ହେଡଲାଇନସ୍:

 କାର୍ଯ୍ୟବନ୍ଦ ଆନ୍ଦୋଳନ ଡାକରା ପରେ କେନ୍ଦୁପତ୍ର ସଂସ୍ଥାରୁ ଛଟେଇ ୧୩୬ ଜଣ ଚପରାସୀଙ୍କୁ ନିଯୁକ୍ତି ମିଳିଲା

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବରଗଡ଼:  ଦୀର୍ଘ ବର୍ଷ ଧରି କେନ୍ଦୁପତ୍ର ସଂସ୍ଥାରେ କାର୍ଯ୍ୟରତ ମୁନସୀ, ଚପରାସୀ ମାନଙ୍କୁ କରୋନା ମହାମାରୀ ସମୟରେ କାର୍ଯ୍ୟରୁ ଛଟେଇ କରି ଦିଆଯାଇଥିବା ନେଇ ରାଜ୍ୟ ରେ ଏକ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା  । ରାଜ୍ୟ ସରକାର ସିଜିନାଲ କର୍ମଚାରୀ ଙ୍କ ଦରମା ବୃଦ୍ଧି ସହ ଛଟେଇ ହୋଇଥିବା ସେକସନ ୱାଚର ମାନଙ୍କୁ ପୁନଃ ନିଯୁକ୍ତି ଦେଇଥିଲେ  । ରାଜ୍ୟ ସରକାରଙ୍କ ନିଷ୍ପତ୍ତି ସତ୍ବେ ପଦ୍ମପୁର ଡିଭିଜନ ର ବିଭିନ୍ନ ରେଞ୍ଜ ରେ କାର୍ଯ୍ୟରତ ୧୩୬ ଜଣ ଚପରାସୀ ଙ୍କୁ ନିଯୁକ୍ତି ଦିଆଯାଇ ନ ଥିଲା ।  ଏହାର ପ୍ରତିବାଦରେ ଗତ ୧୮ ୵ ୫ ରିଖ ଦିନ ଓଡିଶା କେନ୍ଦୁପତ୍ର କର୍ମଚାରୀ ସଂଘ ଏକ ନେତୃ ମଣ୍ଡଳୀ ବରଗଡ଼ ଜିଲ୍ଲାପାଳ ଙ୍କୁ ଭେଟି ଏହାର ପ୍ରତିବାଦ କରିବା ସହ ଛଟେଇ ହୋଇଥିବା ସମସ୍ତ ଚପରାସୀ ମାନଙ୍କୁ ନିଯୁକ୍ତି ନ ଦେଲେ ମେ ଶେଷ ସପ୍ତାହରେ ଡିଭିଜନ ରେ ହେବାକୁ ଥିବା କେନ୍ଦୁପତ୍ର ବନ୍ଧେଇ କାର୍ଯ୍ୟରେ ସିଜିନାଲ କର୍ମଚାରୀ ମାନେ ଯୋଗ ଦେବେ ନାହିଁ ଓ ଆନ୍ଦୋଳନ ପାଇଁ ଜିଲ୍ଲାପାଳଙ୍କ ଠାରୁ ଅନୁମତି ଲାଗି ପତ୍ର ଦେଇଥିଲେ  । ଜିଲ୍ଲାପାଳ କେନ୍ଦୁପତ୍ର ସଂସ୍ଥାର ମୁଖ୍ୟ ପିସିସିଏଫ ଙ୍କ ସହ ଆଲୋଚନା କରିବା ପାଇଁ ପ୍ରତିଶୃତି ଦେଇଥିଲେ  । ଆଜି ପଦ୍ମପୁର କେନ୍ଦୁପତ୍ର ବିଭାଗର ଡିଏଫଓ ପ୍ରକାଶ ଚାନ୍ଦ ଗୋଗୁନନି ଡିଭିଜନ କାର୍ଯ୍ୟାଳୟରେ ସଂଘର କାର୍ଯ୍ୟକର୍ତ୍ତା ମାନଙ୍କ ସହ ଆଲୋଚନା କରିଥିଲେ  । ଆଲୋଚନା ପରେ ପଦ୍ମପୁର ଡିଭିଜନ ଛଟେଇ ହୋଇଥିବା ୧୩୬ ଜଣ ଚପରାସୀ ଙ୍କୁ ନିଯୁକ୍ତି ଦେବାପାଇଁ ସହମତି ହେବା ସହ ସମସ୍ତ ରେଞ୍ଜ ଅଫିସର ମାନଙ୍କୁ ଚପରାସୀ ମାନଙ୍କୁ ନିଯୁକ୍ତି ଦେବାପାଇଁ ନିର୍ଦ୍ଦେଶ ପ୍ରଦାନ କଲେ । ଆଲୋଚନା ବେଳେ ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ,ସଂଘ ରାଜ୍ୟ ସଂପାଦକ କୋକିଳ ସାହୁ, ହେଡ ଚେକର ୠଷବ ପ୍ରଧାନ ଉପସ୍ଥିତ ଥିଲେ  । ଏଠାରେ ପ୍ରକାଶ ଯୋଗ୍ୟ ଯେ  ସୋହେଲା ରେଞ୍ଜ ୭୫ ଜଣ, ମେଲଛାମୁଣ୍ଡା ରେଞ୍ଜ ୩୩ ଜଣ ,  ଗାଇସିଲେଟ ରେଞ୍ଜ ୧୦ ଜଣ ,ଜଗଦଳପୁର ୧୦ ଜଣ  ଏପରି ଅନ୍ୟ  ରେଞ୍ଜ ମିଶି  ୧୩୬ ଜଣ ଚପରାସୀ ଛଟେଇ ହୋଇଥିଲେ  ।

0
0
0
s2sdefault