ହେଡଲାଇନସ୍:

ଗଜପତି ଜିଲ୍ଲାରେ ପ୍ରଥମ ଥର ପାଇଁ ୪ ଟି କରୋନା ପଜିଟିଭ ଚିହ୍ନଟର ସୂଚନା ଦେଲେ ଜିଲ୍ଲାପାଳ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଚିହ୍ନଟ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କଲେ ଜିଲ୍ଲାପାଳ  

ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ : ଗ୍ରୀନ୍ ଜୋନରେ ରହିଥିବାଗଜପତି ଜିଲ୍ଲାରେ ପ୍ରଥମ ଥର ପାଇଁ ୪ ଗୋଟି କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ନେଇ ଭିଡିଓ ମାଧ୍ୟମରେ ସୂଚନା ଦେଇଛନ୍ତି ଜିଲ୍ଲାପାଳ ଅନୁପମ ସାହା ।

କାଶୀନଗର ବ୍ଲକ ଶିଆଳି ପଞ୍ଚାୟତର ମନ୍ତ୍ରୀଗୁଡା ଗ୍ରାମର ୫୦ବର୍ଷ ବୟସ୍କ ଜଣେ ପୁରୁଷ  ,  ସେ ଆନ୍ଧ୍ରପ୍ରଦେଶର ନେଲୁର୍ ରୁ ଆସିଥିଲେ। ୧୬ ମାର୍ଚ୍ଚରୁ ୩୦ ମାର୍ଚ୍ଚ  ପର୍ଯ୍ୟନ୍ତ ସେ ହୋମ୍ କ୍ବାରୋଣ୍ଟାଇନ ଥିଲେ ତାଙ୍କର ସ୍ୱାବ ଟେଷ୍ଟିଂ ପାଇଁ ପଠାଯାଇଥିଲା । ତାଙ୍କର ରିପୋର୍ଟ୍ ପଜିଟିଭ୍ ଆସିଥିଲା। ଅନ୍ୟ ଜଣେ ହେଲେ ଗୋଷାଣୀ ବ୍ଲକ ତାଟିପେଟି ଗ୍ରାମର ଜଣେ ୩୬ ବର୍ଷ ବୟସ୍କ ଜଣେ ପୁରୁଷ , ସେ ଆନ୍ଧ୍ର ଓ ଓଡ଼ିଶାରେ  ଟେକ୍ସି ଚଲାନ୍ତି। ସେହିପରି ଅନ୍ୟ ଜଣେ ହେଲେ ଗୁମ୍ମା ବ୍ଳକ କୁଜାସଂ ପଞ୍ଚାୟତର ଜଗନ୍ନାଥପୁର ଗ୍ରାମର  ୪୫ବର୍ଷ ବୟସ୍କ ଜଣେ ପୁରୁଷ ଓ ଅନ୍ୟ ଜଣେ ୩୫ ବର୍ଷ ବୟସ୍କ ବ୍ୟକ୍ତି ଗୁମ୍ମା ବ୍ଳକ ବାଇଝଲ୍ ପଞ୍ଚାୟତ ଆଶ୍ରୟଗଡ଼ ଗ୍ରାମର । ସେ ମୁମ୍ବାଇରୁ ଫେରିଥିଲେ। ସମସ୍ତଙ୍କ ସ୍ୱାବ ପରୀକ୍ଷାରୁ କରୋନା ପଜିଟିଭ୍ ବାହାରିବା ପରେ ସେମାନଙ୍କୁ କୋଭିଡ୍-୧୯ ହସ୍ପିଟାଲକୁ ପଠାଯାଇଛି ଓ କରୋନା ଚିହ୍ନଟ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରାଯାଇଥିବା ସୂଚନା ଦେଇଛନ୍ତି ଗଜପତି ଜିଲ୍ଲାପାଳ ଅନୁପମ ସାହା।ସ୍ୟ  ଏବଂ କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ  ।

0
0
0
s2sdefault