ପରଠାରୁ ସମସ୍ତ ପ୍ରକାର ଆୟୋଜନ ଉପରେ କଟକଣା ଲଗେଇ ଦିଆଯାଇଥିଲା । ଏହିକ୍ରମରେ ହାଟ ଓ ବଜାର ଗୁଡିକ ଅତ୍ୟାବଶ୍ୟକୀୟ ସାମଗ୍ରୀର ଦୋକାନ କୁ ଛାଡି ସମସ୍ତ ଦୋକାନ ଗୁଡିକୁ ବନ୍ଦ କରି ଦିଆ ଯାଇଥିଲା । ଧୀରେ ଧୀରେ ସରକାର ଙ୍କର ଦ୍ଵାର ଲକଡାଉନ କଟକଣା କୁ କୋହଳ କରାଯାଉଛି । ଇତି ମଧ୍ୟରେ ବରଗଡ଼ ଜିଲ୍ଲା ପ୍ରଶାସନର ନିଷ୍ପତ୍ତି କ୍ରମେ କଟକଣା କୁ ଅନେକ ମାତ୍ରାରେ କୋହଳ କରାଯାଇଛି । ଜିଲ୍ଲା ପ୍ରଶାସନର ନିଷ୍ପତ୍ତି କ୍ରମେ ବିଗତ ଦିନରେ ବିଭିନ୍ନ ବ୍ୟବସାୟୀ ସଂଘ ମାନଙ୍କର ସହିତ ବାରମ୍ବାର ଆଲୋଚନା ପରେ କିଛି ସ୍ଥାନରେ ସାପ୍ତାହିକ ହାଟକୁ ପୁନର୍ବାର  ସରକାରୀ ନିୟମ ସବୁକୁ ମାନି ଖୋଲିବାକୁ ଅନୁମତି ପ୍ରଦାନ କରାଯାଇଛି । ଏହିକ୍ରମରେ ପଦ୍ମପୁର ଉପଜିଲ୍ଲାପାଳ ଙ୍କର ସହିତ ଆଲୋଚନା ପରେ ଉପଖଣ୍ଡ ର ଅନେକ ସାପ୍ତାହିକ ହାଟ ଖୋଲିବାରେ ଲାଗିଛି । 

    ଲକଡାଉନ ଆରମ୍ଭରୁ ବନ୍ଦ ହେଇଥିବ ପାଇକମାଲ ଅଞ୍ଚଳର ବିଭିନ୍ନ ଗ୍ରାମର ସାପ୍ତାହିକ ହାଟ ମଧ୍ୟରୁ ଆଜି ଶନିବାର ଠାରୁ ନିର୍ଧାରିତ ଦିନ ମାନଙ୍କରେ କିଛି ହାଟ ଚାଲୁ କରାଯାଇଛି । ଶନିବାର ସକାଳୁ ପାଇକମାଲ ତହସିଲଦାର ଶ୍ରୀ ମନୋଜ କୁମାର ମେହେର , ଅତିରିକ୍ତ ତହସିଲଦାର ଶ୍ରୀ ସୁଶାନ୍ତ କୁମାର ରଣା, ଥାନା ଅଧିକାରୀ ଶ୍ରୀ ବିଶ୍ୱଜିତ ମନବୋଧ ,ପାଇକମାଲ ବଣିକ ସଙ୍ଘର ସଭାପତି ଶ୍ରୀ ଯୁଗଳ କିଶୋର ମେହେର ସରପଞ୍ଚ ଶ୍ରୀ ଧବଳେଶ୍ବର ସାହୁ ପ୍ରମୁଖ ପାଇକମାଲ ସାପ୍ତାହିକ ହାଟ ନିକଟକୁ ପହଂଛି ବ୍ୟବସାୟୀ ଓ ଚାଷୀ ମାନଙ୍କର ସହିତ ଆଲୋଚନା କରିଥିଲେ । ଯଦିଓ କପଡା ବ୍ୟବସାୟୀ ମାନଙ୍କର କିଛି ଅସୁବିଧା ରହିଥିଲା , ଅଧିକାରୀ ମାନଙ୍କର ସହିତ ଆଲୋଚନା ପରେ ସମସ୍ୟା ର ସମାଧାନ ହେଇଯାଇଛି । ଜିଲ୍ଲା ପ୍ରଶାସନ ତଥା ଉପଜିଲ୍ଲାପାଳ ଙ୍କର ନିର୍ଦେଶ ମୁତାବକ ପ୍ରତ୍ୟେକ ବ୍ୟବସାୟୀ ସମାଜିକ ଦୂରତା ଓ ମାକ୍ସ କୁ ପ୍ରାଧାନ୍ୟ ଦେବେ । ଏହାସହିତ କୋଣସି ପ୍ରକାର ବିଶୃଙ୍ଖଳା କରିବେ ନାହିଁ ବୋଲି ଅଧିକାରୀ ମାନେ ସ୍ପଷ୍ଟ ନିର୍ଦେଶ ଦେଇଥିଲେ । ସରକାର ଙ୍କର ସମସ୍ତ ନିୟମକୁ ମାନି ବ୍ୟବସାୟୀ ମାନେ ନିଜର ବ୍ୟବସାୟ ଆରମ୍ଭ କରିବେ ଓ ଏହି ମହାମାରୀର ସଂକ୍ରମଣ କୁ ରୋକିବା ପାଇଁ ଯୋଗଦାନ ଦିଅନ୍ତୁ ବୋଲି ଅଧିକାରୀ ମାନେ ଅଶାବ୍ୟକ୍ତ କରିଛନ୍ତି ।

0
0
0
s2sdefault